ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ ପୁଣି କିଏ ବହୁ ପରିଶ୍ରମ କରି ମଧ୍ୟ ସଫଳତାକୁ ଆପଣାଇ ପାରି ନାହିଁ। ମାୟା ନଗରୀର ମାୟା କେତେବେଳେ କାହା ପାଇଁ କେମିତି ହୋଇଛି କହିବା ମୁସ୍କିଲ। ହେଲେ ପିତା ବଲିଉଡ୍‌ ସୁପରଷ୍ଟାର ହୋଇଥିବା ବେଳେ ଝିଅ କିନ୍ତୁ ମାତ୍ର ଦୁଇଟି ଫିଲ୍ମ ପରେ ବଲିଉଡ୍‌ ଛାଡି ଦେଇଥିବା ଏବେବି ଆଲୋଚନା ହେଉଛି। ବଲିଉଡ୍‌ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରିବାର ସମସ୍ତେ ପ୍ରାୟ ବଲିଉଡ୍‌ ସହ ଜଡିତ ଥିବା ବେଳେ ତାଙ୍କ ସାନ ଝିଅ କିନ୍ତୁ ଲାଇମ୍‌ ଲାଇଟରୁ ବହୁ ଦୂରରେ। ରାଜେଶଙ୍କ ବଡ ଝିଅ ଟ୍ବିଙ୍କିଲ ଖାନ୍ନା ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସାନ ଝିଅ ରିଙ୍କି ଏକାଥରେ ଏଠାରୁ ମୁହଁ ଫେରାଇ ନେଇଛନ୍ତି।

ପ୍ରଥମେ ସେ ଫିଲ୍ମ ‘ପ୍ୟାର ମେଁ କଭି କଭି’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ନାୟକ ଗୋବିନ୍ଦାଙ୍କ ସହ ଫିଲ୍ମ ‘ଜିସ ଦେଶ ମେଁ ଗଙ୍ଗା ରହତା ହୈ’ରେ ନଜର ଆସିଥିଲେ। ଯାହା ବକ୍ସ ଅଫିସରେ ହୋଇଥିଲା ହିଟ୍‌। ହେଲେ ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ଚମେଲି’ ଫ୍ଲପ ହେବା ପରେ ମାତ୍ର ୪ ବର୍ଷ କ୍ୟାରିୟରେ ସେ ଡୋରି ବାନ୍ଧି ଦେଲେ। ଏହାପରେ ୨୦୦୩ରେ ସେ ଶିଳ୍ପପତି ସମିର ସରନଙ୍କୁ ବିବାହ କରି ଲଣ୍ଡନ ଚାଲିଗଲେ। ଆଉ କେବେ ବି ତାଙ୍କୁ ବଲିଉଡ୍‌ ମୋହ ଟାଣି ଆଣି ପାରିଲା ନାହିଁ। ଲଣ୍ଡନରେ ସେ ସ୍ଥାୟୀ ବାସିନ୍ଦା ହେବା ସହ ଏବେ ସ୍ବାମୀ ଓ ୨ ଝିଅପୁଅଙ୍କୁ ନେଇ ସେ ଖୁବ୍‌ ଖୁସିରେ ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri