Posted inଜାତୀୟ

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌କୁ ନା, ବରଯାତ୍ରୀରେ ନାଚି ପାରିବେନି ମହିଳା

ଭୋପାଳ,୧୦।୧୨: ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ୍‌କୁ ସଙ୍ଗଠନ ପକ୍ଷରୁ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଝିଅଙ୍କ ସଙ୍ଗିତ ସେରିମନୀରେ ପୁରୁଷ କୋରିଓଗ୍ରାଫର ଆସି ପାରିବେ ନାହିଁ କି ମହିଳାମାନେ ବରଯାତ୍ରୀରେ ମଧ୍ୟ ନାଚି ପାରିବେ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେମାନେ କହିଛନ୍ତି ଏସବୁ ପ୍ରଥା ସେମାନଙ୍କ ସଂସ୍କୃତିର ବାହାରେ ଏବଂ ଏହା ସମାଜରେ ସମସ୍ୟା ସୃଷ୍ଟି କରୁଛି। ଏକ ସର୍କୁଲାର ଜରିଆରେ ଏହା ଜୈନ ଓ ଗୁଜରାଟି ସମ୍ପ୍ରଦାୟକୁ ଏହା ଜଣାଇ ଦିଆଯାଇଛି। ଭୋପାଳ ଗୁଜରାଟ ସମାଜର ଅଧ୍ୟକ୍ଷ ଓ ଗୁଜରାଟ ସମାଜର ଜାତୀୟ ସାଧାରଣ ସମ୍ପାଦକ ସଞ୍ଜୟ ପଟେଲ ଏହି ସୂଚନା ଦେଇଛନ୍ତି। ଆଉ ଯିଏ ଏହାକୁ ବିରୋଧ କରିବେ ତାଙ୍କୁ ସମ୍ପ୍ରଦାୟର ବାସନ୍ଦ କରାଯିବ। ଏହା ସାରା ଭାରତରେ ଥିବା ଗୁଜରାଟୀ ସମ୍ପ୍ରଦାୟ ପ୍ରତି ଲାଗୁ ହେବ ବୋଲି ସେ କହିଛନ୍ତି। ଭୋପାଳ ଜୈନ ସମାଜର ଅଧ୍ୟକ୍ଷ ପ୍ରମୋଦ ହିମାଂଶୁ କହିଛନ୍ତି ଜଣେ ଧର୍ମଗୁରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଓ ସଙ୍ଗିତରେ ପୁରୁଷ କୋରିଓଗ୍ରାଫରଙ୍କୁ ନେଇ ଅଶ୍ଳୀଳ କହି ଆପତ୍ତି କରିବାରୁ ଏମିତି ପଦକ୍ଷେପ ନିଆଯାଇଛି। ଏବେ ଏହାକୁ ନେଇ ଯୁବବର୍ଗ କହିଛନ୍ତି ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କେବଳ ଏକ ସ୍ମୃତି ଏଥିରେ କୌଣସି ଅଶ୍ଳୀଳତା ନାହିଁ। ଏହାବ୍ୟତୀତ ବିଭିନ୍ନ ପର୍ବକୁ ପାଳନ କରିବାକୁ ସମସ୍ତଙ୍କର ନିଜସ୍ବ ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri