ବଢୁଛି ଗଞ୍ଜେଇ ଚାଷ, ଅବକାରୀ ବିଭାଗ ନୀରବ୭୧୨୮ ଏକର ଜମିରୁ ଗଛ ନଷ୍ଟ, ଗିରଫ ଶୂନ

ଫୁଲବାଣୀ ଅଫିସ, ୯ା୭ ରାକେଶ କୁମାର ରାଉତ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଚାଷ ହେବା ଘଟଣା କାହାରିକୁ ଅଛପା ନାହିଁ। ଜିଲାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବହୁ ନଜିର ରହିଛି। ଗଞ୍ଜେଇ ଗଛ ଲଗାଇବା ଏବଂ ଚୋରା କାରବାର ଯୋଗୁ ଜିଲାରେ ଅସାମାଜିକ ତତ୍ତ୍ୱଙ୍କ ଚଳପ୍ରଚଳ ବୃଦ୍ଧି ପାଉଛି। ସେମାନଙ୍କୁ ଧରାଯାଉନାହିଁ। ଗଞ୍ଜେଇ ଚାଷ ବର୍ଷକୁ ବର୍ଷ ବଢୁଛି ପଛେ, କମୁନାହିଁ। ଅବକାରୀ, ପୋଲିସ ବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରୁଥିବା କହୁଥିଲେ ହେଁ, ତାହା ସମୁଦ୍ରକୁ ଶଙ୍ଖେ ପରି। ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଏହା ଉପରେ ବିଭାଗ କ’ଣ ପଦକ୍ଷେପ ନେଇଥିବା ସଂକ୍ରନ୍ତରେ ଯେଉଁ ଉତ୍ତର ମିଳିଛି ତାହା ତାଜୁବ କଲାଭଳି। କାରଣ ବିଗତ ୨ ବର୍ଷରେ ୭୧୨୮ ଏକର ଜମିରୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲେ ହେଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।
ସାଧାରଣତଃ ଜିଲାର ଫିରିଙ୍ଗିଆ, ବାଲିଗୁଡା ଏବଂ ଖଜୁରିପଡା, କ.ନୂଆଗଁା ବ୍ଲକ ଅଞ୍ଚଳରେ ଅଧିକ ଚାଷ କରାଯାଉଛି। ଅଧିକାଂଶ ଚାଷ ନିଜ ଜମି ସମେତ ଜଙ୍ଗଲ ଜମିରେ ହୋଇଥାଏ। ଯେଉଁଠି ଚାଷ ହୁଏ ସେଠାରେ ଥିବା ବନବିଭାଗ ଅଧିକାରୀ, ପୋଲିସ, ଅବକାରୀ କର୍ମଚାରୀ, ପିଆର୍‌ଆଇ ମେମ୍ବରଙ୍କ ଗୋଚରରେ ଥାଏ। ସମସ୍ତେ ସବୁ ଜାଣିଥାନ୍ତି। ଯେତବେଳେ ଉପରୁ ନିର୍ଦ୍ଦେଶ ଆସେ ସେତବେଳେ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୁଏ। କିନ୍ତୁ କିଏ ଗଞ୍ଜେଇ ଗଛ ଲଗାଇଥିଲା ତାହା ଜାଣିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତିନାହିଁ। ସୂଚନା ଅନୁଯାୟୀ, ଯେତିକି ଗଛ ନଷ୍ଟ କରାଯାଏ ତାହା ୧୦ ପ୍ରତିଶତରୁ ବି କମ୍‌। ଗଞ୍ଜେଇ କାରବାରକୁ ରୋକିବା ଏବଂ ଏହାଦ୍ୱାରା ଜିଲାରେ ଅପରାଧ ବଢୁଛି ବୋଲି ଜିଲା ନାଗରିକ ମଞ୍ଚ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ହେଲେ ଅବକାରୀ ଅଧୀକ୍ଷକଙ୍କ ରିପୋର୍ଟ ଦେଖିଲେ ପ୍ରକୃତରେ ଜିଲାରେ କିପରି ଗଞ୍ଜେଇ ଚାଷ ରୋକାଯାଉଛି ତାହା ଆଶ୍ଚର୍ଯ୍ୟ ଲାଗିବ। ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ୧୪୩୧ ଏକରରେ ୧୨ ଲକ୍ଷ ୪୭ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୧୨୪.୭୮ କୋଟି। ଏହି ଘଟଣାରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୫୪ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬-୧୭ରେ ୨୩୮୪ ଏକରରେ ୨୩ ଲକ୍ଷ ୮୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ମୂଲ୍ୟ ୨୩୮.୪୦ କୋଟି। ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ୨୦୧୭-୧୮ରେ ୨୪୨୪ ଏକରରେ ୨୪ ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ କଟା ଯାଇଥିଲା। ଯାହାର ମୂଲ୍ୟ ୨୪୨.୪୦ କୋଟି। ଏହି ଘଟଣାରେ ୨୭ଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ବି କାହାରିକୁ ଗିରଫ କରାଯାଇ ନାହିଁ। ସେହିପରି ୨୦୧୮-୧୯ରେ ୪୭୦୪ ଏକରରେ ୪୭ ଲକ୍ଷ ୪ ହଜାର ଗଞ୍ଜେଇ ଗଛ କଟାଇଥିଲା। ଯାହାର ମୂଲ୍ୟ ୪୭୦.୪୦ କୋଟି। ହେଲେ ଏହି ଘଟଣାରେ ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ କି କେହି ଗିରଫ ହୋଇନାହାନ୍ତି। ରିପୋର୍ଟକୁ ଦେଖିଲେ ପ୍ରତିବର୍ଷ ଗଞ୍ଜେଇ ଚାଷ ବଢ଼ି ଚାଲିଛି। ସେହି ତୁଳନାରେ ମାମଲା ରୁଜୁ ହୋଇ ଗିରଫ ସଂଖ୍ୟା ବଢ଼ିବା କଥା, ହେଲେ ତାହା ହେଉନାହିଁ। ଏଥିରୁ ଗୋଟିଏ ଘଟଣା ସ୍ପଷ୍ଟ, ଅବକାରୀ ଅଧିକାରୀ/କର୍ମଚାରୀ, ପୋଲିସ, ବନ ବିଭାଗ ଏବଂ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ ସଲାସୁତରା ରହିଛି। ଏ ନେଇ ଜିଲା ଅବକାରୀ ଅଧୀକ୍ଷକ ବିମ୍ବାଧର ସେଠୀଙ୍କୁ ପଚାରିବାରୁ ଜଙ୍ଗଲ ଭିତରେ ଚାଷ ହେଉଥିବାରୁ ମାମଲା ରୁଜୁ କରିବା ଏବଂ ଗିରଫ କରିବା କଷ୍ଟକର ହେଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri