ପ୍ଲାଷ୍ଟିକ ଦେଇ ‘ଆହାର’ ଖାଇଲେ

ଭୁବନେଶ୍ୱର, ,୧୭ା୧୨ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଦେଶର ସ୍ବଚ୍ଛ ସର୍ବେକ୍ଷଣ ତାଲିକାର ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଅନେକ ବୃହତ୍‌ ଯୋଜନା ହାତକୁ ନିଆଯାଇଥିବାବେଳେ ଏବେ ଆଉଏକ ଅଭିନବ ପ୍ରୟାସ କରିଛି ବିଏମ୍‌ସି। ସୋମବାରଠାରୁ ବିଏମ୍‌ସି ଅଧୀନରେ ଥିବା ୧୧ ଆହାର କେନ୍ଦ୍ରରେ ଆରମ୍ଭ ହୋଇଛି ବର୍ଜ୍ୟ ପ୍ଲାଷ୍ଟିକ ବଦଳରେ ମିଲ୍‌ ବ୍ୟବସ୍ଥା। କଳ୍ପନା ଛକସ୍ଥିତ ଆହାର କେନ୍ଦ୍ରରେ ପ୍ରଥମେ ଜଣେ ସାଧାରଣ ନାଗରିକ ଫିତାକାଟି ଯୋଜନାର ଶୁଭାରମ୍ଭ କରିଥିଲେ। ପରେ ଏହା ଅନ୍ୟସବୁଠି କାର୍ଯ୍ୟକାରୀ କରାଯାଇଥିଲା। ଲୋକେ ଅଧକେଜି ପ୍ଲାଷ୍ଟିକ ବର୍ଜ୍ୟ ଦେଇ ଗୋଟିଏ ‘ଆହାର’ ମିଲ୍‌ ଖାଇଥିଲେ।
ଯୋଜନାର ଶୁଭାରମ୍ଭ ଅବସରରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ ଓ ବିଏମ୍‌ସିର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ କମିଶନର ଚୌଧାରୀ କହିଲେ, ସହର ଯେତେ ସ୍ବଚ୍ଛ ରହିବ, ଲୋକେ ସେତେ ସୁସ୍ଥ ରହିବେ। ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ବର୍ଜ୍ୟ ସୁପରିଚାଳନାର ଆବଶ୍ୟକତା ରହିଛି। ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ ପାଇଲେ ଭୁବନେଶ୍ୱର ଦେଶର ନଂ.୧ ସ୍ମାର୍ଟସିଟି ଭଳି ନଂ.୧ ସ୍ବଚ୍ଛସିଟିରେ ପରିଣତ ହେବ। ସହରକୁ ସ୍ବଚ୍ଛ ରଖିବା ନାଗରିକଙ୍କ ଦାୟିତ୍ୱ। ଯେଉଁମାନେ ରାସ୍ତା କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ପଲିଥିନ ବା ପ୍ଲାଷ୍ଟିକ ସାମଗ୍ରୀ ପାଉଛନ୍ତି ତାହାକୁ ନିକଟ ଆହାର କେନ୍ଦ୍ରକୁ ଆଣିଲେ ୫ଶହ ଗ୍ରାମ ପାଇଁ ଗୋଟିଏ କୁପନ ଦିଆଯିବ। ଉକ୍ତ କୁପନରେ ଯେକେହି ବି ଯେକୌଣସି ଆହାର କେନ୍ଦ୍ରରୁ ମିଲ୍‌ ଖାଇପାରିବେ।
ଉକ୍ତ ପ୍ଲାଷ୍ଟିକ ରଖିବା ପାଇଁ ସହରର ସମସ୍ତ ଆହାର କେନ୍ଦ୍ରରେ ବଡ଼ ଡଷ୍ଟବିନ୍‌ ରଖାଯିବ। ପ୍ରତିଦିନ ବିଏମ୍‌ସି ସେଠାରୁ ତାହାକୁ ସଂଗ୍ରହ କରି ଆଣିବ। ଏସବୁ ପ୍ଲାଷ୍ଟିକକୁ ପୁନଃ ବ୍ୟବହାରକ୍ଷମ କରାଯିବ। ଏଥିପାଇଁ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟର (ଏମ୍‌ଆର୍‌ଏଫ୍‌) ଓ ପାରାଲାଇସିସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ପ୍ଲାଷ୍ଟିକ୍‌ରୁ ଗ୍ରୀସ୍‌ ଭଳି ଅଏଲ୍‌ ବାହାରିବ, ଯାହା ବିଭିନ୍ନ ଅଟୋ ମୋବାଇଲ୍‌ରେ ବ୍ୟବହାର କରାଯାଇପାରିବ। ଏସବୁ ପ୍ଲାଣ୍ଟ୍‌ ପାଇଁ ଟେଣ୍ଡର ସରିଛି, ଖୁବ୍‌ଶୀଘ୍ର ଆରମ୍ଭ ହେବ। ବାରମ୍ବାର ଚଢ଼ାଉ ଓ ପଦକ୍ଷେପ ସତ୍ତ୍ୱେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହୋଇପାରୁନି କି ସହରରୁ ବର୍ଜ୍ୟ ହଟିପାରୁନି। ତେଣୁ ବିଏମ୍‌ସି ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ପାଇଁ ଆହାର କେନ୍ଦ୍ରର ସହାୟତା ଲୋଡିଛି। ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏହି ଯୋଜନା ହାତକୁ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri