ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ ଏହା ମଣିଷର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ବିଶେଷ କ୍ଷତି ପହଞ୍ଚାଇବ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଭାରତୀୟ ବର୍ଷକ ମଧ୍ୟରେ ୧୮୦୦ ଘଣ୍ଟା ଅର୍ଥାତ୍‌ ୭୫ ଦିନ ମୋବାଇଲ୍‌ ବ୍ୟବହାର କରୁଛନ୍ତି। ଚାଇନିଜ୍‌ ସ୍ମାର୍ଟଫୋନ୍‌ ଭିଭି ଏବଂ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌)ର ଜଏଣ୍ଟ ସର୍ଭେରୁ ଏହି ତଥ୍ୟ ହାସଲ କରାଯାଇଛି। ମୋବାଇଲ୍‌ ବ୍ୟବହାର କରିବା ଏଭଳି ଖରାପ ଅଭ୍ୟାସ ହୋଇଯାଇଛି, ଯାହାଫଳରେ ଏବେ ମୋବାଇଲ୍‌ ବିନା ରହିବା ଅସମ୍ଭବ ଭଳି ଲାଗୁଛି ବୋଲି ସର୍ଭେରେ ସାମିଲ ହୋଇଥିବା ଲୋକେ ମତ ଦେଇଛନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିଛି। ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅନ୍ୟ ଡିଭାଇସ୍‌ ମଧ୍ୟରୁ ସ୍ମାର୍ଟଫୋନ୍‌ ସବୁଠୁ ବେଶି ଲୋକପ୍ରିୟତା ହାସଲ କରିଛି ବୋଲି ସିଏମ୍‌ଆର୍‌ ଗ୍ରୁପର ଇଣ୍ଟେଲିଜେନ୍ସ ଇଣ୍ଡଷ୍ଟ୍ରି ହେଡ୍‌ ପ୍ରଭୁରାମ କହିଛନ୍ତି। ସର୍ଭେ ବେଳେ ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି, ଫୋନ୍‌ ବ୍ୟବହାର ନ କରି ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କ ସହ ୫ମିନିଟ୍‌ ମଧ୍ୟ କଥା ହେବା ସମ୍ଭବ ହୋଇପାରୁନି। ସେହିପରି ସୁଖୀ ଜୀବନ ପାଇଁ ମୋବାଇଲ ବ୍ୟବହାର ଅପେକ୍ଷାକୃତ କମ୍‌ କରିବା ଦରକାର ବୋଲି ୫ରୁ ୩ଜଣ ମାନିଛନ୍ତି। ଦେଶର ପ୍ରମୁଖ ୮ଟି ସହରରେ ଏହି ସର୍ଭେ କରାଯାଇଥିଲା। ଏଥିସହ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଲୋକଙ୍କ ମତାମତ ନିଆଯାଇଥିଲା। ସର୍ଭେରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri