Posted inଜାତୀୟ

ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା

ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି। ହେଲେ ଏହି ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା ନିଜ କର୍ତ୍ତବ୍ୟ ଭୁଲି ବିରିୟାନୀ ପାର୍ଟିରେ ସାମିଲ ହୋଇଥିବା ଭାଜପା ଅଭିଯୋଗ କରିଛି। କାରଣ ସିଦ୍ଧରମେୟାଙ୍କ ନିର୍ବାଚନ ମଣ୍ଡଳୀ ବାଦାମୀ ମଧ୍ୟ ବନ୍ୟା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହାକୁ ଯେମିତି ପାଶୋରି ଯାଇଛନ୍ତି ସିଦ୍ଧରମେୟା। ଏହାକୁ ନେଇ ଭାଜପା ସିଦ୍ଧରମେୟାଙ୍କୁ ଟାର୍ଗେଟ କରିଛି। ସେ କହିଛି, ଯଦି ବିରିୟାନୀ ଖାଇବା ସରିଗଲା ତେବେ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବନ୍ୟା ପୀଡ଼ିତଙ୍କ କଥା ବୁଝିବା ସହ ତାଙ୍କର ସାହାଯ୍ୟ କରନ୍ତୁ। ଯାହାଙ୍କ ପାଇଁ ସେ ଆଜି ନେତା ହୋଇଛନ୍ତି ତାଙ୍କ କଥା କିଭଳି ଭୁଲିଯାଉଛନ୍ତି ବୋଲି ଭାଜପା ପ୍ରଶ୍ନ କରିଛି। ଏଥିସହ ଭାଜପା ପକ୍ଷରୁ ଟୁଇଟରରେ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କ ଘରେ ବିରିୟାନୀ ପାର୍ଟିରେ ସିଦ୍ଧରମେୟା, କର୍ନାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଦଳର କିଛି ବିଧାୟକ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପସନ୍‌ରେ ଲେଖିଛନ୍ତି, ସିଦ୍ଧରମେୟାଙ୍କୁ ବିରିୟାନୀ ପାର୍ଟିରେ ଯୋଗଦେବା ପାଇଁ ସମୟ ଅଛି ହେଲେ ବନ୍ୟାରେ ପ୍ରଭାବିତ ହୋଇଥିବା ବାଦାମୀ ଅଞ୍ଚଳକୁ ଗସ୍ତ କରି ବନ୍ୟା ପୀଡ଼ିତଙ୍କ କଥା ବୁଝିବା ପାଇଁ ତାଙ୍କ ପାଖରେ ସମୟ ନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା…

ସ୍ତ୍ରୀ ଗୀତାଞ୍ଜଳିଙ୍କ ଅପିଲ୍‌ ପରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ସୋନମ ୱାଙ୍ଗଚୁକଙ୍କୁ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନ କ୍ରମେ ୱାଙ୍ଗଚୁକଙ୍କୁ ଏକ ବେସରକାରୀ ହସ୍ପିଟାଲକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ନେଉନାହାନ୍ତି ମୋଦି ସରକାର? ଭିତିରି ରହସ୍ୟ ଖୋଲିଦେଲେ ଅଖିଲେଶ, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ସିଜେପିର (CJP) ପ୍ରଦର୍ଶନ ସମୟରେ ହୋଇଥିବା ଲାଠିଚାର୍ଜ ଏବଂ ପୋଲିସ ହିଂସାରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ପ୍ରଦର୍ଶନକାରୀମାନେ NEET ପ୍ରଶ୍ନପତ୍ର ଲିକ୍‌…

ସରକାରଙ୍କ ଉପରେ ବଢ଼ିଲା ଚାପ, ଶେଷରେ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

ରାଜନୀତିରେ ହଲଚଲ: କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ପ୍ରତିବାଦ ମଧ୍ୟରେ କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri