ଫେକ୍‌ ଆପ୍‌, ଫ୍ରି ଓ୍ବାଇଫାଇ ପ୍ରତି ସାବଧାନ: ଅପରାଧୀଙ୍କ ଟାର୍ଗେଟରେ ମହିଳା, ଛାତ୍ର ଓ ବୟସ୍କ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆପଣ ସ୍ପାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି କି? ସତର୍କ ନ ହେଲେ ନିମିଷକରେ ସାଇବର ଅପରାଧୀମାନେ ଆପଣଙ୍କ ମୋବାଇଲ୍‌ରୁ ତଥ୍ୟ ଚୋରିକରି ଟଙ୍କା ଲୁଟିନେବେ। କେବଳ ପ୍ଲେ ଷ୍ଟୋର୍‌ରୁ ହିଁ ଆବଶ୍ୟକୀୟ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ। ଫେକ୍‌ ଆପ୍‌ ଡାଉନ୍‌ ଲୋଡ଼୍‌ କରି ଇନଷ୍ଟଲ କଲେ ଆପଣଙ୍କର ମୋବାଇଲରେ ଥିବା ସବୁ ତଥ୍ୟ ଚୋରି ହୋଇଯିବ। ଯେଉଁ ଆପ୍‌ଟି କମ୍‌ ଏମ୍‌ବିର ରହିଥିବ ତାହା ସାଇବର ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଇପାରେ। ଆଇଆଇଆଇଟି କ୍ୟାମ୍ପସରେ ଅନୁଷ୍ଠିତ ସାଇବର ଅପରାଧ ସଂକ୍ରାନ୍ତ କର୍ମଶାଳାରେ ସାଇବର ବିଶେଷଜ୍ଞମାନେ ଏଭଳି ପରାମର୍ଶ ଦେଇଛନ୍ତି। ବିଶେଷକରି ପର୍ନ ସାଇଟ୍‌ ଓ ଲଟେରି ବିଜେତା ହୋଇଥିବା ନେଇ ମୋବାଇଲ୍‌କୁ ଆସୁଥିବା ଲିଙ୍କ୍‌କୁ ଖୋଲିବାକୁ ବିଶେଷଜ୍ଞମାନେ ମନା କରିଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର କହିଲେ, ସାଇବର ଅପରାଧୀମାନେ ମହିଳା, ଛାତ୍ର ଓ ବୟସ୍କଙ୍କୁ ଟାର୍ଗେଟ କରୁଛନ୍ତି। ମୋବାଇଲ୍‌ ଫେକ୍‌ କଲ୍‌ ପ୍ରତି ସର୍ବାଧିକ ସତର୍କ ରହିବା ଦରକାର। ସାଇବର ଅପରାଧୀ ବିଶ୍ୱର ଯେ କୌଣସି ସ୍ଥାନରେ ବସି ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍‌କୁ ହ୍ୟାକ୍‌ କରି ସେହି ନମ୍ବରରେ ଅନ୍ୟ ଜଣଙ୍କୁ କଲ୍‌ କରିଥାନ୍ତି। ଟଙ୍କା ଲୁଟିବା ସହ ନାନା ଅପରାଧ ଘଟାନ୍ତି। ଏଯାଏ ଏପରି ଫେକ୍‌ କଲ ରୋକିବା ପାଇଁ ସେଭଳି କିଛି ବ୍ୟବସ୍ଥା ହୋଇପାରିନି। କେବଳ ସର୍ତକତା ଅବଲମ୍ବନ କଲେ ଏଭଳି ଅପରାଧରୁ ରକ୍ଷା ପାଇପାରିବା। ସେହିଭଳି ସର୍ବସାଧାରଣ ସ୍ଥାନରେ ଫୋନ୍‌ ଚାର୍ଜ କଲେ ଡାଟା ଚୋରିର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ନିଜ ମୋବାଇଲ୍‌କୁ ବନ୍ଦ ରଖନ୍ତୁ। ଫ୍ରି ଓ୍ବାଇଫାଇ ସଂଯୋଗବେଳେ ଅନେକ ସମୟରେ ଓଟିପି ଦେବାକୁ ପଡିଥାଏ। ଡାଟା ଚୋରି ପାଇଁ ସାଇବର ଅପରାଧୀମାନେ ଅନେକ ସ୍ଥାନରେ ମାଗଣା ଓ୍ବାଇଫାଇ ବ୍ୟବସ୍ଥା କରିଥାନ୍ତି, ଯାହା ସାଧାରଣ ଲୋକେ ଜାଣିପାରନ୍ତି ନାହିଁ। ଏହାସହ ମାଗଣାରେ ମିଳୁଥିବା ପେନ୍‌ ଡ୍ରାଇଭ୍‌, ମୋବାଇଲ୍‌, ହାର୍ଡଡିକ୍ସ ଓ ଅନ୍ୟ ଇଲେଟ୍ରୋନିକ୍ସ ସାମଗ୍ରୀ ବ୍ୟବହାରବେଳେ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି।

ଆସନ୍ତା ଜାନୁୟାରୀ ୬ରୁ ୧୧ ଆଇଟି ସପ୍ତାହ ପାଳନ ହେବ। ଏହି ଅବସରରେ ସାଇବର ଅପରାଧ ରୋକିବା ପାଇଁ ଗଣଶିକ୍ଷା ବିଭାଗ, ପୋଲିସ ବିଭାଗ ଓ ଆଇଆଇଆଇଟି ପକ୍ଷରୁ ସ୍କୁଲ, କଲେଜ ଏବଂ ସରକାରୀ ଅଫିସରେ ସଚେତନତା କରାଯିବ। ଏହାସହ ପୋଲିସକୁ ମଧ୍ୟ ସାଇବର ଅପରାଧ ସମ୍ପର୍କରେ ଶିକ୍ଷା ଦିଆଯିବ ବୋଲି ଆଇଆଇଆଇଟି ଡିନ୍‌ ପ୍ରଫେସର ଦେବାଶିଷ ଜେନା କହିଛନ୍ତି। କାର୍ଯ୍ୟକ୍ରମରେ ଆଇଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଡା. ଗୋପାଳ କୃଷ୍ଣ ନାୟକ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri