ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ

ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍‌ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା କରୁଛନ୍ତି ଏହି ବେଆଇନ ବେପାର। ପାଠପଢ଼ା ବୟସରେ ହାତରେ ଧରୁଛନ୍ତି ବନ୍ଧୁକ, ଆଉ ଗୁଳି। ସୋମବାର ଏଭଳି ଏକ ସ୍ପର୍ଶକାତର ଘଟଣାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡାରେ ଗ୍ରାହକଙ୍କ ସହ ଡିଲ୍‌ବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ ବନ୍ଧୁକ, ୨୨ ଗୁଳି ଓ ୫ ମାଗାଜିନ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ସାନୁ ପଦାର (୨୧) ଓ ଖଣ୍ଡିଗିରି ଲେକ୍‌ ଭ୍ୟାଲି-୨ରେ ରହୁଥିବା ସୁରେଶ ପାଣିଗ୍ରାହୀ ଓରଫ ଲିପୁନ। ସାନୁ ସ୍ଥାନୀୟ ଏକ କଲେଜର ତୃତୀୟ ବର୍ଷର ବିବିଏ ଛାତ୍ର ହୋଇଥିବାବେଳେ ତାଙ୍କ ଘର ଛାଡ଼ଖଣ୍ଡରେ। ସେହିଭଳି ଲିପୁନ ଜଣେ କୋଟିପତି ବ୍ୟବସାୟୀଙ୍କ ପୁଅ ହୋଇଥିବାବେଳେ ଗତବର୍ଷ ସେହି କଲେଜରୁ ବିବିଏ ପାସ୍‌ କରିଛନ୍ତି। ଏସ୍‌ଟିଏଫ୍‌ ଆଇପିସି ଦଫା ୨୫(ଏ)ରେ ମାମଲା (ନଂ.୧୩/୨୦) ରୁଜୁ କରି ଉଭୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ଚଢ଼ାଉବେଳେ ବନ୍ଧୁକ କିଣିବାକୁ ଆସିଥିବା ଏକାଧିକ ଲୋକ ବୋଲେରୋ, ବୁଲେଟ ଓ ଦୁଇଟି ବାଇକ୍‌ରେ ଖସି ଯାଇଛନ୍ତି। ଅନ୍ୟପକ୍ଷରେ ଗିରଫ ସାନୁ ଓ ଲିପୁନ୍‌ଙ୍କୁ ଏସ୍‌ଟିଏଫ୍‌ ୩ଦିନ ରିମାଣ୍ଡରେ ଆଣି ପଚରାଉଚରା କରିବ। ସାନୁ ବିହାରରୁ କାହାଠାରୁ କିପରି ଓ କେଉଁବାଟଦେଇ ବନ୍ଧୁକ ଆଣୁଥିଲେ। ଏହାସହ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ ଜିଲାରେ କାହାକୁ ବନ୍ଧୁକ ବିକ୍ରି କରିଛନ୍ତି ତାହାର ଖୋଳତାଡ଼ କରାଯିବ। ସେମାନଙ୍କ ବୟାନ ଆଧାରରେ ଏସ୍‌ଟିଏଫ୍‌ ବିହାରକୁ ଯାଇ ବନ୍ଧୁକ ଡିଲରଙ୍କୁ ଗିରଫ କରିବାକୁ ଯୋଜନା ଥିବା ସୂଚନା ମିଳିଛି।
କେମିତି ଥିଲା ଏସ୍‌ଟିଏଫ୍‌ର ଅପରେଶନ
ରାଜଧାନୀରେ ବନ୍ଧୁକ ଡିଲ୍‌ ହେଉଥିବା ନେଇ ଏସ୍‌ଟିଏଫ୍‌ ଖବର ପାଇବା ପରେ ଲିପୁନଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ କରାଯାଇଥିଲା। ଏକ ୭ ଜଣିଆ ଟିମ୍‌ ଗଣ୍ଡମୁଣ୍ଡାସ୍ଥିତ ଲିପୁନଙ୍କ ଘର ନିକଟରେ ଛଦ୍ମ ବେଶରେ ଛକି ରହିଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଲିପୁନ ଓ ସାନୁ ଘରର କିଛି ଦୂରରେ ଛିଡା ହୋଇ ହସଖୁସି କରିଥିଲେ। ଏହି ସମୟରେ ଏକ ବୋଲେରୋ,ଏକ ବୁଲେଟ ଓ ଦୁଇ ବାଇକ ଆସି ସେମାନଙ୍କ ପାଖରେ ଅଟକିଥିଲା। ଏହାପରେ ବନ୍ଧୁକ ବିକ୍ରି ନେଇ ସେମାନଙ୍କ ମଧ୍ୟରେ ଡିଲ ହେଉଥିଲା। ଏହାକୁ ପ୍ରକୃଷ୍ଟ ସମୟ ଭାବି ଏସ୍‌ଟିଏଫ୍‌ ଟିମ୍‌ ଘେରିଯାଇ ପ୍ରଥମେ ସାନୁ ଓ ଲିପୁନଙ୍କୁ କାବୁ କରିନେଇଥିଲେ। ଅନ୍ୟମାନେ ଗାଡ଼ିରେ ଥିବାରୁ ସେମାନେ ଘଟଣାସ୍ଥଳରୁ ତୁରନ୍ତ ଖସି ପଳାଇଥିଲେ।
ବନ୍ଧୁକରେ ଇଟାଲୀ, ଗୁଳିରେ ଉଲ୍ଲେଖ ରହିଛି ପୁଣେ
ଏସ୍‌ଟିଏଫ୍‌ ଜବତ କରିଥିବା ୩ଟି ବନ୍ଧୁକ ୭.୬୫ ଏମ୍‌ଏମ୍‌’ର ସୋଫିଷ୍ଟିକେଟେଡ଼୍‌ ଅଟୋମେଟିକ। ଏହା ଅତ୍ୟାଧୁନିକ ମାରଣାସ୍ତ୍ରରେ ଅନ୍ତର୍ଭୁକ୍ତ। ସେଥିରେ ମେଡ୍‌ ଇନ୍‌ ଇଟାଲୀ ବୋଲି ଲେଖା ରହିଛି। ଏହା ଅସଲି ନା ଏଠାରେ ଇଟାଲୀ ବନ୍ଧୁକର ନକଲ ତିଆରି କରାଯାଇଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏହି ବନ୍ଧୁକରେ ୧୨ ଗୁଳି ରହିବାର କ୍ଷମତା ଥିବାବେଳେ ସାଧାରଣତଃ ୬ ଗୁଳି ଭର୍ତ୍ତି କରାଯାଇଥାଏ। ଏହାକୁ ସେଟିଂ କରିବା ପରେ ଗୋଟିଏ ଟ୍ରିଗର ଚିପିଲେ ଅଟୋମେଟିକ ଭାବେ ଏକାଧିକ ଗୁଳି ଲଗାତର ବନ୍ଧୁକରୁ ବାହାରିଥାଏ। ଜବତ ୨୨ ଗୁଳିରେ ପୁଣେର ଏକ କମ୍ପାନୀର ନାମ ଉଲ୍ଲେଖ ରହିଛି। ତେଣୁ ଜବତ ଗୁଳି ଉକ୍ତ କମ୍ପାନୀର କି ନୁହେଁ ଜାଣିବା ପାଇଁ ଏସ୍‌ଟିଏଫ୍‌ ଯାଞ୍ଚ ପାଇଁ ପଠାଇଥିବା ସୂଚନା ମିଳିଛି।

ବାପାର ମେଡିସିନ ବେପାର, ପୁଅ କରୁଛନ୍ତି ବନ୍ଧୁକ କାରବାର
ଲିପୁନଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବାବେଳେ ସେ ଗଣ୍ଡମୁଣ୍ଡା ଲେକ୍‌ ଭାଲି-୨ରେ ପରିବାର ସହ ରୁହନ୍ତି। ଲିପୁନ ପରିବାର ଧନିକ ଶ୍ରେଣୀର ହୋଇଥିବାବେଳେ ବାପା ମେଡିସିନ ବ୍ୟବସାୟ କରନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳ ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମେଡିସିନ ଦୋକାନ ରହିଛି। ତାଙ୍କ ପରିବାରର ଗଣ୍ଡମୁଣ୍ଡାଠାରେ ଏକ ୩ ମହଲା ବିଶିଷ୍ଟ ପ୍ରାସାଦ ରହିଛି। ଜଣେ କୋଟିପତିଙ୍କ ପୁଅ ହୋଇଥିଲେ ମଧ୍ୟ କାହିଁକି ବେଆଇନ ବନ୍ଧୁକ ବେପାର କରୁଥିଲେ ତାହାର ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌।
କିପରି ବଢ଼ିଲା ସାନୁ ଓ ଲିପୁନ୍‌ଙ୍କ ସମ୍ପର୍କ
ସାନୁ ବିବିଏ ପଢୁଥିବାବେଳେ ସେ ଲିପୁନ୍‌ଙ୍କ ଘରେ ଭଡ଼ାରେ ରହୁଥିଲେ। ଲିପୁନ ସମାନ କଲେଜରେ ପଢ଼ୁଥିବାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଦୁହେଁ ଅଧିକାଂଶ ସମୟରେ ଏକାଠି କଲେଜ ଯିବାଆସିବା କରୁଥିଲେ। ତେଣୁ ପରିବାର ଲୋକେ ସାନୁଙ୍କ ସହ ଲିପୁନଙ୍କ ମିଳାମିଶାକୁ ସେତେଟା ନଜର ଦେଉ ନ ଥିଲେ। ସାନୁ ଓଡ଼ିଶା ଆସିବା ପୂର୍ବରୁ ବନ୍ଧୁକ କାରବାର ସହ ସମ୍ପୃକ୍ତ ଥିଲେ। ସେ କ୍ରମଶଃ ଲିପୁନଙ୍କୁ ନାନା କଥା କହି ବନ୍ଧୁକ କାରବାର ପ୍ରତି ଆକର୍ଷିତ କରିଥିଲେ। ବାପାଙ୍କଠାରୁ ଆହୁରି ଢ଼େର୍‌ ଅଧିକ ରୋଜଗାର କରିବାର ଆଶା ଦେଖାଇ ହାତରେ ବନ୍ଧୁକ ଧରାଇଦେଇଥିଲେ। ଲିପୁନ ରାଜି ହେବା ପରେ ଦୁହେଁ ମିଶି ବନ୍ଧୁକ କାରବାର ଆରମ୍ଭ କରିଥିଲେ। ବନ୍ଧୁକ ବେପାର ଟଙ୍କାରେ କଲେଜରେ ମଉଜମସ୍ତି କରିବା ସହ ଦବ୍‌ଦବା ଦେଖାଉଥିଲେ।

ମାଓବାଦୀ ସଂଗଠନକୁ ବନ୍ଧୁକ ଯୋଗାଉଥିବା ସନ୍ଦେହ
ସାନୁଙ୍କ ବିହାରର ଜଣେ ବନ୍ଧୁକ ଡିଲରଙ୍କ ସହ ପୂର୍ବରୁ ଭଲ ସମ୍ପର୍କ ଥିଲା। ସେ ଅତ୍ୟାଧୁନିକ ଅଟୋମେଟିକ ବନ୍ଧୁକ ତାଙ୍କଠାରୁ କିଣି ଆଣୁଥିଲେ। ୮୦ହଜାର ଟଙ୍କାରେ କିଣି ଆଣି ଓଡ଼ିଶାରେ ୧ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରୁଥିଲେ। ଲିପୁନ୍‌ ଓଡ଼ିଶାରେ ଗ୍ରାହକ ସଂଗ୍ରହ ଦାୟିତ୍ୱରେ ଥିଲେ। ଏଥିସହ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏଜେଣ୍ଟ ରଖି ବେପାର ଚଳାଇଥିଲେ। ବିଶେଷକରି ସେମାନେ କୋରାପୁଟକୁ ଏହି ଅତ୍ୟାଧୁନିକ ବନ୍ଧୁକ ଚାଲାଣ କରୁଥିବାବେଳେ ବିଲ୍ଡର, ଖଣି ମାଫିଆ ଓ ଏକ ସଂଗଠନକୁ ବନ୍ଧୁକ ଯୋଗାଉଥିବା କହିଛନ୍ତି। ତେବେ କୋରାପୁଟକୁ ଯାଉଥିବା ବନ୍ଧୁକ ମାଓବାଦୀମାନେ କିଣି ନେଉଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?