Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌: ଖସିଲା ଭାରତ

ନୂଆଦିଲ୍ଲୀ,୨୫।୭(ପିଟି)- ଭାରତୀୟ ଫୁଟ୍‌ବଲ ଦଳର ଫିଫା ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ଦଳ ପୂର୍ବ ଅପେକ୍ଷା ଦୁଇଟି ସ୍ଥାନ ତଳକୁ ଖସି ୧୦୩ତମ ମାନ୍ୟତାରେ ପହଞ୍ଚତ୍ଥିବା ଦର୍ଶାଇଛି ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ନିକଟରେ ଶେଷ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଦୁଇଟି ପରାଜୟ ସହ ଗୋଟିଏ ମ୍ୟାଚ୍‌ ଡ୍ର’ ରଖିଥିଲା। ଅହମ୍ମଦାବାଦଠାରେ ଅନୁଷ୍ଠିତ ଇଭେଣ୍ଟରେ ଭାରତ ୨-୪ ଗୋଲରେ ତାଜିକସ୍ତାନଠାରୁ ଓ ୨-୫ ଗୋଲରେ କୋରିଆଠାରୁ ପରାସ୍ତ ହୋଇଥିବାବେଳେ ସିରିୟା ବିପକ୍ଷ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରଖିଥିଲା। ଭାରତ ପାଖରେ ଏବେ ୧୨୧୪ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ରହିଛି, ଯାହାକି ପୂର୍ବାପେକ୍ଷା ୫ ପଏଣ୍ଟ କମ୍‌। ଫିଫା ର଼୍ୟାଙ୍କିଙ୍ଗ୍‌ରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଏସିଆନ୍‌ ଦଳ ମଧ୍ୟରେ ଭାରତ ବର୍ତ୍ତମାନ ୧୮ତମ ସ୍ଥାନକୁ ଖସିଛି। ଫିଫା ର଼୍ୟାଙ୍କିଙ୍ଗ୍‌ର ୨୩ତମ ସ୍ଥାନରେ ଥିବା ଇରାନ ଶୀର୍ଷ ର଼୍ୟାଙ୍କଧାରୀ ଏସିଆନ୍‌ ଦଳ। ଏହା ପଛକୁ ଜାପାନ (୩୩ତମ ସ୍ଥାନ), କୋରିଆ (୩୭), ଅଷ୍ଟ୍ରେଲିଆ (୪୬) ଓ କାତାର (୬୨) ରହିଛନ୍ତି। ମୋଟ ଉପରେ ବେଲଜିୟମ ନେତୃତ୍ୱାଧୀନ ର଼୍ୟାଙ୍କିଙ୍ଗ୍‌ରେ ବ୍ରାଜିଲ, ଫ୍ରାନ୍ସ, ଇଂଲଣ୍ଡ ଓ ଉରୁଗୁଏ ଯଥାକ୍ରମେ ଟପ୍‌ ୫ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?