ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟରେ ଏହା ଜାରି ରହିଛି। ଏପରିସ୍ଥଳେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଖାଇବା, ରହିବା ସହ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଜର ସମସ୍ତ ପ୍ରତିପକ୍ଷଙ୍କୁ ନିବେଦନ କରିଥିଲେ। ଏବେ ଅନ୍ୟରାଜ୍ୟରେ ଥିବା ଓଡ଼ିଆ ସଂଗଠନକୁ ମଧ୍ୟ ସମସ୍ତ ଓଡ଼ିଆଙ୍କ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିଭଳି ବିଭିନ୍ନ ରାଜ୍ୟରୁ ୫୫୪୭ ଶ୍ରମଜୀବୀ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ପାଇଁ ଏହି ସମୟରେ ୩୬ ଶିବିରରେ ଖାଦ୍ୟପେୟ, ରହଣୀ ବ୍ୟବସ୍ଥା କରାଯାଇଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri