Posted inଜାତୀୟ

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଟୁଇଟ୍‌ କରି ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି ପ୍ରିୟଙ୍କାଙ୍କ ଭିତରେସେ ଇନ୍ଦିରାଙ୍କୁ ଦେଖି ପାରୁଛନ୍ତି। ତେଣୁ ସେ ମଧ୍ୟ ଇନ୍ଦିରାଙ୍କ ଭଳି ନେତୃତ୍ୱ ନେଇ ପାରିବେ ବୋଲି କହିଛନ୍ତି ଶତ୍ରୁଘ୍ନ। ଉତ୍ତର ପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୀଡିତ ପରିବାରଙ୍କୁ ଭେଟିବାକୁ ଯାଇ ପ୍ରିୟଙ୍କା ଯେଉଁଭଳି ପରିସ୍ଥିତକୁ ସାହସର ସହ ସାମ୍ନା କରିଥିଲେ ତାକୁ ଶତ୍ରୁଘ୍ନ ପ୍ରଶଂସା କରିଛନ୍ତି। ଇନ୍ଦିରା ଗାନ୍ଧୀ ବେଲଚି ମାମଲାରେ ଯେମିତି ସାହସର ସହ ପରିସ୍ଥିତିକୁ ସାମ୍ନା କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ସମୟରେ ସେ ହସି ହସି ଏହାକୁ ସ୍ବାଗତ କରିଥିଲେ ଠିକ୍‌ ସେହିପରି ପ୍ରିୟଙ୍କାକୁ ସୋନଭଦ୍ରା ଗସ୍ତ ସମୟରେ ଦେଖିବାକୁ ମିଳିଥିଲା। ତେଣୁ ପ୍ରିୟଙ୍କା ହିଁ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳି ପାରିବେ ବୋଲି ସେ କହିଛନ୍ତି। କାରଣ ସେ ହେଉଛନ୍ତି ରୋଲ୍‌ ମଡେଲ୍‌ ତାଙ୍କର ଅଧ୍ୟକ୍ଷତା ଦଳ ପାଇଁ ଲାଭଦାୟକ ହେବ ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ)…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri