ବଉଳମାଳା ପଥର ବୋଝେଇ ଟ୍ରକ୍‌ ଜବତ ଏସ୍‌କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ ଜେଲ ଗଲେ

ରଣପୁର,୨୪ା୯(ସ୍ବ.ପ୍ର.): ପଡୋଶୀ ଗଞ୍ଜାମ ଜିଲାକୁ ଚୋରାରେ ଚାଲାଣ ହେଉଥିବା ବଉଳମାଳା ପଥର ବୋଝେଇ ୪୦୭ ଟ୍ରକ୍‌କୁ ରଣପୁର ପୋଲିସ ଜବତ କରିଛି। ଏହି ଘଟଣାରେ ଏସ୍‌କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ଜଣଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫମାନେ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଭୋଗପୁର ଗଁାର ରାଜ କିଶୋର ପାଲଟାସିଂହ(୩୫), କବିରାଜ କନ୍ନହର ସିଂ (୩୦), ବିକାଶ ଜୟ ରଣସିଂହ(୩୭), ପବିତ୍ର ମାର୍ଥା (୩୧) ଓ ଉମାକାନ୍ତ କନ୍ନହର ସିଂ(୨୭)। ପ୍ରାପ୍ତ ସୂଚନା ଅନୁସାରେ ଓଡି୦୨ଏଡବ୍ଲ୍ୟୁ ୦୩୦୧ନଂ. ବିଶିଷ୍ଟ ୪୦୭ ଟ୍ରକରେ ୧୬୦ ପିସ୍‌ ବଉଳମାଳା ପଥର ବୋଝେଇ ହୋଇ ଜଙ୍କିଆ ଥାନାର ଭୋଗପୁରରୁ ଗଞ୍ଜାମ ଜିଲାକୁ ଯାଉଥିଲା। ଏହି ଟ୍ରକକୁ ଏସ୍‌କର୍ଟ ଦେଇ ଓଡି୩୩ବି-୫୦୬୨ନଂ.ର ବୁଲେଟ୍‌ ମଧ୍ୟ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ, ସବ୍‌ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତିଙ୍କ ସମେତ ପୋଲିସ ଟିମ୍‌ ଏହି ଦୁଇ ଗାଡିକୁ ରବିବାର ରାତିରେ ସାନଗଡଠାରେ ଅଟକାଇ ନିଜ ହେପାଜତକୁ ନେଇଥିଲେ। ପୋଲିସ ୫ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୫ ମୋବାଇଲ, ୧୨,୫୦୦ ଟଙ୍କା ଜବତ କରିଛି। ରଣପୁର ଥାନାରେ ଏ ନେଇ ଆଇପିସି ଦଫା ୩୭୯, ୪୧୧, ୩୪ରେ ମାମଲା (ନଂ.୧୯୮/୧୯) ରୁଜୁ ହୋଇଛି। ଖୋର୍ଦ୍ଧା ଜିଲାର ଭୋଗପୁରସ୍ଥିତ ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଣ୍ଡିଆରୁ ବେଆଇନ ଭାବେ ବଉଳମାଳା ପଥର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଚାଲାଣ ହୋଇଆସୁଥିବା ପୋଲିସ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri