ବରିଷ୍ଠ ଓକିଲ ଶିଶିର କୁମାର ଶତପଥୀଙ୍କ ପରଲୋକ: ଓକିଲ ସଂଘର କାର୍ଯ୍ୟବନ୍ଦ

ପୁରୁଷୋତ୍ତମପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ତଥା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ସଭ୍ୟ, ନୋଟାରି ଶିଶିର କୁମାର ଶତପଥୀ (୫୯)ଙ୍କ ସୋମବାର ଭୋର ସମୟରେ ଆକସ୍ମିକ ଭାବେ ପରଲୋକ ଘଟିଛି । ଏହାକୁ ନେଇ ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ ସଭାପତି ଜଗନ ମୋହନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଏକ ଶୋକସଭା କରାଯିବା ସହ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ସେମାନେ ମୃତ ଶିଶିରଙ୍କ ଘରକୁ ଯାଇ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏଥିରେ ଓକିଲ ସଂଘର ସଂପାଦକ ପ୍ରଭାତ କୁମାର ପଟ୍ଟନାୟକ, ବରିଷ୍ଠ ଓକିଲ ଉପେନ୍ଦ୍ର ପଣ୍ଡା, ବାସୁଦେବ ଯେନା, ରମାରଞ୍ଜନ ଦାଶ, ରବୀନ୍ଦ୍ର ସାହୁଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri