ବନ୍ଧା ପଡିଛି ମଣିଷ ପଣିଆ: ଆହାରକେନ୍ଦ୍ର ଶେଷ ଠିକଣା

ଚାନ୍ଦବାଲି,୬ା୧୧(ଡି.ଏନ.ଏ.)-ଆଖିକୁ ଭଲ ଦେଖାଯାଉ ନ ଥିବା ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ କେହି ଆଣି ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଆହାର କେନ୍ଦ୍ର ବାରଣ୍ଡାରେ ସୋମବାର ସକାଳେ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଲୋଡିତ କରିଥିଲା। ଖବର ପାଇ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ ସନ୍ଧ୍ୟାରେ ଆହାର କେନ୍ଦ୍ରରେ ପହଞ୍ଚି ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ତହସିଲଦାର ଆମ୍ବୁଲାନ୍ସ ମଗାଇ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମଙ୍ଗଳବାର ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଏହି ବୃଦ୍ଧାଙ୍କୁ ଭେଟି ସହାୟତାର ହାତ ବଢାଇବା ସହ ବିସ୍କୁଟ, କମ୍ବଳ ଆଦି ଯୋଗାଇ ଦେଇଛନ୍ତି।
ବୃଦ୍ଧାଙ୍କ ଘର ଚାନ୍ଦବାଲିଠାରୁ ୪ କି.ମି. ଦୂର ମହୁଲିଆ ଗ୍ରାମରେ। ପୈତୃକ ଜମିବାଡି ଯାହାଥିଲା, ଅଭାବ ଅନଟନ ଯୋଗୁ ତାକୁ ବିକ୍ରି କରିଦେଇଛନ୍ତି। ତାଙ୍କର ଜଣେ ପୁଅ କେନ୍ଦ୍ରାପଡାରେ ବିବାହ କରି ଶ୍ୱଶୁର ଘରେ ରହୁଥିବାରୁ କନ୍ତଳା ସେଠାକୁ ଯାଇ କିଛି ଦିନ ରହିଥିଲେ। ପରେ ସେ ଗାଁକୁ ଫେରିଥିବା କୁହାଯାଉଛି। ତେବେ କିଏ ଆଣି ତାଙ୍କୁ ଆହର କେନ୍ଦ୍ରରେ ଅସହାୟ ଅବସ୍ଥାରେ ଛାଡିଗଲେ, ସେ ନେଇ ପ୍ରଶାସନ କୌଣସି ସୂଚନା ପାଇପାରି ନାହିଁ ା ସୋମବାର ଆହାର କେନ୍ଦ୍ର ବାରଣ୍ଡାରେ ସେ ବସି ରହିଥିବା ବେଳେ ହାତରେ ଧରିଥିଲେ ଖଣ୍ଡିଏ ବାଡି । ପାଖରେ ଥିଲା ଗୋଟିଏ ପାଣି ବୋତଲ । ଆହାର କେନ୍ଦ୍ରର ଜଣେ କର୍ମଚାରୀ ମଧ୍ୟାହ୍ନ ସମୟରେ କିଛି ଖାଦ୍ୟ ଆଣି ଖାଇବାକୁ ଦେଇଥିଲେ। ଅପରାହ୍ନ ଯାଇ ସନ୍ଧ୍ୟା ମାଡି ଆସିବାରୁ ବୃଦ୍ଧାଜଣଙ୍କ ଅଧିକ ଅସହାୟ ହୋଇପଡିଥିଲେ। ଚଲାବୁଲା କରି ଗାଁକୁ ଯିବା ସକାଶେ ଦେହରେ ଶକ୍ତି ନ ଥିବାରୁ ସେ କନ୍ଦାକଟା କରିଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ତହସିଲଦାରଙ୍କୁ ଜଣାଇବାରୁ ସେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ପୋଲିସ ବ୍ୟସ୍ତ ଥିବା ଯୋଗୁ ଏଥିରେ ମୁଣ୍ଡ ଖେଳାଇ ପାରି ନ ଥିବା କୁହାଯାଉଛି। ଏହି ଅସହାୟ ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri