ପ୍ରେରଣାଦାୟିନୀ ପ୍ରଶାସିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି ହୋଇପାରିବ।’ ନିକଟରେ କେରଳ ଥିରୁଭାନନ୍ତପୁରମ୍‌ର ଉପଜିଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି ଭାରତର ପ୍ରଥମ ମହିଳା ଦୃଷ୍ଟିବାଧିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ପ୍ରାଞ୍ଜଳ ପାଟିଲ। ଜୀବନରେ ବହୁ ଘାତପ୍ରତିଘାତ ସହି ସେ ଏଭଳି କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଏବେ ଚର୍ଚ୍ଚାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରଥମ ଦୃଷ୍ଟିବାଧିତ ଆଇଏଏସ୍‌ ଅଫିସର ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର କ୍ରିଷ୍ଣ ଗୋପାଳ ତିଓ୍ବାରି।
ମହାରାଷ୍ଟ୍ରର ଉଲ୍ଲାଶନଗରରେ ୧ ଏପ୍ରିଲ ୧୯୮୮ରେ ପ୍ରାଞ୍ଜଳ ଜନ୍ମଗ୍ରହଣ କରିଥିଲେ। ପିତା ଲାହେନ ସିଂ ବି ପାଟିଲ ଓ ମାତା ଜ୍ୟୋତି ପାଟିଲଙ୍କ ଝିଅ ପ୍ରାଞ୍ଜଳଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ମୁମ୍ବାଇର କମଳା ମେହେଟ୍ଟା ଦାଦର ସ୍କୁଲରେ ସେ ନାମ ଲେଖାଇଥିଲେ। ମରାଠି ମାଧ୍ୟମ ସ୍କୁଲ ହୋଇଥିବାରୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ପରେ ସେଠାକାର ସେଣ୍ଟ୍‌ ଜାଭିୟର୍ସ କଲେଜରେ ସେ ରାଜନୀତି ବିଜ୍ଞାନ ନେଇ ପାଠ ପଢ଼ିଥିଲେ। ପଢ଼ାବେଳେ ଦୃଷ୍ଟିବାଧିତଙ୍କ ଲାଗି ଅଭିପ୍ରେତ ଜାଭିୟର୍ସ ରିସୋର୍ସ ସେଣ୍ଟର ପକ୍ଷରୁ ତାଙ୍କୁ ବହୁତ ସହଯୋଗ ମିଳିଥିଲା। ଉଚ୍ଚଶିକ୍ଷା ଲାଭ କରିବା ସକାଶେ ପ୍ରାଞ୍ଜଳ ନୂଆଦିଲ୍ଲୀ ଚାଲିଯାଇଥିଲେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ସେ ଇଣ୍ଟରନ୍ୟାଶନାଲ ରିଲେସନ୍ସ ବିଷୟରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି କରିଥିଲେ। ତେବେ ଆଖିରେ ରେଟିନା ଲଗାଇବା ପାଇଁ ହୋଇଥିବା ଅସ୍ତ୍ରୋପଚାର ବେଳେ ସେ ଖୁବ୍‌ ଯନ୍ତ୍ରଣା ପାଇଥିଲେ। ଏପରି କି ବର୍ଷେ ଯାଏ ସେ କଷ୍ଟରୁ ରକ୍ଷା ପାଇପାରି ନ ଥିଲେ ବୋଲି କହିଥାଆନ୍ତି। ତଥାପି ପଢ଼ାରୁ ସେ ନିଜକୁ ଦୂରେଇ ରଖି ନ ଥିଲେ। ୩ ବର୍ଷ ତଳେ ପ୍ରାଞ୍ଜଳ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ପ୍ରଥମେ ଉତ୍ତୀର୍ଣ୍ଣ ହୋଇଥିଲେ। ୭୭୩ ର଼୍ୟାଙ୍କ୍‌ ରଖିବାରୁ ତାଙ୍କୁ ଭାରତୀୟ ରେଳରେ ଇଣ୍ଡିଆନ୍‌ ରେଲଓ୍ବେ ଆକାଉଣ୍ଟସ୍‌ ସର୍ଭିସ (ଆଇଆର୍‌ଏଏସ୍‌) ମିଳିଥିଲା। ଦୃଷ୍ଟିବାଧିତ ହୋଇଥିବାରୁ ଭାରତୀୟ ରେଳ ତାଙ୍କ ନିଯୁକ୍ତିକୁ ଗ୍ରହଣ କରି ନ ଥିଲା। ଏଥିରେ ପ୍ରାଞ୍ଜଳ ବ୍ୟତିବ୍ୟସ୍ତ ନ ହୋଇ ଭଲ ର଼୍ୟାଙ୍କ୍‌ ପାଇବା ପାଇଁ ଉଦ୍ୟମ ଜାରି ରଖିଲେ। ୨୦୧୮ ୟୁପିଏସ୍‌ସି ପରୀକ୍ଷାରେ ୧୨୪ ର଼୍ୟାଙ୍କ୍‌ ରଖି ଆଇଏଏସ୍‌ରେ ଯୋଗଦେବା ଲାଗି ସେ ଯୋଗ୍ୟ ବିବେଚିତ ହୋଇଥିଲେ। ତା’ପରେ ମସୌରୀରେ ପ୍ରଶିକ୍ଷଣ ନେଇଥିଲେ। ତେବେ ଅଳ୍ପ ଦିନ ପାଇଁ ସେ କେରଳର ଏର୍ନାକୁଲମ୍‌ରେ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ ହେବା ପରେ ପୁଣି ପ୍ରଶିକ୍ଷଣ ଶେଷ କରିବାକୁ ମସୌରୀ ଫେରିଯାଇଥିଲେ। ୧୪ ଅକ୍ଟୋବର ୨୦୧୯ରେ ସେ ଥିରୁଭାନନ୍ତପୁରମରେ ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦେଶର ପ୍ରଥମ ମହିଳା ଦୃଷ୍ଟିବାଧିତ ପ୍ରଶାସିକା ଭାବେ ପ୍ରାଞ୍ଜଳ କାର୍ଯ୍ୟରେ ଯୋଗଦେବା ପରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଜୀବନରେ କୌଣସି ବିଷୟରେ ହତୋତ୍ସାହିତ ହେବା କଥା ନୁହେଁ। ଭାରତୀୟ ରେଳ ପକ୍ଷରୁ ତାଙ୍କୁ ପ୍ରତ୍ୟାଖ୍ୟାତ କରାଯିବା ପରେ ସେ ନିରାଶ ହୋଇଯାଇଥିଲେ। ସେହିପରି ଆଖିରେ ଅସ୍ତ୍ରୋପଚାର ପରେ ପାଇଥିବା ଯନ୍ତ୍ରଣା ଓ ସେଥିରେ ଅସଫଳ ହେବା ତାଙ୍କୁ ଅନେକ ବାଧିଥିଲା। ତଥାପି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ନିରନ୍ତର ପ୍ରୟାସ କରିଥିଲେ। ଏବେ ସର୍ବଭାରତୀୟ ସେବାରେ ସେ ନିୟୋଜିତ ହେବା କେବଳ ଦିବ୍ୟାଙ୍ଗ ନୁହନ୍ତି, ସବୁ ବର୍ଗର ଆଶାୟୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri