‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ଉନ୍ନତିରେ ବରିଷ୍ଠ ନାଗରିକଙ୍କ ଭୁମିକା ଅତ୍ୟନ୍ତ ଆବଶ୍ୟକ। ସେମାନଙ୍କ ଅଭିଜ୍ଞତାକୁ ଯଦି ସରକାର ବ୍ୟବହାର କରିପାରିନ୍ତେ, ତେବେ ସମାଜର ବହୁ ଉନ୍ନତି ହୋଇପାରନ୍ତା ବୋଲି ସମ୍ମିଳନୀରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଫୋରମର ସଭାପତି ରାସ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଫେସର ଡା. ପ୍ରଫୁଲ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଏବଂ ରାଜ୍ୟ ସଭାର ପୂର୍ବତନ ସଚିବ ସତ୍ୟନାରାୟଣ ସାହୁ ମୁଖ୍ୟବକ୍ତା, ବ୍ରହ୍ମପୁର ବିଧାୟକ ବିକ୍ର୍ରମ କୁମାର ପଣ୍ଡା, ପୂର୍ବତନ ବି ଅଧ୍ୟକ୍ଷ ସୁବାସ ମହାରଣା, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଡିନ ତଥା ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ, ଫୋରମର ରାଜ୍ୟ ସଂଘର ସାଧାରଣ ସଂପାଦକ ଡା. ପି.କେ. ଦାସ, କାର୍ଯ୍ୟକାରୀ ସଭାପତି ଡା. କୃପାସିନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବତନ ବି ଅଧ୍ୟକ୍ଷ ସୁବାସ ମହାରଣା ଏବଂ ଖବରଦାତା ସୁଦୀପ ସାହୁଙ୍କ ସମେତ ବୟୋଜେଷ୍ଠ ତିନି ଜଣ ସଦସ୍ୟ ଓ କାର୍ଯ୍ୟକାରୀ ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ମହାରଣା, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ନରସିଂହ ସାହୁ, ଡି. ଆପା ରାଓ, ରବିନ୍ଦ୍ର କୁମାର ମହାରଣା, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri