ଟାଟା-ମିସ୍ତ୍ରି ମାମଲା: ଏନ୍‌ସିଏଲ୍‌ଏଟିଙ୍କ ଆଉ ଏକ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

 

ନୂଆଦିଲ୍ଲୀ,୨୫-୧: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି କର୍ପୋରେଟ ବିବାଦ ମାମଲାରେ ସୁପ୍ରିମକୋର୍ଟ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ଆଉ ଏକ ରାୟ ଉପରେ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ଏହି ମାମଲାରେ ପ୍ରଥମେ ଏନ୍‌ସିଏଲ୍‌ଏଟି ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ କୁହାଯାଇଥିଲା ଯେ, ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସଙ୍କ ବହିଷ୍କାର ବେଆଇନ ଥିଲା। ଏହା ସହ ନୂଆ ଅଧ୍ୟକ୍ଷ ଭାବେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତି ଏବଂ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ପରିବର୍ତ୍ତନ ବେଆଇନ ବୋଲି ଏନ୍‌ସିଏଲ୍‌ଏଟି କହିଥିଲେ। ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ରୂପାନ୍ତର ନେଇ ରାୟରେ ବ୍ୟବହାର କରାଯାଇଥିବା ବେଆଇନ ଶବ୍ଦ ସଂଶୋଧନ କରିବା ଲାଗି ରେଜିଷ୍ଟ୍ରାର ଅଫ କମ୍ପାନିଜ( ଆର୍‌ଓସି) ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିଲା। ଏହି ଆବେଦନକୁ ଏନ୍‌ସିଏଲ୍‌ଏଟି ଖାରଜ କରି ଦେଇଥିଲେ। ଏହି ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ପ୍ରଧାନ ବିଚାର ଏସ୍‌.ଏ.ବୋବ୍‌ଡେ, ଜଷ୍ଟିସ ବି.ଆର୍‌. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଟାଟାସନ୍ସ ପ୍ରାଇଭେଟ ଲିମିଟେଡ(ଟିଏସ୍‌ପିଏଲ୍‌) ଆବେଦନର ଶୁଣାଣି କରିବାକୁ ରାଜି ହେବା ସହ ବିଭିନ୍ନ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ଏହି ମାମଲାର ବିସ୍ତୃତ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଡିସେମ୍ବର ୧୮ରେ ଏନ୍‌ସିଏଲ୍‌ଏଟି ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ସାଇରସ ମିସ୍ତ୍ରିଙ୍କୁ ପୁନଃ ଅବସ୍ଥାପିତ କରିବା ସହ ଟାଟାକୁ ମାମଲାର ଚ୍ୟାଲେଞ୍ଜ ପାଇଁ ଗୋଟିଏ ମାସ ସମୟ ଦେଇଥିଲେ। ୨୦୧୬ ଅକ୍ଟୋବରରେ ଏକ ବିବାଦୀୟ ସ୍ଥିତିରେ ଟାଟାସନ୍ସ ଅଧ୍ୟକ୍ଷ ପଦବୀରୁ ମିସ୍ତ୍ରିଙ୍କୁ ହଟାଯାଇଥିଲା। ଏହା ବିରୋଧରେ ସେ ପ୍ରଥମେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ରେ ଆବେଦନ କରିଥିଲେ। ଏହି ମାମଲା ଟାଟା ସପକ୍ଷରେ ଯାଇଥିଲା। ଏହା ପରେ ମିସ୍ତ୍ରି ସେ ଏନ୍‌ସିଏଲ୍‌ଏଟି ଯାଇଥିଲେ, ଯେଉଁଠାରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri