Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବସ୍ତେ ଚାଉଳ କିଣିଥିଲି: ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ

ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ବାପା ଥିଲେ ଜଣେ ଗରିବ ଚାଷୀ। ଆମେ ୬ ଭାଇଭଉଣୀ(୪ଭାଇ ଓ ୨ ଭଉଣୀ)ମଧ୍ୟରୁ ମୁଁ ଥିଲି ସବା ସାନ। ପରିବାରର ଚଳଣି ବି ସେତେ ଭଲ ନ ଥିଲା। ହେଲେ ମୋର ପାଠ ବଢ଼ିଆ ହେଉଥିଲା। ସ୍କଲାରଶିପ୍‌ ବି ମିଳୁଥିଲା। ୭ମ ପାସ୍‌ ପରେ ମୋତେ ପ୍ରଥମ କରି ୯୯୯ ଟଙ୍କା ସ୍କଲାରଶିପ୍‌ ମିଳିଥାଏ। ସେଥିରୁ ୪୫୦ ଟଙ୍କା ଦେଇ ଘର ପାଇଁ ଗୋଟେ ବସ୍ତା ଚାଉଳ କିଣିକି ଆଣିଥିଲି। ଘରେ ସମସ୍ତେ ସେଦିନ ବହୁତ ଖୁସି ହୋଇଯାଇଥିଲେ। ଏହିପରି ଭାବେ ଭଗବତୀ ବିଦ୍ୟାପୀଠରୁ ୧୯୯୫ ମସିହାରେ ମାଟ୍ରିକ୍‌ ପାସ୍‌ କରି ନାଚୁଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ପଢାଖର୍ଚ୍ଚ ଉଠାଇବା ପାଇଁ ସେହି ସମୟରେ ଗୋଟେ ନବମ ଶ୍ରେଣୀ ପିଲାକୁ ଟ୍ୟୁଶନ ମଧ୍ୟ କଲି। ଯୁକ୍ତ ଦୁଇ ପରେ ଗୋଦାବରୀଶ ମହାବିଦ୍ୟାଳୟରେ ଗଣିତ ସମ୍ମାନରେ ଯୁକ୍ତ ତିନି ବିଜ୍ଞାନ ପଢିଲି। ତା’ପରେ ଖଲ୍ଲିକୋଟ ଅଟୋନୋମସ୍‌ କଲେଜରେ ଗଣିତରେ ପି.ଜି. କଲି। ୨୦୦୨ରେ ପି.ଜି. ସରିବା ପରେ ଆମେ ୪/୫ ଜଣ ସାଙ୍ଗ ଭୁବନେଶ୍ୱର ଆସି ଘରଭଡ଼ା ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ାପଢ଼ି ଆରମ୍ଭ କରିଦେଲୁ। ସ୍କୁଲ୍‌ ଓ କଲେଜ ବେଳେ କେବେ ବି ଟ୍ୟୁଶନ ହୋଇ ନ ଥିଲି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି କୌଣସି କୋଚିଂ ନ ନେଇ ନିଜେ ନିଜେ ପ୍ରସ୍ତୁତ ହେବାକୁ ଲାଗିଲି। ମୋ ସହ ଥିବା ୪/୫ ଜଣ ସାଙ୍ଗ ବି ସେମିତି କରୁଥିଲେ। ଘରଭଡ଼ା ତଥା ବହିପତ୍ର କିଣାକିଣି ପାଇଁ ଆମେ ଟ୍ୟୁଶନ କରିବା ଆରମ୍ଭ କରିଦେଲୁ। ତା’ସହିତ ଚାକିରି ପାଇଁ ଆବେଦନ କରୁଥିଲୁ, ପରୀକ୍ଷା ବି ଦେଉଥିଲୁ। ଅନେକ ପରୀକ୍ଷା ଦେବା ପରେ ଶେଷରେ ୨୦୦୫-୦୬ରେ ଡେପୁଟି ସୁବେଦାର ଭାବେ ମୋର ସିଲେକ୍ସନ ହେଲା। ଏଥିପାଇଁ କିଛିଦିନ ଟ୍ରେନିଂ ବି ନେଲି। ହେଲେ ଏହି ଟ୍ରେନିଂ ସମୟରେ ମୋତେ ସବ୍‌ଇନ୍ସପେକ୍ଟର ଚାକିରି ମିଳିଗଲା। ତେଣୁ ଡେପୁଟି ସୁବେଦାର ଚାକିରି ଛାଡି ସବ୍‌ଇନ୍ସପେକ୍ଟରର ଟ୍ରେନିଂ ନେବାକୁ ଆରମ୍ଭ କଲି। ପୁଣି ଏହି ଟ୍ରେନିଂ ନେଉଥିବାବେଳେ ମୋତେ ଆଉ ଦୁଇଟି ଚାକିରିର ଅଫର୍‌ ଆସିଲା। ଗୋଟିଏ ହେଉଛି ଆସିଷ୍ଟାଣ୍ଟ କମର୍ସିଆଲ୍‌ ଟ୍ୟାକ୍ସ ଅଫିସର ଏବଂ ଅନ୍ୟଟି ହେଉଛି ସପ୍ଲାଏ ଇନ୍ସପେକ୍ଟର। ମୁଁ ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଚାକିରିକୁ ପସନ୍ଦ କରି ସେଥିରେ ଜଏନ କଲି। ୨୦୦୯ ରୁ ୨୦୧୭ ଯାଏଁ ସେଥିରେ ରହିଲି। ତାରି ଭିତରେ ୨୦୧୫ରେ ଓଏଏସ୍‌ ପରୀକ୍ଷା ଦେଇଥିଲି। କିନ୍ତୁ ରେଜଲ୍ଟ ବାହାରିଲାବେଳକୁ ୨୦୧୭ ହୋଇଗଲା। ସେଥିରେ ମୋର ଯେଉଁ ର଼୍ୟାଙ୍କ୍‌ ଥିଲା ସେହି ଅନୁସାରେ ମୋତେ ଓଡିଶା ରେଭିନ୍ୟୁ ସର୍ଭିସ୍‌ (ଓଡିଶା ରାଜସ୍ବ ସେବା) ବିଭାଗରେ ଆଡିଶନାଲ ତହସିଲ୍‌ଦାର ଭାବେ ଚାକିରି ମିଳିଲା। ତେଣୁ ଆସିଷ୍ଟାଣ୍ଟ କମର୍ସିଆଲ୍‌ ଟ୍ୟାକ୍ସ ଅଫିସର ଚାକିରି ଛାଡି କଣାସ, ପୁରୀରେ ଆସି ଆଡିଶନାଲ ତହସିଲ୍‌ଦାର ଭାବେ କାମ କଲି। ୨୦୧୫ ପରେ ୨୦୧୬ରେ ବି ଆଉ ଥରେ ଓଏଏସ୍‌ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଥିଲା। ମୁଁ ସେଥିରେ ଆପ୍ଲାଏ ମଧ୍ୟ କରିଥିଲି। ହେଲେ ତା’ର ରେଜଲ୍ଟ ବାହାରିଲାବେଳକୁ ୨୦୧୮ ହୋଇଗଲା। ଏଥିରେ ମୋର ଆହୁରି ଭଲ ର଼୍ୟାଙ୍କ ରହିଲା। ଆଉ ମୋତେ ତହସିଲ୍‌ଦାର ଭାବେ ପୋଷ୍ଟିଂ ମିଳିଲା। ଏବେ ମୁଁ ଢେଙ୍କାନାଳର ପରଜଙ୍ଗଠାରେ ତହସିଲ୍‌ଦାର ଭାବେ ଅବସ୍ଥାପିତ। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାଛଡ଼ା ଉପନ୍ୟାସ ପଢିବାରେ ବି ମୋର ଖୁବ୍‌ ରୁଚି ରହିଛି। ସ୍କୁଲ୍‌ ଓ କଲେଜବେଳେ ଅନେକ ବକ୍ତୃତା ଦେଇଛି। ଏପରି କି ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ପୁରସ୍କୃତ ମଧ୍ୟ ହୋଇଛି। ଆଗକୁ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ପ୍ରବନ୍ଧ ଲେଖିବାକୁ ମୁଁ ଯୋଜନା ରଖିଛି। ଜୀବନରେ କଷ୍ଟ କ’ଣ, ତାହା ମୁଁ ପିଲାଟିଦିନରୁ ଅଙ୍ଗେ ନିଭେଇଛି। ହାଇସ୍କୁଲ ବାରଣ୍ଡା ଥିଲା ମୋର ପାଠଶାଳା ଆଉ ବାରଣ୍ଡାର ବିଦ୍ୟୁତ୍‌ ଖୁଣ୍ଟିରେ ଥିବା ଆଲୋକ ଥିଲା ମୋର ସାଥୀ। ତେଣୁ କୌଣସି ଦୁଃଖୀ ଲୋକଙ୍କୁ ଦେଖିଲେ ମୋ ଛାତି ଭିତରଟା ଆନ୍ଦୋଳିତ ହୋଇଯାଏ। କାହାର କଷ୍ଟ ମୁଁ ସହିପାରେନି। ବିପଦରେ ପଡ଼ି ମୋଠାରୁ କିଛି ସହାୟତା ପାଇବାକୁ ଆଶା ରଖିଥିବା ଲୋକଙ୍କୁ ମୁଁ ମୋ ସାଧ୍ୟମତେ ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଥାଏ। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri