Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବାପାଙ୍କ ଚିକିତ୍ସା ହେଉଥିଲା: ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର

ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଗଙ୍ଗାନାରାୟଣପୁର ଗାଁରେ ମୋ ଜନ୍ମ। ଭାର୍ଗବୀ ଉଚ୍ଚ ବିଦ୍ୟାଳୟରୁ ୧୯୬୮ରେ ଏକାଦଶ ପାସ୍‌ କରି ଏସ୍‌ସିଏସ୍‌ କଲେଜରେ ପଢ଼ିଲି। ସେଠାରୁ ରାଜନୀତି ବିଜ୍ଞାନ ସମ୍ମାନ ରଖି ବିଏ ପାସ୍‌କରି ବାଣୀବିହାରରେ ପିଜି କଲି। ତା’ପରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଲରିକାଲ ପୋଷ୍ଟରେ ଚାକିରି ମିଳିଗଲା। ପୋଷ୍ଟିଂ ବରଗଡ଼ରେ ହେଲା। ୧୯୭୫ ମସିହା ଡିସେମ୍ବର ୨୨ରେ ଚାକିରିରେ ଯୋଗଦେଲି। ୬ ଭାଇଭଉଣୀ(୩ ଭାଇ ଓ ୩ ଭଉଣୀ)ଙ୍କ ମଧ୍ୟରେ ମୁଁ ଥିଲି ବଡ଼। ବାପାଙ୍କର ହାଇ ବିପି ଥିଲା। ମୁଁ ଚାକିରି କଲାବେଳକୁ ତାଙ୍କର ବ୍ରେନ୍‌ ଟ୍ୟୁମର ହୋଇଥିବା କଥା ଜଣାପଡ଼ିଲା। ତେଣୁ ମୋ ଦରମା ଟଙ୍କା ବାପାଙ୍କର ଚିକିତ୍ସା ଓ ଭାଇଭଉଣୀଙ୍କ ପାଠପଢ଼ାରେ ଖର୍ଚ୍ଚ ହେଉଥିଲା। ତା’ସହିତ ମୁଁ ନିଜେ ବି ପଢୁଥିଲି। ମାତ୍ର ୬ ମାସ ବରଗଡ଼ରେ ରହିବା ପରେ ମୟୂରଭଞ୍ଜର ରାସଗୋବିନ୍ଦପୁରକୁ ବଦଳିହେଲା। ସେଠାରେ ପ୍ରାୟ ୪ ବର୍ଷ କ୍ଲରିକାଲ ପୋଷ୍ଟରେ କାମ କରିବା ପରେ ପ୍ରମୋଶନାଲ ପରୀକ୍ଷା ଦେଇ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ବ୍ୟାଙ୍କ ପିଓ ପାଇଲି। ସେହି ସମୟରେ ଆଲ୍ଲାହାବାଦ୍‌ ବ୍ୟାଙ୍କ ପିଓ ପରୀକ୍ଷାରେ ବି ମୁଁ ସିଲେକ୍ଟ ହୋଇଥିଲି। କିନ୍ତୁ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଯେହେତୁ ୪ ବର୍ଷର ଅଭିଜ୍ଞତା ଥିଲା, ତେଣୁ ସେହି ବ୍ୟାଙ୍କରେ ପିଓ ଭାବେ କାମ କରିବାକୁ ନିଷ୍ପତ୍ତି ନେଇ କଟକ ବ୍ରାଞ୍ଚରେ ଜଏନ୍‌ କଲି। ସାଢେ ତିନିବର୍ଷ ପରେ ପାରାଦୀପ ବ୍ରାଞ୍ଚକୁ ଡେପୁଟି ମ୍ୟାନେଜର ଏବଂ ତା’ର ୩ ବର୍ଷ ପରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ବାଉଁଶଡିହ ବ୍ରାଞ୍ଚକୁ ବ୍ରାଞ୍ଚ ମ୍ୟାନେଜର ହୋଇ ଗଲି। ବାଉଁଶଡିହ ପରେ ଗଞ୍ଜାମ ଜିଲାର ବଡ଼କୋଦଣ୍ଡା ବ୍ରାଞ୍ଚରେ ବି କିଛିବର୍ଷ କାମ କଲି। ତା’ପରେ ସ୍କେଲ୍‌-୨ ପ୍ରମୋଶନ ପାଇ ପୁରୀ, ବାଲେଶ୍ୱର ତଥା କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ବ୍ରାଞ୍ଚରେ କିଛି କିଛି ବର୍ଷ କାମ କରିବା ପରେ ସ୍କେଲ୍‌-୩ ପ୍ରମୋଶନ ପାଇଲି ଆଉ ଝାଡ଼ଖଣ୍ଡର ଜାମସେଦ୍‌ପୁର ବ୍ରାଞ୍ଚରେ ଯାଇ ଯୋଗଦେଲି। ସେଠି ସାଢେ ତିନିବର୍ଷ କାମ କଲି। ସେଠାରେ ମୋର ଏକ ଆକ୍ସିଡେଣ୍ଟ ହେବାରୁ ନିଷ୍ପତ୍ତି ନେଲି ଆଉ ପ୍ରମୋଶନ ନେବିନି। ତେଣୁ ଜାମସେଦ୍‌ପୁର ପରେ ସମ୍ବଲପୁର ବ୍ରାଞ୍ଚକୁ ପୁଣି ସେହି ବ୍ରାଞ୍ଚ ମ୍ୟାନେଜର ହୋଇ ଆସିଲି। ଏହି ସମୟରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ ଓଡ଼ିଶା ଜୋନ୍‌ର ପ୍ରେସିଡେଣ୍ଟ ଭାବେ ମୋତେ ନିର୍ବାଚିତ କରାଯାଇଥିଲା। ସମ୍ବଲପୁରରେ ୩ବର୍ଷ ରହି ଏହି ଦାୟିତ୍ୱ ତୁଲାଇବା ପରେ ଭୁବନେଶ୍ୱର ରିଜିଓନାଲ ଅଫିସ୍‌କୁ ବଦଳିହେଲା, ଯେଉଁଠାରେ ମୋତେ ରିଜିଅନ୍‌ର ଆଡ୍‌ମିନିଷ୍ଟ୍ରେଶନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଶେଷରେ ଏହିଠାରୁ ୨୦୧୨ ଫେବୃୟାରୀ ୨୯ରେ ଚାକିରିରୁ ଅବସର ନେଇଥିଲି। ଏହି ଚାକିରି କାଳ ଭିତରେ ମୁଁ କଟକରେ ଅବସ୍ଥାପିତ ଥିବାବେଳେ ମଧୁସୂଦନ ଲ’ କଲେଜରୁ ଏଲ୍‌ଏଲ୍‌ବି ସାରି ପରେ ବ୍ୟାଙ୍କର ନିର୍ଦ୍ଧାରିତ ସାର୍ଟିଫାଏଡ୍‌ ଆସୋସିଏଟ୍‌ ଅଫ୍‌ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କର୍ସ(ସିଏଆଇଆଇବି) ନାମକ ଏକ କୋର୍ସ କରିଦେଇଥିଲି। ଏହା ଥିଲା ମୋର ଶିକ୍ଷା ତଥା ବୃତ୍ତିଗତ କଥା। ଏବେ ମୁଁ ପୁରୀ ସର୍ବୋଦୟନଗରସ୍ଥିତ ନିଜ ବାସଭବନରେ ଅବସ୍ଥାପନ କରି ଅଲ୍‌ ଓଡ଼ିଶା ୟୁନାଇଟେଡ୍‌ ବ୍ୟାଙ୍କ ରିଟାୟର୍ଡ ଅଫିସର୍ସ ଅସୋସିଏଶନର ଭାଇସ୍‌-ପ୍ରେସିଡେଣ୍ଟ ଦାୟିତ୍ୱ ତୁଲାଇବା ସହିତ ଉକ୍ତ ଅସୋସିଏଶନର କେନ୍ଦ୍ରୀୟ କମିଟି ସଦସ୍ୟ ଅଛି। ତା’ସହିତ ଅନେକ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ସାହିତି୍ୟକ ଅନୁଷ୍ଠାନ ସହିତ ସଂଶ୍ଲିଷ୍ଟ ମଧ୍ୟ ଅଛି। ସାରସ୍ବତ ସାଧନା ତଥା ଜଗନ୍ନାଥ ତତ୍ତ୍ୱ ସମ୍ବନ୍ଧରେ ଗବେଷଣାକରି ଅନେକ ପ୍ରବନ୍ଧ ବି ଲେଖିଛି, ଯାହା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି। ବିଦେଶ ଭ୍ରମଣରେ ଯାଇ ନୂଆ ନୂଆ ଜ୍ଞାନ ଆହରଣ କରିବାରେ ବି ମୋର ରୁଚି ରହିଛି। ପ୍ରାୟ ୧୮ଟି ବିଦେଶ ରାଷ୍ଟ୍ର ଭ୍ରମଣକୁ ନେଇ ୯ଟି ଭ୍ରମଣ କାହାଣୀ ପୁସ୍ତକ ମୋର ପ୍ରକାଶିତ ହୋଇଛି। ତନ୍ମଧ୍ୟରୁ ‘ଚାଇନାରେ ଆଠଦିନ’, ‘ବିଦେଶ ମାଟି’ (ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ ଉପରେ ପର୍ଯ୍ୟବସିତ), ‘ନେପାଳ ଦର୍ଶନ’, ‘ସ୍ବପ୍ନର ଆମେରିକା’, ‘ତୁଷାର କନ୍ୟା’ (ଭୁଟାନ ଉପରେ), ‘ଦରିଆ ପାରି’ (ୟୁରୋପର ୯ଟି ଦେଶ ଏବଂ ଓମାନ୍‌ ଉପରେ) ଇତ୍ୟାଦି ହେଉଛି ଭ୍ରମଣ କାହାଣୀ ପୁସ୍ତକ ଏବଂ ‘ଶ୍ରୀ ଦାରୁବ୍ରହ୍ମଙ୍କ ନବକଳେବର’, ‘ଚାରିଧାମ’ (ବଦ୍ରିନାଥ, ରାମନାଥ, ଦ୍ୱାରକାନାଥ, ଜଗନ୍ନାଥ), ‘ଜ୍ୟୋତିର୍ଲିଙ୍ଗ ଦର୍ଶନ’ (ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ) ଇତ୍ୟାଦି ହେଉଛି ଆଧ୍ୟାତ୍ମିକ ଭ୍ରମଣ କାହାଣୀ ପୁସ୍ତକ। ତେବେ ଏହିସବୁ ଲେଖା ପାଇଁ ଅନେକ ଅନୁଷ୍ଠାନ ମୋତେ ସମ୍ମାନିତ ମଧ୍ୟ କରିଛନ୍ତି। ତା’ଛଡ଼ା ନନା, ବୋଉଙ୍କ ନାଁରେ ହୋଇଥିବା ହରଗୌରୀ ପାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଆମ ଗାଁ ହାଇସ୍କୁଲର ନବମଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମେଧାବୃତ୍ତି ଦେବା ସହିତ ସେମାନଙ୍କର ଅନ୍ୟାନ୍ୟ ଗଠନମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ ହୋଇପାରୁଥିବାରୁ ଖୁବ୍‌ ଆତ୍ମଶାନ୍ତି ମିଳୁଛି। ଆଉ ଏସବୁ ମୋ କଠିନ ପରିଶ୍ରମ, ସଂଚାଳିତ ଜୀବନଯାପନ ତଥା ଶ୍ରୀଜଗନ୍ନାଥଙ୍କ କରୁଣାରୁ ହିଁ ସମ୍ଭବ ହୋଇପାରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?