Posted inଖେଳ

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ କୋଲକାତା ମଲ୍‌ବାର କ୍ରିଷ୍ଟିଆନ କଲେଜର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ବଶିଷ୍ଠ ନୂଆବର୍ଷ ଉପଲକ୍ଷେ ଏକ ଭିନ୍ନ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି। ଏହି ବର୍ଷ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଫେସର ବଶିଷ୍ଠ ‘ରୋଡ୍‌ ଟୁ ଟୋକିଓ ୨୦୨୦’ ନାମରେ ଏକ କ୍ୟାଲେଣ୍ଡର ତିଆରି କରିଛନ୍ତି। ୧୨ ପୃଷ୍ଠା ସମ୍ବଳିତ ଏହି କ୍ୟାଲେଣ୍ଡରରେ ପ୍ରଫେସର ବଶିଷ୍ଠ ୧୮୯୬ରୁ ୨୦୧୬ ପର୍ଯ୍ୟନ୍ତ ଅଲିମ୍ପିକ୍ସର ଇତିହାସକୁ ଫଟୋ ସହିତ ସଂକ୍ଷେପରେ ଫୋକସ୍‌ କରାଯାଇଛି। କ୍ୟାଲେଣ୍ଡର ପ୍ରଥମ ପୃଷ୍ଠା ପ୍ରାଚୀନ ଅଲିମ୍ପିକ୍ସ ଉପରେ ଉଲ୍ଲେଖ ରହିଛି। ସେହିଭଳି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସମେତ ଅଲିମ୍ପିକ୍ସରେ ପଦକ ବିଜୟୀ ଭାରତୀୟ ଓ ୮ଟି ସ୍ବର୍ଣ୍ଣ ପଦକ ଜିତିଥିବା ହକି ଟିମ୍‌ ଉପରେ ମଧ୍ୟ ଏହି କ୍ୟାଲେଣ୍ଡରେ ଉଲ୍ଲେଖ କରାଯାଇଛି। ୧୯୩୬ ବର୍ଲିନ ଅଲିମ୍ପିକ୍‌ରେ ୪ ସ୍ବର୍ଣ୍ଣ ପଦକ ବିଜୟୀ ଜେସି ଓଏନ୍ସ, ୧୯୬୮ ମେକ୍ସିକୋ ସିଟି ଅଲିମ୍ପିକ୍‌ରେ ଲଙ୍ଗ୍‌ ଜମ୍ପ୍‌ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ରବର୍ଟ ବେମନ୍‌, ୧୯୭୨ ମ୍ୟୁନିକ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକା ସନ୍ତରଣକାରୀ ମାର୍କ ସ୍ପିଜ୍‌, ୫ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ରୋମାନିଆ ଜିମ୍ନାଷ୍ଟ ନାଡିଆ କମେନସିଆ ଓ ଆମେରିକାର କିମ୍ବଦନ୍ତୀ ସନ୍ତରଣକାରୀ ତଥା ଅଲିମ୍ପିକରେ ୨୩ ସ୍ବର୍ଣ୍ଣ ସହ ମୋଟ୍‌ ୨୮ ପଦକ ହାସଲ କରିଥିବା ମାଇକେଲ ଫେଲପ୍ସଙ୍କ ଉପରେ ସଂକ୍ଷେପରେ ଏହି କ୍ୟାଲେଣ୍ଡରରେ ବର୍ଣ୍ଣନା କରାଯାଇଛି। ଅଲିମ୍ପିକର ବିଭିନ୍ନ ଭେନ୍ୟୁ ଓ ମାସ୍କଟ୍‌କୁ ମଧ୍ୟ ଏଥିରେ ସ୍ଥାନ ପାଇଛି। ‘ବିଶ୍ୱ ଶାନ୍ତି ପାଇଁ ଅଲିମ୍ପିକ୍ସ’ ଏହି ବାର୍ତ୍ତାକୁ ପ୍ରଚାରିତ କରିବା ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ବୋଲି ପ୍ରଫେସର ବଶିଷ୍ଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri