ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନ ପ୍ରସଙ୍ଗ: ଇତୀଶ କହିଲେ‘ ଏହା ଚୋର ହାତରେ ଚାବିକାଠି ଭଳି’

ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ସେ କହିଛନ୍ତି, ଘଟଣାକୁ ନେଇ କମିଟଇ ଗଠନ ନିନ୍ଦନୀୟ। ଚୋର ହାତରେ ଚାବିକାଠି ଭଳି। ଯିଏ ବାଉନ୍ସର ଆଣିଥିଲେ ସେ କମିଟି ଗଠନ ନିର୍ଦ୍ଦେଶ ଦେବା ଅର୍ଥ ତଦନ୍ତ କରାଇବା ନୁହେଁ। ନିଜ ଉପରୁ କଳଙ୍କ ଛଡ଼ାଇବା ପାଇଁ ଏହା ଏକ ଅପଚେଷ୍ଟା ବୋଲି ସେ କହିଛନ୍ତି। ଏହାଛଡ଼ା ପିସିସି ସଭାପତି ଓ ତାଙ୍କ ପୁଅ ନିଜେ ବାଉନ୍ସର ଆଣିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଖରାପ ହେବା ନେଇ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଗତ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବତନ ଛାତ୍ର କଂଗ୍ରେସ ପୂର୍ବତନ ଆବାହକ ଇତିଶ ପ୍ରଧାନ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ। ଦଳୀୟ କାର୍ଯ୍ୟାଳୟରେ ଏଭଳି ପରିସ୍ଥିତି ଲାଗି ରହିଥିବାବେଳେ ବାଉନ୍ସରଙ୍କୁ ଆସି ଜଗିବାର ଚିତ୍ର ଲକ୍ଷ୍ୟ କରାଯାଇଥିଲା। ନିରଞ୍ଜନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଡକାଯାଇଥିବା ଜଣାପଡ଼ିଥିଲା।ଘଟଣାକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ଗୁରୁବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ତିନି ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ ଏବଂ ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପିସିସି ତରଫରୁ କମିଟିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବିରଳ ଅସ୍ତ୍ରୋପଚାର: ୭ ମାସ ଶିଶୁ ଗିଳିଥିଲା କ୍ଲଚର, ତଣ୍ଟିରୁ ବାହାରକଲେ…

କୋରାପୁଟ,୩୦ା୫(ଅମିତାଭ ବେହେରା):କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri