ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ ଦଳି ମାରିବା ପରେ ଗତ ଦୁଇ ସପ୍ତାହ ମଧ୍ୟରେ ଓଡ଼ାପଡ଼ା ବ୍ଲକ ଅଞ୍ଚଳର ୩ ଜଣଙ୍କ ଜୀବନ ନେଲାଣି ଏହି ହାତୀ। ଏହାକୁ ନେଇ ଚିନ୍ତାରେ ପଡ଼ିଥିବା ବନ ବିଭାଗ ସମାଧାନର ବାଟ ପାଉ ନ ଥିବାବେଳେ ଏବେ ଲଦି ହୋଇଛି ଆଉ ଏକ ସମସ୍ୟା। ବନ ବିଭାଗ ପକ୍ଷରୁ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛଡ଼ାଯିବା ଅନୁରୋଧକୁ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ନା କରିଦେଇଛନ୍ତି। ଏହାପରେ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ଏକମାତ୍ର ବିକଳ୍ପ ହୋଇଛି।
ଉକ୍ତ ଦନ୍ତା ବର୍ଷେ ହେଲା ପରଜଙ୍ଗ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପରେ ତାଳଚେରରେ ପ୍ରବେଶ କରି ଗୋଟିଏ ଦିନରେ ୫ଜଣଙ୍କ ଜୀବନ ନେଇଥିଲା। ଏହାପରେ ହାତୀ ଓଡ଼ାପଡ଼ା ବ୍ଲକକୁ ଫେରିଆସିଛି। ଗତ ଦୁଇ ସପ୍ତାହରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଲାଣି। ଗଇଲୋ, ଓଡ଼ାପଡ଼ା, ଗୁଣୁଦେଇ ଅଞ୍ଚଳରେ ଦନ୍ତା ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ହାତୀ ଭୟରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସକାଳ ଏବଂ ସନ୍ଧ୍ୟା ସମୟରେ ଗ୍ରାମ ରାସ୍ତାରେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଉଛି। ଭୟଭୀତ ଲୋକେ ଆମ୍ବ, କାଜୁ ବଗିଚାକୁ ଯାଉନାହାନ୍ତି। ଦୁଇଦିନ ତଳେ ଉକ୍ତ ହାତୀଟି ବ୍ରାହ୍ମଣୀ ନଦୀ ପାରହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।
ତାଳଚେର ଘଟଣା ପରେ ଦନ୍ତାର ହିଂସ୍ର ଆଚରଣରେ ଲଗାମ କଷିବାକୁ ଟ୍ରାଙ୍କୁଲାଇଜ କରି ଦାନ୍ତ କଟାଯାଇଥିଲା। ଏହା ସତ୍ତ୍ୱେ ହାତୀ ନିଜର ଆଚରଣ ବଦଳାଉନାହିଁ, ବରଂ ଅଧିକ ହିଂସ୍ର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ହାତୀ ଆକ୍ରମଣରେ କ୍ଷୟକ୍ଷତି ସୀମା ଟପିଥିବାବେଳେ ଉପଦ୍ରୁତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ଉଭୟ ପୋଲିସ ଏବଂ ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି। ଅନ୍ୟପଟେ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛାଡିବା ପାଇଁ ଆଞ୍ଚଳିକ ବନ ବିଭାଗ ପକ୍ଷରୁ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବାରମ୍ବାର ଟ୍ରାଙ୍କୁଲାଇଜ କରିବା ଦ୍ୱାରା ହାତୀ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ଥିବାରୁ ଏଥିରେ ଅସହମତି ପ୍ରକାଶ କରିଛନ୍ତି ବିଭାଗୀୟ ବିଶେଷଜ୍ଞ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଦର୍ଶନ ପାତ୍ର କୁହନ୍ତି, ଦନ୍ତା ହାତୀ ପାଇଁ ଚିନ୍ତା ବଢ଼ିଛି। ଟ୍ରାଙ୍କୁଲାଇଜ କରିବାକୁ ରାଜ୍ୟ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ ଏହାକୁ ଉପରିସ୍ଥ ଅଧିକାରୀ ମନା କରିଦେଇଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ଆଉ ହାତୀ ନେବେନାହିଁ ବୋଲି କହୁଛନ୍ତି। କପିଳାସ ରେସକ୍ୟୁ ସେଣ୍ଟରରେ ବଡ଼ ଦନ୍ତା ହାତୀକୁ ରଖିବା ଅସମ୍ଭବ। ପ୍ରତି ରେଞ୍ଜରେ ଗଜବନ୍ଧୁ ଯୋଜନାରେ ପାରିଶ୍ରମିକ ଦେଇ ହାତୀ ସମ୍ପର୍କରେ ଅଞ୍ଚଳବାସୀଙ୍କୁ ସତର୍କ କରାଇବାକୁ ଜଣେ ଜଣେ ଲୋକଙ୍କୁ ରଖିବା ପାଇଁ ୱାଇଲ୍ଡ ଲାଇଫ୍‌ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କିତ କୌଣସି ନିର୍ଦ୍ଦେଶନାମା ଏ ଯାଏ ଆସିନାହିଁ। ଏପରି ସ୍ଥିତିରେ ଦନ୍ତାକୁ ଘଉଡ଼ାଇବା ଏକମାତ୍ର ବିକଳ୍ପ ରହିଛି। ବନ ବିଭାଗ କର୍ମଚାରୀ ଦନ୍ତା ଗତିବିଧି ଉପରେ ନଜର ରଖିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?