ଫେରାର ୨ ପିଲେଟ ଚୋର ଗିରଫ

ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ବଡବିଲସ୍ଥିତ ଆରିୟା ଷ୍ଟିଲ କାରଖାନାରୁ ପରିବହନ ବେଳେ ପିଲେଟ ଚୋରି କରିଥିବା ଦୁଇ ଫେରାର ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କମାର ଯୋଡା ଅଞ୍ଚଳର ସମୀର ଖାନ୍‌ ଓରଫ ପପୁ ଓ ଅମିର ହୁସେନ୍‌ ଓରଫ ରାଜ୍‌। ଆରିୟା ଷ୍ଟିଲ କମ୍ପାନୀରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀ, ଅଧିକାରୀ ଓ ସ୍ଥାନୀୟ କେତେକ ଯୁବକଙ୍କ ସହ ମିଶି ଉକ୍ତ କମ୍ପାନୀରୁ ଡମ୍ପର ଯୋଗେ ବୋଝେଇ ହୋଇ ଆସୁଥିବା ପ୍ରାୟ ୬୩. ୧୫୦ ମେଟ୍ରିକ ଟନ୍‌ ପିଲେଟ୍‌କୁ ଗନ୍ତବ୍ୟସ୍ଥଳ ବାଂଶପାଣି ରେଳ ସାଇଡିଂରେ ପକାଇବା ପରିବର୍ତ୍ତେ ଚଞ୍ଚକତା କରି ଚୋରାଚାଲାଣ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଯୋଡା ଥାନାରେ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୯୨/ ୨୦) ରୁଜୁ କରି ଏଥିରେ ସମ୍ପୃକ୍ତ ଥିବା ୭ଜଣଙ୍କ ମଧ୍ୟରୁ ୪ଜଣ କମ୍ପାନୀରେ କାର୍ଯ୍ୟରତ ଥିବା ଅଧିକାରୀ ଓ ସୁରକ୍ଷା କର୍ମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅନ୍ୟ ୩ ଅଭିଯୁକ୍ତ ଦୀର୍ଘବର୍ଷ ହେଲା ପୋଲିସକୁ ଧୂଳି ଦେଇ ଫେରାର ଥିଲେ। ପୋଲିସ ଖବରପାଇ ଚଢାଉ କରି ଫେରାର ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ? ବଡ଼ ସଙ୍କେତ ଦେଲା BCCI

ନୂଆଦିଲ୍ଲୀ,୨।୬: ଯେତେବେଳେ ବି IPLର 19ତମ ସିଜିନ ବିଷୟରେ ଆଲୋଚନା ହୁଏ, ସମସ୍ତଙ୍କ ମୁହଁରେ ପ୍ରଥମେ ନାମ ନିଶ୍ଚିତ ଭାବରେ 15 ବର୍ଷୀୟ ଯୁବ ସେନସେସନ ବୈଭବ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ…

କାହିଁକି ସବୁବେଳେ ଧଳା ଶର୍ଟ-କଳା ବ୍ଲେଜର ପିନ୍ଧୁଛନ୍ତି ଥଲାପତି ବିଜୟ: ନିଜେ କଲେ ଖୁଲାସା

ଚେନ୍ନାଇ,୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଏକ ‘ସିଗ୍ନେଚର’ ଲୁକ ଅଛି। ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ପୋଷାକ ପ୍ରାୟତଃ ଆଲୋଚନାର ବିଷୟ ହୋଇଆସିଛି। ସେ…

ନିର୍ବାଚନ ହାରୁ ହାରୁ TMC ଦୁଇ ଫାଳ! ସାମ୍ନାକୁ ଆସିଲା କନ୍ଦଳ; ଦଳକୁ କେମିତି ବଞ୍ଚାଇବେ ମମତା ବାନାର୍ଜୀ?

କୋଲକାତା,୨।୬: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ, ମମତା ବାନାର୍ଜୀଙ୍କ ପତନ ଆରମ୍ଭ ହୋଇଯାଇଛି। ପରିସ୍ଥିତି ବଢୁଥିବାରୁ ତୃଣମୂଳ କଂଗ୍ରେସ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେବ ବୋଲି ସୂଚାଇ…

ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ: ଆଜି ଏହି ୨ ଜିଲାକୁ ସତର୍କ ଜାରି କଲା…

ଭୁବନେଶ୍ୱର, ୨।୬: ଦିନରେ ତାତି। ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ । ତେବେ ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ଆଜି ପାଇଁ ମୟୂରଭଞ୍ଜ…

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାମନ୍ତ୍ରୀ, ଏହି ଦିନ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ଭୁବନେଶ୍ବର, ୨ା୬: ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ବୋଲି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri