ବଢୁଛି ଗଞ୍ଜେଇ ଚାଷ, ଅବକାରୀ ବିଭାଗ ନୀରବ୭୧୨୮ ଏକର ଜମିରୁ ଗଛ ନଷ୍ଟ, ଗିରଫ ଶୂନ

ଫୁଲବାଣୀ ଅଫିସ, ୯ା୭ ରାକେଶ କୁମାର ରାଉତ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଚାଷ ହେବା ଘଟଣା କାହାରିକୁ ଅଛପା ନାହିଁ। ଜିଲାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବହୁ ନଜିର ରହିଛି। ଗଞ୍ଜେଇ ଗଛ ଲଗାଇବା ଏବଂ ଚୋରା କାରବାର ଯୋଗୁ ଜିଲାରେ ଅସାମାଜିକ ତତ୍ତ୍ୱଙ୍କ ଚଳପ୍ରଚଳ ବୃଦ୍ଧି ପାଉଛି। ସେମାନଙ୍କୁ ଧରାଯାଉନାହିଁ। ଗଞ୍ଜେଇ ଚାଷ ବର୍ଷକୁ ବର୍ଷ ବଢୁଛି ପଛେ, କମୁନାହିଁ। ଅବକାରୀ, ପୋଲିସ ବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରୁଥିବା କହୁଥିଲେ ହେଁ, ତାହା ସମୁଦ୍ରକୁ ଶଙ୍ଖେ ପରି। ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଏହା ଉପରେ ବିଭାଗ କ’ଣ ପଦକ୍ଷେପ ନେଇଥିବା ସଂକ୍ରନ୍ତରେ ଯେଉଁ ଉତ୍ତର ମିଳିଛି ତାହା ତାଜୁବ କଲାଭଳି। କାରଣ ବିଗତ ୨ ବର୍ଷରେ ୭୧୨୮ ଏକର ଜମିରୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲେ ହେଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।
ସାଧାରଣତଃ ଜିଲାର ଫିରିଙ୍ଗିଆ, ବାଲିଗୁଡା ଏବଂ ଖଜୁରିପଡା, କ.ନୂଆଗଁା ବ୍ଲକ ଅଞ୍ଚଳରେ ଅଧିକ ଚାଷ କରାଯାଉଛି। ଅଧିକାଂଶ ଚାଷ ନିଜ ଜମି ସମେତ ଜଙ୍ଗଲ ଜମିରେ ହୋଇଥାଏ। ଯେଉଁଠି ଚାଷ ହୁଏ ସେଠାରେ ଥିବା ବନବିଭାଗ ଅଧିକାରୀ, ପୋଲିସ, ଅବକାରୀ କର୍ମଚାରୀ, ପିଆର୍‌ଆଇ ମେମ୍ବରଙ୍କ ଗୋଚରରେ ଥାଏ। ସମସ୍ତେ ସବୁ ଜାଣିଥାନ୍ତି। ଯେତବେଳେ ଉପରୁ ନିର୍ଦ୍ଦେଶ ଆସେ ସେତବେଳେ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୁଏ। କିନ୍ତୁ କିଏ ଗଞ୍ଜେଇ ଗଛ ଲଗାଇଥିଲା ତାହା ଜାଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତିନାହିଁ। ସୂଚନା ଅନୁଯାୟୀ, ଯେତିକି ଗଛ ନଷ୍ଟ କରାଯାଏ ତାହା ୧୦ ପ୍ରତିଶତରୁ ବି କମ୍‌। ଗଞ୍ଜେଇ କାରବାରକୁ ରୋକିବା ଏବଂ ଏହାଦ୍ୱାରା ଜିଲାରେ ଅପରାଧ ବଢୁଛି ବୋଲି ଜିଲା ନାଗରିକ ମଞ୍ଚ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ହେଲେ ଅବକାରୀ ଅଧୀକ୍ଷକଙ୍କ ରିପୋର୍ଟ ଦେଖିଲେ ପ୍ରକୃତରେ ଜିଲାରେ କିପରି ଗଞ୍ଜେଇ ଚାଷ ରୋକାଯାଉଛି ତାହା ଆଶ୍ଚର୍ଯ୍ୟ ଲାଗିବ। ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ୧୪୩୧ ଏକରରେ ୧୨ ଲକ୍ଷ ୪୭ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୧୨୪.୭୮ କୋଟି। ଏହି ଘଟଣାରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୫୪ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬-୧୭ରେ ୨୩୮୪ ଏକରରେ ୨୩ ଲକ୍ଷ ୮୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୨୩୮.୪୦ କୋଟି। ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ୨୦୧୭-୧୮ରେ ୨୪୨୪ ଏକରରେ ୨୪ ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ କଟା ଯାଇଥିଲା। ଯାହାର ମୂଲ୍ୟ ୨୪୨.୪୦ କୋଟି। ଏହି ଘଟଣାରେ ୨୭ଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ବି କାହାରିକୁ ଗିରଫ କରାଯାଇ ନାହିଁ। ସେହିପରି ୨୦୧୮-୧୯ରେ ୪୭୦୪ ଏକରରେ ୪୭ ଲକ୍ଷ ୪ ହଜାର ଗଞ୍ଜେଇ ଗଛ କଟାଇଥିଲା। ଯାହାର ମୂଲ୍ୟ ୪୭୦.୪୦ କୋଟି। ହେଲେ ଏହି ଘଟଣାରେ ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ କି କେହି ଗିରଫ ହୋଇନାହାନ୍ତି। ରିପୋର୍ଟକୁ ଦେଖିଲେ ପ୍ରତିବର୍ଷ ଗଞ୍ଜେଇ ଚାଷ ବଢ଼ି ଚାଲିଛି। ସେହି ତୁଳନାରେ ମାମଲା ରୁଜୁ ହୋଇ ଗିରଫ ସଂଖ୍ୟା ବଢ଼ିବା କଥା, ହେଲେ ତାହା ହେଉନାହିଁ। ଏଥିରୁ ଗୋଟିଏ ଘଟଣା ସ୍ପଷ୍ଟ, ଅବକାରୀ ଅଧିକାରୀ/କର୍ମଚାରୀ, ପୋଲିସ, ବନ ବିଭାଗ ଏବଂ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ ସଲାସୁତରା ରହିଛି। ଏ ନେଇ ଜିଲା ଅବକାରୀ ଅଧୀକ୍ଷକ ବିମ୍ବାଧର ସେଠୀଙ୍କୁ ପଚାରିବାରୁ ଜଙ୍ଗଲ ଭିତରେ ଚାଷ ହେଉଥିବାରୁ ମାମଲା ରୁଜୁ କରିବା ଏବଂ ଗିରଫ କରିବା କଷ୍ଟକର ହେଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫:ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri