Posted inଫୁରସତ

ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍‌ ଖାଇଥିଲି: ପ୍ରଫେସର୍‌ ଡ.ମୃଣାଳ ଚାଟାର୍ଜୀ

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ଓ ଭଦ୍ରକ କଲେଜରୁ ଆଇ.ଏ, ବି.ଏ. ପଢ଼ା ସାରି କଟକ ରେଭେନ୍ସା କଲେଜରେ ଇଂଲିଶ୍‌ ପି.ଜି ପଢୁଥାଏ। ତା’ସହିତ ଏଲ୍‌ଏଲ୍‌ବି ମଧ୍ୟ କରୁଥାଏ। ଏହି ସମୟରେ ଆକାଶବାଣୀ କଟକ ତରଫରୁ କାଜୁଆଲ୍‌ ଆନାଉନ୍ସର (ଉଦ୍‌ଘୋଷକ) ପାଇଁ କେତୋଟି ପୋଷ୍ଟ ବାହାରିଲା। ସେଥିରେ ଆପ୍ଲାଏ କଲି ଆଉ ସିଲେକ୍ଟ ହେଲି। ସେତେବେଳେ ଜଣେ ଆନାଉନ୍ସରଙ୍କୁ ପ୍ରତି ପ୍ରୋଗ୍ରାମ୍‌ ପିଛା ୭୫ଟଙ୍କା ଦିଆଯାଉଥିଲା। ଆଉ ପ୍ରତି ଆନାଉନ୍ସର ପ୍ରାୟ ୬ଟି ପ୍ରୋଗ୍ରାମ ହିଁ କରୁଥିଲେ। ତେଣୁ ମୁଁ ବି ୬ଟି ପ୍ରୋଗ୍ରାମ କରିବା ପରେ ମୋତେ ଏକକାଳୀନ ୪୫୦ ଟଙ୍କା ମିଳିଥିଲା, ଯାହା ଥିଲା ମୋର ପ୍ରଥମ ରୋଜଗାର। ୧୯୮୦ ମସିହାରେ ଏହାର ମୂଲ୍ୟ ଢେର୍‌ ଥିଲା। ଖୁସିରେ ପାଦ ତଳେ ଲାଗୁ ନଥିଲା। କିନ୍ତୁ ଏକଥା ଘରେ ଜଣାଇ ନ ଥିଲି। ଘରେ କେବଳ ଜାଣିଥିଲେ ମୁଁ ରେଡିଓରେ କାମ କରୁଛି ହେଲେ ସେଥିପାଇଁ ପଇସା ମିଳେ ସେ ଧାରଣା ସେମାନଙ୍କର ନ ଥିଲା। ତେଣୁ ପ୍ରଥମ ଟଙ୍କା ପାଇଲା ପରେ ସାଙ୍ଗମାନେ ଟ୍ରିଟ୍‌ ମାଗିବାରୁ ସମ୍ପୂର୍ଣ୍ଣ ଟଙ୍କା ରେଷ୍ଟୁରାଣ୍ଟରେ ଖାଇବାରେ ହିଁ ସରିଗଲା। ଏହାର କିଛିଦିନ ପରେ ଘରକୁ ଗଲାବେଳେ ବହୁତ ମିଠା ନେଇକି ଯାଇଥାଏ। ଘରଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଏତେ ମିଠା ଆଣିବାକୁ ମୋ ପାଖେ ପଇସା କେଉଁଠୁ ଆସିଲା ବୋଲି। ମୋଠାରୁ ସବୁକଥା ଶୁଣିଲା ପରେ ମା’ କହିଲେ-ଆଚ୍ଛା! ଏଥିପାଇଁ ପଇସା ବି ମିଳୁଛି, ତା’ହେଲେ ତୋତେ ଆଉ ପଇସା ଦିଆ ହବନି। ତା’ପରେ ମା’କୁ ବୁଝାଇଲି- ମୋତେ ସବୁ ମାସ ପଇସା ମିଳୁନି, ଯେଉଁ ମାସ କାମ ଦିଆଯାଉଛି ସେହି ମାସ ହିଁ କେବଳ ପଇସା ମିଳୁଛି। ସତରେ ପ୍ରଥମ ରୋଜଗାରର ଏହି ଅନୁଭୂତିଟି ମୋ ପାଇଁ ଏକ ଅଭୁଲା ସ୍ମୃତି। ତା’ସହିତ ଆକାଶବାଣୀ ପ୍ରତି ମୋ ମନରେ ବହୁତ କୃତଜ୍ଞତା ବି ରହିଛି। କାରଣ ଆକାଶବାଣୀ ମୋତେ ରୋଜଗାର ଦେବା ସହ ସମାଜରେ ଏକ ସ୍ବତନ୍ତ୍ର ପରିଚିତି ଗଢିବାରେ ଅନେକ ସାହାଯ୍ୟ କରିଛି। କେବଳ ରେଡିଓ ନୁହେଁ ଦୂରଦର୍ଶନରେ ବି ସେତେବେଳେ କାମ କରିବାର ସୁଯୋଗ ପାଇଥିଲି। ଯେଉଁଥିପାଇଁ ପି.ଜି ପରେ ମହର୍ଷି କଲେଜରେ କିଛିଦିନ ଅଧ୍ୟାପନା କରି ସାମ୍ବାଦିକତା କ୍ଷେତ୍ରକୁ ଆପଣେଇ ନେଲି ଏବଂ ଏକ ଦୈନିକ ଓଡ଼ିଆ ଖବରକାଗଜରେ କାମ କରିବାକୁ ଲାଗିଲି। ଆଉ ତା’ଭିତରେ ମାଷ୍ଟର ଅଫ୍‌ ମାସ୍‌ କମ୍ୟୁନିକେଶନ ଓ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଏମ୍‌.ଏ. ସାରି ପିଏଚ୍‌.ଡି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ବେଶ୍‌ କିଛି ବର୍ଷ ଉକ୍ତ ଖବରକାଗଜ ସଂସ୍ଥାରେ କାମ କରିବା ପରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି), ଢେଙ୍କାନାଳରେ ଆସୋସିଏଟ୍‌ ପ୍ରଫେସର୍‌ ଭାବେ ଜଏନ୍‌ କରିଥିଲି। ଯେଉଁଠାରେ ଏବେ ମୁଁ ପ୍ରଫେସର୍‌ ଆଣ୍ଡ ରିଜିଓନାଲ୍‌ ଡାଇରେକ୍ଟର ଭାବେ କାର୍ଯ୍ୟରତ। ତେବେ ଏହି କର୍ମମୟ ଜୀବନ ଭିତରୁ ବି ସମୟ ବାହାର କରି ଅନେକ ଗପ, ଉପନ୍ୟାସ, ସ୍ତମ୍ଭ, ନାଟକ, ଅନୁବାଦ ତଥା ସାମ୍ବାଦିକତାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଲେଖାମାନ ବି ଲେଖିଛି। ତନ୍ମଧ୍ୟରୁ ଭଲ ଅଛ ନବଘନ, ନବଘନ ଭଲ ଅଛି, ଯମରାଜ ଛୁଟିରେ ଇତ୍ୟାଦି ଗଳ୍ପ ସଂକଳନ, ସେକ୍ରେଟାରିଏଟ୍‌ରେ ବାଘ, ଶନି ମନ୍ଦିର ସାମ୍ନାରେ ସାତ ଭିକାରି, କୁକୁର କାହାଣୀ ଇତ୍ୟାଦି ଉପନ୍ୟାସ, ଜଗତେ ଥିବା ଯେତେଦିନ, ପଏଣ୍ଟ ବାଇ ପଏଣ୍ଟ, ଉଇନ୍‌ଡୋ ସିଟ୍‌ ଇତ୍ୟାଦି ରମ୍ୟରଚନା/ସ୍ତମ୍ଭ ସଙ୍କଳନ, ଲତା ପରି ଝିଅଟିଏ, ନାଗରାଜର ଦୁନିଆ, ଶରଣାଗଡ଼ ଇତ୍ୟାଦି ଅନୁବାଦ ତଥା ହିଷ୍ଟ୍ରି ଅଫ୍‌ ଜର୍ନାଲିଜମ୍‌ ଇନ୍‌ ଓଡ଼ିଶା, ଓଡ଼ିଶାରେ ସାମ୍ବାଦିକତାର ଇତିହାସ ଇତ୍ୟାଦି ପୁସ୍ତକମାନ ପ୍ରକାଶିତ ହୋଇ ମୋତେ ଅନେକ ପାଠକୀୟ ପ୍ରଶଂସା ମିଳିଛି। ତା’ସହିତ ଏବେ ବି ରେଡିଓ ଓ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଏକ ନିଆରା ଆନନ୍ଦ ପାଇପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri