ପ୍ଲାଷ୍ଟିକ ଦେଇ ‘ଆହାର’ ଖାଇଲେ

ଭୁବନେଶ୍ୱର, ,୧୭ା୧୨ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଦେଶର ସ୍ବଚ୍ଛ ସର୍ବେକ୍ଷଣ ତାଲିକାର ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଅନେକ ବୃହତ୍‌ ଯୋଜନା ହାତକୁ ନିଆଯାଇଥିବାବେଳେ ଏବେ ଆଉଏକ ଅଭିନବ ପ୍ରୟାସ କରିଛି ବିଏମ୍‌ସି। ସୋମବାରଠାରୁ ବିଏମ୍‌ସି ଅଧୀନରେ ଥିବା ୧୧ ଆହାର କେନ୍ଦ୍ରରେ ଆରମ୍ଭ ହୋଇଛି ବର୍ଜ୍ୟ ପ୍ଲାଷ୍ଟିକ ବଦଳରେ ମିଲ୍‌ ବ୍ୟବସ୍ଥା। କଳ୍ପନା ଛକସ୍ଥିତ ଆହାର କେନ୍ଦ୍ରରେ ପ୍ରଥମେ ଜଣେ ସାଧାରଣ ନାଗରିକ ଫିତାକାଟି ଯୋଜନାର ଶୁଭାରମ୍ଭ କରିଥିଲେ। ପରେ ଏହା ଅନ୍ୟସବୁଠି କାର୍ଯ୍ୟକାରୀ କରାଯାଇଥିଲା। ଲୋକେ ଅଧକେଜି ପ୍ଲାଷ୍ଟିକ ବର୍ଜ୍ୟ ଦେଇ ଗୋଟିଏ ‘ଆହାର’ ମିଲ୍‌ ଖାଇଥିଲେ।
ଯୋଜନାର ଶୁଭାରମ୍ଭ ଅବସରରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ ଓ ବିଏମ୍‌ସିର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ କମିଶନର ଚୌଧାରୀ କହିଲେ, ସହର ଯେତେ ସ୍ବଚ୍ଛ ରହିବ, ଲୋକେ ସେତେ ସୁସ୍ଥ ରହିବେ। ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ବର୍ଜ୍ୟ ସୁପରିଚାଳନାର ଆବଶ୍ୟକତା ରହିଛି। ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ ପାଇଲେ ଭୁବନେଶ୍ୱର ଦେଶର ନଂ.୧ ସ୍ମାର୍ଟସିଟି ଭଳି ନଂ.୧ ସ୍ବଚ୍ଛସିଟିରେ ପରିଣତ ହେବ। ସହରକୁ ସ୍ବଚ୍ଛ ରଖିବା ନାଗରିକଙ୍କ ଦାୟିତ୍ୱ। ଯେଉଁମାନେ ରାସ୍ତା କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ପଲିଥିନ ବା ପ୍ଲାଷ୍ଟିକ ସାମଗ୍ରୀ ପାଉଛନ୍ତି ତାହାକୁ ନିକଟ ଆହାର କେନ୍ଦ୍ରକୁ ଆଣିଲେ ୫ଶହ ଗ୍ରାମ ପାଇଁ ଗୋଟିଏ କୁପନ ଦିଆଯିବ। ଉକ୍ତ କୁପନରେ ଯେକେହି ବି ଯେକୌଣସି ଆହାର କେନ୍ଦ୍ରରୁ ମିଲ୍‌ ଖାଇପାରିବେ।
ଉକ୍ତ ପ୍ଲାଷ୍ଟିକ ରଖିବା ପାଇଁ ସହରର ସମସ୍ତ ଆହାର କେନ୍ଦ୍ରରେ ବଡ଼ ଡଷ୍ଟବିନ୍‌ ରଖାଯିବ। ପ୍ରତିଦିନ ବିଏମ୍‌ସି ସେଠାରୁ ତାହାକୁ ସଂଗ୍ରହ କରି ଆଣିବ। ଏସବୁ ପ୍ଲାଷ୍ଟିକକୁ ପୁନଃ ବ୍ୟବହାରକ୍ଷମ କରାଯିବ। ଏଥିପାଇଁ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟର (ଏମ୍‌ଆର୍‌ଏଫ୍‌) ଓ ପାରାଲାଇସିସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ପ୍ଲାଷ୍ଟିକ୍‌ରୁ ଗ୍ରୀସ୍‌ ଭଳି ଅଏଲ୍‌ ବାହାରିବ, ଯାହା ବିଭିନ୍ନ ଅଟୋ ମୋବାଇଲ୍‌ରେ ବ୍ୟବହାର କରାଯାଇପାରିବ। ଏସବୁ ପ୍ଲାଣ୍ଟ୍‌ ପାଇଁ ଟେଣ୍ଡର ସରିଛି, ଖୁବ୍‌ଶୀଘ୍ର ଆରମ୍ଭ ହେବ। ବାରମ୍ବାର ଚଢ଼ାଉ ଓ ପଦକ୍ଷେପ ସତ୍ତ୍ୱେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହୋଇପାରୁନି କି ସହରରୁ ବର୍ଜ୍ୟ ହଟିପାରୁନି। ତେଣୁ ବିଏମ୍‌ସି ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ପାଇଁ ଆହାର କେନ୍ଦ୍ରର ସହାୟତା ଲୋଡିଛି। ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏହି ଯୋଜନା ହାତକୁ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri