ବମ୍ବେ କ୍ୟାଣ୍ଟିନ୍‌ରେ ଓଡ଼ିଆ ମେନୁ: ମାଛ ହଳଦୀପାଣିରୁ ଆମ୍ବୁଲ ବିୟର୍‌

ଭୁବନେଶ୍ୱର,୧ା୧୨: ‘ଏ ଫିଷ୍ଟ୍‌ ଫ୍ରମ୍‌ ଦି ଇଷ୍ଟ୍‌’। ପୂର୍ବ ଉପକୂଳର ପାରମ୍ପରିକ ଖାଦ୍ୟ ପହଞ୍ଚତ୍ଛି ପଶ୍ଚିମ ଉପକୂଳର ଲୋକପ୍ରିୟ ସହର ବମ୍ବେରେ। ବମ୍ବେର ଲୋକପ୍ରିୟ ଚେନ୍‌ ରେସ୍ତୋରଁା ‘ବମ୍ବେ କ୍ୟାଣ୍ଟିନ୍‌’ରେ ମିଳୁଛି ଖାଣ୍ଟି ଓଡ଼ିଆ ଖାଦ୍ୟ। ଓଡ଼ିଶାର କୋଣାନୁକୋଣରୁ ବଛାବଛା ଲୋକପ୍ରିୟ ଖାଦ୍ୟ ପ୍ରଥମଥର ପାଇଁ ବମ୍ବେର ଏକ ଲୋକପ୍ରିୟ ଇଟରୀରେ ଉପଲବ୍ଧ ହେଉଛି। ସ୍ବତନ୍ତ୍ରତା ସହ ବମ୍ବେରେ ମିଳୁଥିବା ସାମଗ୍ରୀକୁ ଦୃଷ୍ଟିରେ ରଖି ମୋଟ ୭୦ ଖାଦ୍ୟରୁ ୩୦ ପ୍ରକାରର ନିଆରା ଓଡ଼ିଆ ଖାଦ୍ୟ ‘ବମ୍ବେ କ୍ୟାଣ୍ଟିନ୍‌’ ମେନୁରେ ସାମିଲ ହୋଇଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ‘ବମ୍ବେ କ୍ୟାଣ୍ଟିନ୍‌’ର ଜଣାଶୁଣା ସେଫ୍‌ ଥୋମାସ୍‌, ଗୌରବ ଏବଂ ସାନନ୍‌ ଓଡ଼ିଶାର ଲୋକପ୍ରିୟ ଫୁଡ୍‌ ବ୍ଲଗର୍‌ ଅଳକା ଜେନାଙ୍କ ସହଯୋଗରେ ଏହି ସ୍ବତନ୍ତ୍ର ମେନୁ ପ୍ରସ୍ତୁତ କରିଛନ୍ତି। ବମ୍ବେରେ ରହୁଥିବା ଓଡ଼ିଆ ଏବଂ ଓଡ଼ିଆ ଖାଦ୍ୟକୁ ଭଲପାଉଥିବା ବମ୍ବେବାସୀ ନଭେମ୍ବର ୨୫ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ଖାଦ୍ୟର ମଜା ନେଇପାରିବେ।
ଦେଶର ବିଭିନ୍ନ ରାଜ୍ୟ ବୁଲି ସେଠାକାର ହଜିଯାଉଥିବା ତଥା ଅନାଲୋଚିତ ଖାଦ୍ୟକୁ ନିଜ ମେନୁରେ ସାମିଲ କରି ତାହାକୁ ବିଶ୍ୱବାସୀଙ୍କ ନଜରକୁ ଆଣୁଥିବା ‘ବମ୍ବେ କ୍ୟାଣ୍ଟିନ୍‌’ ଏଥର ଓଡ଼ିଶା ଉପରେ ଫୋକସ୍‌ କରିଛି। କିଛିଦିନ ତଳେ ଏହି ରେସ୍ତୋରଁାର ସେଫ୍‌ ଟିମ୍‌ ଓଡ଼ିଶା ଆସି ବହୁ ସ୍ଥାନ ବୁଲିବା ସହ ବିଭିନ୍ନ ପ୍ରକାର ଆଞ୍ଚଳିକ ଖାଦ୍ୟ ଖାଇଥିଲେ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ତା’ର ଇତିହାସ ସମ୍ପର୍କରେ ଜାଣିବା ସହ ‘ବମ୍ବେ କ୍ୟାଣ୍ଟିନ୍‌’ର ସ୍ବତନ୍ତ୍ର ମେନୁରେ ସେଗୁଡ଼ିକୁ ସାମିଲ କରିଛନ୍ତି। ‘ଏ ଫିଷ୍ଟ୍‌ ଫ୍ରମ୍‌ ଦି ଇଷ୍ଟ୍‌’ ନାମରେ ନାମିତ ହୋଇଥିବା ଏହି ମେନୁରେ ଗ୍ରାହକମାନେ ଘରେ ରନ୍ଧାଯାଇଥିବା ଓଡ଼ିଆ ଖାଦ୍ୟର ମଜା ନେଇପାରୁଛନ୍ତି। ଏଠାରେ ଲୋକେ ପଖାଳ, ହବିଷ ଡାଲ୍‌ମା, ବଡ଼ିଚୂରା, ଗୋଟା ବଡ଼ି, ଆମ୍ବୁଲ ଚିଙ୍ଗୁଡି, ଛତୁ ପତ୍ରପୋଡା, ଭଜା ଛେନା ତରକାରି, କାଙ୍କଡ଼ ଝୋଳ, ଓଉ ଖଟା, ଆମ୍ବୁଲ ରାଇ, କଖାରୁ ଫୁଲ ଭଜା, ଚିଙ୍ଗୁଡି ଛେଚା, ଛେନାପୋଡ଼, ବ୍ରହ୍ମପୁର ପ୍ରସିଦ୍ଧ ଫ୍ରାଏଡ୍‌ ଚିକେନ୍‌ ଭଳି ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପାଇପାରୁଛନ୍ତି। ତେବେ ଏହି ଲୋକପ୍ରିୟ ରେସ୍ତୋରଁାର ପ୍ରଫେଶନାଲ ସେଫ୍‌ମାନଙ୍କୁ ଅଳକା ନିଜେ ଗାଇଡ୍‌ କରିଛନ୍ତି। ଏହାସହ ମାଛ ହଳଦୀପାଣି, ଗୋଟା ବାଇଗଣ ତରକାରି ଭଳି କିଛି ହଜିଯାଇଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଅଳକା ନିଜସ୍ବ ଉଦ୍ୟମରେ ‘ବମ୍ବେ କ୍ୟାଣ୍ଟିନ୍‌’ରେ ପହଞ୍ଚାଇଛନ୍ତି। କେବଳ ଏତିକି ନୁହେଁ, ଏଠାରେ ଚାଲିଥିବା ‘କକ୍‌ଟେଲ୍‌ ଫେଷ୍ଟିଭାଲ୍‌’ରେ ସାମିଲ ଥିବା କେତେକ କକ୍‌ଟେଲ୍‌ରେ ମଧ୍ୟ ଓଡ଼ିଶା ଏବଂ ଓଡ଼ିଆ ଖାଦ୍ୟର ଝଲକ ଦେଖିବାକୁ ମିଳିଛି। ଆମ୍ବୁଲ ଫ୍ଲେଭର୍‌ ବିୟର୍‌ ବା କକ୍‌ଟେଲ ବିଶେଷ ଲୋକପ୍ରିୟତା ହାସଲ କରିଥିବା କିଛି ଫ୍ୟୁଜନ୍‌ ଓଡ଼ିଆ ଖାଦ୍ୟ ଅଣଓଡ଼ିଆଙ୍କ ମଧ୍ୟରେ ବହୁଳଭାବେ ଆଦୃତ ହୋଇଛି। ତେବେ ଓଡ଼ିଆ ଏବଂ ବଙ୍ଗାଳୀ ଖାଦ୍ୟ ପରସ୍ପରଠାରୁ କିଭଳି ପୃଥକ୍‌ ତାହା ଏଠାରେ ଲୋକେ ଜାଣିପାରୁଛନ୍ତି ବୋଲି ଅଳକା ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

(ସସ୍ମିତା ପାଇକରାୟ)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?