ଫିଟ୍‌ନେସ୍‌ ନ ଥିବା ସ୍କୁଲ୍‌ ବସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର,୮।୭(ବ୍ୟୁରୋ) : କୋମଳମତି ପିଲାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷ। ସ୍କୁଲ୍‌ ବସ୍‌ଗୁଡ଼ିକରେ ପିଲାଙ୍କୁ ଅତି ବିପଜ୍ଜନକ ଅବସ୍ଥାରେ ନେବା ଆଣିବା କରାଯାଉଛି। ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିବାବେଳେ ନିକଟ ଅତୀତରେ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ବିଳମ୍ବରେ ହେଲେ ମଧ୍ୟ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଘଟଣାକୁ ଗୁରୁତ୍ୱର ସହ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଫିଟନେସ୍‌ ସ୍କୁଲ ବସ୍‌ଗୁଡ଼ିକ ଉପରେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପରିବହନ ବିଭାଗ ନିୟମିତ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବ। ରାଜଧାନୀରେ ଗଡ଼ୁଥିବା ସ୍କୁଲ ବସ୍‌ଗୁଡ଼ିକ ମଧ୍ୟରୁ ୧୦୨ଟି ବସର ଫିଟ୍‌ନେସ ନ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୭ଟି ବସ୍‌ର ଚଳାଚଳକୁ ପରିବହନ ବିଭାଗ ବନ୍ଦ କରିଦେଇଛି।
ଏ ସଂକ୍ରାନ୍ତରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, କୋମଳମତି ପିଲାଙ୍କ ଜୀବନ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳିବା ଉଚିତ ନୁହେଁ। ଫିଟ୍‌ନେସ୍‌ ନ ଥିବା ବସ୍‌ କିମ୍ବା ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ିକୁ କର୍ତ୍ତୃପକ୍ଷ ବ୍ୟବହାର କରିବା ବେଆଇନ। ଏଣିକି ଧରପଗଡ଼ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଥିବା ସମସ୍ତ ଜିଲାଗୁଡ଼ିକରେ ଏହି ନିୟମକୁ କିପରି ପାଳନ କରାଯାଉଛି ଓ କେତେ ଉଲ୍ଲଂଘନ ହୋଇଛି ସେ ନେଇ ରାଜ୍ୟ ସରକାର ରିପୋର୍ଟ ତଲବ କରିବେ। ସ୍କୁଲ ବସ୍‌ ଧରାପଗଡ଼ ପରେ ଅଟୋଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ। ଗୋଟିଏ ଅଟୋରେ ୬ ପିଲା ଯିବାର ନିୟମ ରହିଛି। ଅଟୋ ଚାଳକ ଅଧିକ ପିଲାଙ୍କୁ ନେଉଛନ୍ତି। ସେପଟେ ଲାଇସେନ୍ସ ନ ଥାଇ ଅଭିଭାବକମାନେ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ନିର୍ଦ୍ଦେଶକୁ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri