ପ୍ରାଣୀଙ୍କ ନକଲପ୍ରିୟତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପ୍ରାଣୀମାନେ ଆକାର, ପ୍ରକାର ଓ ରଙ୍ଗ ପରିବର୍ତ୍ତନ କରି ଅନ୍ୟକୁ ଅନୁକରଣ ବା ନକଲ କରିବାରେ ଧୁରନ୍ଧର। ଆମେ ଯଦି ଚାଇନା ବା ଆଫ୍ରିକୀୟ ଦେଶକୁ ଯାଇ ସେ ଦେଶର ଲୋକଙ୍କ ପରି ହେବାକୁ ଚେଷ୍ଟା କରିବା, ହୋଇପାରିବା କି? ନା ଆମେ ଡେଙ୍ଗା ବା ବାଙ୍ଗର ହୋଇପାରିବା, ନା ଡେଙ୍ଗା ନାକକୁ ଚେପ୍‌ଟା କରିପାରିବା ନା ଦେହର ରଙ୍ଗ ବଦଳାଇପାରିବା। କିନ୍ତୁ ପ୍ରାଣୀ ଓ କୀଟ ଏହା ସହଜରେ କରିପାରନ୍ତି। ସେମାନେ ଏମିତି ପ୍ରଜାତିର ଜୀବ ପରି ହୋଇଯାଆନ୍ତି ଯେ, ଶତ୍ରୁ ସେମାନଙ୍କୁ ଛାଡି ଚାଲିଯାଏ।
ଏସିଆର ମକ୍‌ ଭାଇପର୍‌ (ଏକ ପ୍ରକାର ସାପ) ଆଦୌ ବିଷାକ୍ତ ବା କ୍ଷତିକାରକ ନୁହେଁ। କିନ୍ତୁ ତିନିକୋଣିଆ ମୁଣ୍ଡ ଯୋଗୁ ଏହାକୁ ଦେଖିଲେ ବିପଜ୍ଜନକ ମନେହୁଏ। ମକ୍‌ ଭାଇପର୍‌ର ଆଖିରେ ଗୋଲାକାର ପଟଳ ରହିଛି। କିନ୍ତୁ ପ୍ରକୃତ ବିଷାକ୍ତ ପିଟ୍‌ ଭାଇପର୍‌ର ଭର୍ଟିକାଲ ସ୍ଲିଟ ରହିଥାଏ। ମକ୍‌ ଭାଇପର୍‌ ଏତେ ଚାଲାକ୍‌ ଯେ, ଯେତେବେଳେ ତା’ ଉପରକୁ ବିପଦ ଆସେ ସେ ତା’ ପଟଳକୁ ଅଚାନକ ପିଟ୍‌ ଭାଇପର୍‌ ଭଳି କରିଦିଏ ଏବଂ ତାକୁ ଦେଖି ଯେଉଁ ଆତଙ୍କ ସୃଷ୍ଟି ହୁଏ ତା’ ଭିତରେ ସେ ଖସି ପଳାଇଯାଏ।
ପ୍ରାଣୀମାନେ ନିଜକୁ ରକ୍ଷା କରିବା ପାଇଁ କେବଳ ନକଲ କରନ୍ତିନି ବରଂ ଶିକାର କଲାବେଳେ ମଧ୍ୟ ଏହା କରିଥାନ୍ତି। ଶିକାରର ନିକଟତର ହେବାବେଳେ ସେମାନେ ତା’ ପ୍ରତି ବିଶ୍ୱାସ ଜନ୍ମାଇ ତାକୁ ବୋକା ବନାଇଦିଅନ୍ତି। ଗ୍ରୀନ୍‌ ଲେସ୍‌ଓ୍ବିଙ୍ଗ ଲାର୍ଭା ପିମ୍ପୁଡିମାନେ ଘେରବନ୍ଦୀ କରି ନେଇ ଯାଉଥିବା ଉଲି ଆଲ୍‌ଡର ଆଫିଡ୍‌କୁ ଖାଇଥାଏ। ଏହା ଆଫିଡ୍‌ ପଛରୁ ଏକ ପ୍ରକାର ଅଠାଳିଆ ଉଲ୍‌ ଟାଣିଆଣି ନିଜଠି ଲଗାଇଦିଏ ଏବଂ ପିମ୍ପୁଡି ଦଳକୁ ତାଙ୍କ ଗୋଷ୍ଠୀର ଅଂଶ ବୋଲି ବିଶ୍ୱାସ ଜନ୍ମାଇ ପିମ୍ପୁଡ଼ିଙ୍କ ଘେର ଭିତରେ ପଶି ଆଫିଡ୍‌ମାନଙ୍କୁ ଖାଏ। ଜୋନ୍‌ ଟେଲ୍‌ ହକ୍‌ (ଏକ ପ୍ରକାର ବାଜପକ୍ଷୀ) ଜିଅନ୍ତା ପ୍ରାଣୀଙ୍କୁ ଖାଏ। କିନ୍ତୁ ଏହା ମଲା ପ୍ରାଣୀଙ୍କ ମାଂସ ଖାଉଥିବା ଶାଗୁଣା ଭଳି ନକଲ କରି ଉଡ଼େ। ବାଜପକ୍ଷୀକୁ ଦେଖି ସାଧାରଣତଃ ଲୁଚୁଥିବା ଛୋଟ ଛୋଟ ପ୍ରାଣୀମାନେ ଶାଗୁଣା ଭଳି ଦେଖାଯାଉଥିବା ଜୋନ୍‌ ଟେଲ୍‌ ହକ୍‌ ଦ୍ୱାରା ଧୋକାର ଶିକାର ହୋଇଥାନ୍ତି। ସେମାନଙ୍କୁ ଜୋନ୍‌ ଟେଲ୍‌ ହକ୍‌ ଝାମ୍ପି ନେଇ ଖାଏ।
କ୍ଲିନର୍‌ ଫିସ୍‌ କ୍ଷତିକାରକ ନୁହେଁ। ବଡ଼ମାଛ ଉପରେ ରହିଥିବା ପରଜୀବୀଙ୍କୁ ଏମାନେ ଖାଇଥାନ୍ତି। ଶିକାରୀ ସେବର୍‌ ଟୁଥ୍‌ ବ୍ଲେନୀ ଶରୀରରେ କ୍ଲିନର୍‌ ଫିସ୍‌ ଭଳି କଳା ଓ ନୀଳ ଦାଗ ରହିଛି ଏବଂ ଏହା ତା’ର ପହଁରିବା ଶୈଳୀର ନକଲ କରେ। କ୍ଲିନିଂ ଷ୍ଟେଶନରେ ଏହା କ୍ଲିନର୍‌ ଫିସ୍‌କୁ ଠକି ବଡ଼ମାଛର ନିକଟତର ହୁଏ ଏବଂ ସେମାନଙ୍କ ଶରୀରର କିଛି ଅଂଶକୁ କାମୁଡି ପଳାଇଯାଏ। ୩ ଇଞ୍ଚିଆ ମାଛ ଡସ୍କି ଡଟିବ୍ୟାକ୍‌ କ୍ଷତିକାରକ ମାଛ ଭଳି ଦେଖାଯାଏନି। ଏହା ଭାରତୀୟ ପ୍ରଶାନ୍ତ ମହାସାଗରର ପ୍ରବାଳପ୍ରାଚୀରରେ ରହେ। ଏମାନଙ୍କର ରଙ୍ଗ ସାଧାରଣତଃ ଗୋଲାପିରୁ ଧୂସର ହୋଇଥାଏ। କିନ୍ତୁ ଏହା ଶିକାରର ରଙ୍ଗ ସହ ମିଶିଗଲା ପରି ତା’ ଶରୀରକୁ ସବୁଜ, ହଳଦିଆମିଶା ଧୂସର ରଙ୍ଗକୁ ପରିବର୍ତ୍ତନ କରିପାରେ। କୌଶଳରେ ବଡ଼ମାଛ ଯାଆଁଳର ନକଲ କରି ତାକୁ ତା’ର ଯାଆଁଳ ବୋଲି ଭାବିବାକୁ ଦିଏ। ତା’ପରେ ଯାଆଁଳଙ୍କୁ ଖାଇଦିଏ। ଡାମ୍‌ସେଲ୍‌ଫିସ ଯାଆଁଳ ତା’ର ପ୍ରିୟ ଖାଦ୍ୟ। ଏଭଳି ସ୍ବତନ୍ତ୍ର କୌଶଳ ପ୍ରୟୋଗ କରି ଡଟିବ୍ୟାକ୍‌ ଚିହ୍ନା ନ ପଡି ବଡ ଡାମ୍‌ସେଲଫିସ୍‌ର ନିକଟତର ହୋଇଥାଏ। ସେମାନେ ସତର୍କ ହେବାବେଳକୁ ସେ ଅନେକ ଛୁଆମାଛଙ୍କୁ ଖାଇସାରି ତା’ ରଙ୍ଗ ବଦଳାଇ ଆଉ ଏକ ମାଛଦଳ ଭିତରକୁ ଚାଲିିଯାଏ।
ସ୍ଲେଣ୍ଡର୍‌ ଟ୍ରମ୍ପେଟ୍‌ ଫିସ୍‌ କୋମଳ ପ୍ରବାଳ ଶାଖା ମଧ୍ୟରେ ଉପରୁ ତଳ ପହଁରେ ଏବଂ ଶୈବାଳ ରଙ୍ଗ ସହ ମେଳକରି ତା’ ରଙ୍ଗ ବଦଳାଇଥାଏ। ଏହି ମାଛକୁ ତା’ର ଶିକାର ଛୋଟ ପ୍ରାଣୀମାନେ ପ୍ରାୟତଃ ଦେଖିପାରନ୍ତି ନାହିଁ। ମେରାଇନ୍‌ ଫ୍ଲାଟ୍‌ଓ୍ବର୍ମ ସାମୁଦ୍ରିକ ସ୍ଲଗ୍‌ ଭଳି ଦେଖାଯିବା ପାଇଁ ଏହାର ଆକାର ବୃଦ୍ଧି କରେ। ଏହା ଏକ ପ୍ରକାର ବିଷାକ୍ତ ଓ କଟୁ ବାସ୍ନାଯୁକ୍ତ ପଦାର୍ଥ ନିର୍ଗତ କରେ ଯେଉଁଥିପାଇଁ ଜଳଚର ଶତ୍ରୁ ଜୀବ ଏହାକୁ ଛାଡି ଚାଲିିଯାଆନ୍ତି।
ମିଲ୍କ ସ୍ନେକ୍‌ କ୍ଷତିକାରକ ନୁହେଁ, କିନ୍ତୁ ଧୀରେ ଧୀରେ ଏହାର ରୂପ ପରିବର୍ତ୍ତନ କରି ବିଷାକ୍ତ କୋରାଲ ସ୍ନେକ୍‌ର ପଟି ପଟି ଦାଗ ଭଳି ତା’ ଶରୀରରେ ସୃଷ୍ଟି କରିଥାଏ। ଏହା କେବଳ ସେହି ଅଞ୍ଚଳରେ ଘଟିଥାଏ ଯେଉଁଠି ମିଲ୍କ ସ୍ନେକ୍‌ ଓ କୋରାଲ ସ୍ନେକ୍‌ ଏକାଠି ଦେଖିବାକୁ ମିଳନ୍ତି। ଅନ୍ୟ ଅଞ୍ଚଳରେ ମିଲ୍କ ସ୍ନେକ୍‌ କୋରାଲ ସ୍ନେକ୍‌ ଭଳି ଦେଖାଯାଇ ନ ଥାଏ।
ହଗ୍‌ନୋଜ୍‌ଡ ସାପ କ୍ଷତିକାରକ ନୁହେଁ। କିନ୍ତୁ ଭୟ ପାଇଲେ ତାହା ର଼୍ୟାଟ୍‌ଲସ୍ନେକ୍‌ର ବାହାନା କରେ। ସତେ ଯେମିତି କାମୁଡିବ ସେମିତି ମୁଣ୍ଡ ଉଠାଇଥାଏ ଏବଂ ଗଳାରୁ ର଼୍ୟାଟ୍‌ଲସ୍ନେକ୍‌ ପରି ଶବ୍ଦ ବାହାରକରେ। ଯଦି ଏହା କାମ ନ କରେ ତେବେ ଏହା ମୃତ ଭଳି ବାହାନା କରେ ଓ ଶରୀରରୁ ପଚା ଗନ୍ଧ ନିର୍ଗତ କରିଥାଏ।
ଆଫ୍ରିକାର ମାଉଥ୍‌ ବ୍ରିଡିଂ ମାଈ ସିଚ୍‌ଲିଡ ଫିସ୍‌ ମୋର ଅତି ପ୍ରିୟ। ଏହା ପାଟିବାଟେ ଅଣ୍ଡା ଦେବା ପରେ ତାହାକୁ ପାଟି ଭିତରକୁ ନେଇଯାଏ। ଏପରିକି ଅଣ୍ଡିରା ସିଚ୍‌ଲିଡ ଫିସ୍‌ ଶୁକ୍ରାଣୁ ଦ୍ୱାରା ଅଣ୍ଡାକୁ ନିଷିକ୍ତ କରିବା ପୂର୍ବରୁ ଏମିତି କରିଥାଏ। ଅଣ୍ଡିରା ସିଚ୍‌ଲିଡ ତା’ ମଳଦ୍ୱାର ନିକଟରେ ହଳଦିଆ କିମ୍ବା କମଳା ରଙ୍ଗର ଚିହ୍ନ ବିକାଶ କରେ। ଏହା ଠିକ୍‌ ଅଣ୍ଡା ଭଳି ଦେଖାଯାଏ। ସେ ମାଈ ସିଚ୍‌ଲିଡ ପାଖକୁ ଆସି ତାହାକୁ ଦେଖାଇଥାଏ। ପରେ ମାଈ ସିଚ୍‌ଲିଡ ମନେକରେ ଯେ, ସେ କିଛି ଅଣ୍ଡା ବାହାରେ ଛାଡି ଦେଇଛି ଏବଂ ତାହାକୁ ପାଟି ଭିତରକୁ ନେବାକୁ ଚେଷ୍ଟା କରେ। ଯେମିତି ସେ ପାଟି ଖୋଲେ ସେମିତି ଅଣ୍ଡିରା ସିଚ୍‌ଲିଡ ତା’ ପାଟି ଭିତରକୁ ଶୁକ୍ରାଣୁ ଛାଡିଦିଏ। ସେ ପାଟି ଭିତରେ ଏହି ଶୁକ୍ରାଣୁକୁ ରଖିବା ଦ୍ୱାରା ଅଣ୍ଡା ପାଟିରେ ନିଷିକ୍ତ ହୋଇଥାଏ। ଡେଥ୍‌ସ ହେଡ୍‌ ହକ୍‌ମଥ ମହୁ ଖାଇଥାଏ। ସେମାନେ ମହୁମାଛି ଭଳି ଗନ୍ଧ ଛାଡ଼ିିଥାନ୍ତି। ଏହାଦ୍ୱାରା ମହୁମାଛି ତାକୁ ନ ବିନ୍ଧି ଫେଣା ଭିତରକୁ ପ୍ରବେଶ କରିବାକୁ ଦେଇଥାନ୍ତି। ସେଠାରେ ସେମାନେ ଫେଣା ଭିତରେ ଥିବା ମିଠା ମହୁ ଖାଇବାରେ ଲାଗିଯାନ୍ତି। ଯେମିତି ସେମାନେ ଫେଣା ଭିତରୁ ବାହାରନ୍ତି ସେମିତି ନିଜ ସ୍ବାଭାବିକ ଗନ୍ଧକୁ ଫେରିଆସନ୍ତି।
ମୁଁ ଆଜି ପଢିଲି ଯେ, ଚାଇନାର ୟାଙ୍ଗ୍‌ସି ନଦୀରେ ରହୁଥିତ୍ବା ୨୦୦ ନିୟୁତ ବର୍ଷ ତଳର ତଥା ଡାଏନୋସର ଅମଳର ପୁରୁଣା ପ୍ରଜାତିର ପ୍ୟାଡେଲ ଫିସ୍‌ ବଂଶ ଅତ୍ୟଧିକ ମାଛଧରା ଓ ଡ୍ୟାମ୍‌ ନିର୍ମାଣ ଯୋଗୁ ବିଲୁପ୍ତ ହୋଇଯାଇଛି। ଏହା ଏକ ଭିନ୍ନ ପ୍ରକାରର ମାଛ ଥିଲା ଓ ୨୩ ଫୁଟ ଯାଏ ବଢିପାରୁଥିଲା। ଏହା ଏକ ସ୍ବତନ୍ତ୍ର ଖଣ୍ଡା ଭଳି ଶୁଣ୍ଢ ମାଧ୍ୟମରେ ବୈଦ୍ୟୁତିକ ପ୍ରତିକ୍ରିୟା ପ୍ରକାଶ କରି କଙ୍କଡା, ଗେଣ୍ଡା ଆଦି ଟାଣ ଖୋଳଥିବା ଜୀବ ଓ ମାଛ ଶିକାର କରୁଥିଲା। ଅଧିକାଂଶ ଲୋକଙ୍କର ଏହି ବିଚିତ୍ର ବିଶ୍ୱ ସମ୍ପର୍କରେ ଧାରଣା ନାହିଁ, ଯାହାକୁ ସେମାନେ ପ୍ରତିଦିନ ଧ୍ୱଂସ କରିଚାଲିଛନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?