ପ୍ଲାଷ୍ଟିକ ଅଣ୍ଡା ବିକି ବ୍ୟବସାୟୀ ଅଟକ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ଲାଷ୍ଟିକ ଅଣ୍ଡା ବିକ୍ରି କରୁଥିବା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖିଛି। ଏପିରିକି ପୋଲିସ ତାଙ୍କୁ ପଚରାଉଚରା କରିବା ସହ ସେ ବିକ୍ରି କରୁଥିବା ଅଣ୍ଡାକୁ ଜବତ କରି ତଦନ୍ତ କରୁଛି। ଯୁବକ ଜଣକ ବିକ୍ରି କରୁଥିବା ଅଣ୍ଡା ପ୍ଲାଷ୍ଟିକ କି ନାହିଁ ତାହା ଜାଣିବାକୁ ପୋଲିସ ପରୀକ୍ଷା ପାଇଁ ପଠାଇଛି। ଯଦି ଅଣ୍ଡାଟି ପ୍ଲାଷ୍ଟିକ ହୋଇଥିବା ନେଇ ଜଣାପଡେ ତେବେ ଉକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ରବିବାର ଅପରାହ୍ନ ୪ଟାରେ ନୟାପଲୀ ଭିଆଇପି କଲୋନୀ ନିକଟରେ ଜଣେ ବ୍ୟକ୍ତି ଅଣ୍ଡା ବିକ୍ରି କରୁଥିଲେ। କେତେଜଣ ଲୋକ ତାଙ୍କଠାରୁ ସିଝା ଅଣ୍ଡା ଖାଇଥିଲେ ମଧ୍ୟ ତାହା ଛିଣ୍ଡି ନ ଥିଲା। ଏପରିକି ଅନ୍ୟମାନେ କିଣି ନେଇ ଘରେ ଖାଇଥିଲେ ମଧ୍ୟ ସମାନ ଅବସ୍ଥା ହେଉଥିବା ଅଭିଯୋଗ କରିଥିଲେ। ବ୍ୟବସାୟୀ ଜଣ ଲୋକଙ୍କୁ ଠକିବା ପାଇଁ ପ୍ଲାଷ୍ଟିକ ଅଣ୍ଡା ବିକ୍ରି କରୁଥିବା ଅଭିଯୋଗ କରିଥିଲେ। ସେଠାରେ ଗ୍ରାହକଙ୍କ ସହ ବେପାରୀଙ୍କର କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ବ୍ୟବସାୟୀକୁ କାବୁ କରି ଥାନାକୁ ନେବା ସହ କେତେକ ଅଣ୍ଡାକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ଆଜି ଏସବୁ ଜିଲାରେ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ୧୮ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri