Posted inଖେଳ

ବକ୍ସିଂ ବିଶ୍ୱକପ: ପଙ୍ଘାଲଙ୍କୁ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୨୦।୧୨(ପି.ଟି.): ଜର୍ମାନୀର କଲୋନେଠାରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଶନିବାର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଭାରତର ଅମିତ ପଙ୍ଘାଲ ୫୨ କେ.ଜି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି +୯୧ କେ.ଜି. ବର୍ଗରେ ସତୀଶ କୁମାର ରୌପ୍ୟ ପଦକ ଜିତିଛନ୍ତି।
ଫାଇନାଲ ବାଉଟ୍‌ରେ ଅବତୀର୍ଣ୍ଣ ନ ହୋଇ ପଙ୍ଘାଲ ସ୍ବର୍ଣ୍ଣ ଜିତିଛନ୍ତି। କାରଣ ଜର୍ମାନୀର ଅର୍ଗିଷ୍ଟି ଟେରଟେରିୟାନ ତାଙ୍କୁ ଓ୍ବାକ୍‌ଓଭର ଦେଇଥିଲେ। ଅନ୍ୟପଟେ ଫ୍ରାନ୍ସର ଜାମିଲି ଡିନି ମେଇଣ୍ଡେଜଙ୍କୁ ସେମିଫାଇନାଲରେ ପରାସ୍ତ କରିଥିବା ସତୀଶ ଇଞ୍ଜୁରି କାରଣରୁ ଫାଇନାଲ ବାଉଟ୍‌ରେ ଅବତୀର୍ଣ୍ଣ ହୋଇ ନ ଥିଲେ ଓ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି। ଫଳରେ ଜର୍ମାନୀର ନେଲେଭିଏ ଟିଆଫାକ୍‌ ସ୍ବର୍ଣ୍ଣ ପଦକ ପାଇଛନ୍ତି।
ସେହିପରି ମହିଳା ବିଭାଗରେ ଭାରତର ସାକ୍ଷୀ ଓ ମନୀଷା ୫୭ କେ.ଜି. ବର୍ଗ ଫାଇନାଲରେ ପରସ୍ପରକୁ ଭେଟିବେ। ସେମିରେ ମନୀଷା ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ନିଜ ଦେଶରେ ସୋନିଆ ଲାଥରଙ୍କୁ ୫-୦ରେ ହରାଇଥିଲେ। ସେହିପରି ସାକ୍ଷୀ ସେମିରେ ଜର୍ମାନୀର ରାମୋନା ଗ୍ରାଫ୍‌ଙ୍କୁ ୪-୧ରେ ହରାଇ ଫାଇନାଲକୁ ଉଠିଥିଲେ। ତେବେ ଏସିଆନ ଗେମ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ପୂଜା ରାଏ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ହୁସାମୁଦ୍ଦିନ ଓ ଗୌରବ ସୋଲାଙ୍କି ପୁରୁଷ ୫୭ କେ.ଜି. ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାରତ ସମେତ ବେଲଜିୟମ, କ୍ରୋଏସିଆ, ଫ୍ରାନ୍ସ, ମୋଲଡୋଭା, ନେଦରଲାଣ୍ଡ୍ସ, ପୋଲାଣ୍ଡ ଓ ୟୁକ୍ରେନ୍‌ର ବକ୍ସରମାନେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri