Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ ବିଦ୍ୟାପୀଠରେ ପଢ଼ି ୧୯୬୩ରେ ଏକାଦଶ ଶ୍ରେଣୀ ପାସ୍‌ କରିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ ୨ବର୍ଷ ପଢ଼ିବା ପରେ କଟକ ଖ୍ରୀଷ୍ଟ କଲେଜରେ ଓଡ଼ିଆ ଅନର୍ସ ରଖି ବି.ଏ. ପଢ଼ିଲି। ଏହାପରେ ରେଭେନ୍‌ଶାରେ ଏମ୍‌.ଏ. କଲି। ଏମ୍‌.ଏ. ପାସ୍‌ କରିବାର ମାତ୍ର ୨୦ ଦିନ ଭିତରେ ମୋତେ ରେଭେନ୍‌ଶା କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଗଲା। ୧୯୬୯ ନଭେମ୍ବର ମାସରୁ ମୋ ଚାକିରି ଜୀବନ ଆରମ୍ଭ ହୋଇଥିଲା। ମୂଳଦରମା ସହ ମହଙ୍ଗା ଭତ୍ତା ମିଶିକି ସେତେବେଳେ ୪୦୬ ଟଙ୍କା ଦରମା ମିଳୁଥିଲା। ଆମେ ୯ ଭାଇଭଉଣୀ ( ୫ ଭାଇ ଓ ୪ ଭଉଣୀ)ଙ୍କ ମଧ୍ୟରେ ମୁଁ ଥିଲି ୭ମ ନମ୍ବରରେ। ଆମ ଘରର ଚଳଣି ବି ସ୍ବଚ୍ଛଳ ଥିଲା। ତେଣୁ ମୋ ଦରମା ଟଙ୍କା ପ୍ୟାଣ୍ଟଶାର୍ଟ କିଣା ଓ ସାଙ୍ଗସାଥୀଙ୍କ ସହ ଖାଇବାପିଇବାରେ ଖର୍ଚ୍ଚ ହେଉଥିଲା। ଏମିତି ଦେଢ ବର୍ଷ ରେଭେନ୍‌ଶାରେ ରହିବା ପରେ ଭଦ୍ରକ କଲେଜକୁ ମୋର ବଦଳି ହେଲା। ହେଲେ ସେଠାରେ ମାତ୍ର କିଛି ବର୍ଷ ଅଧ୍ୟାପନା କରିବା ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ମୋତେ ନିଯୁକ୍ତି ମିଳିଗଲା। ସେଠାରେ କ୍ରମେ ଅଧ୍ୟାପକରୁ ପ୍ରାଧ୍ୟାପକ ଆଉ ପ୍ରଫେସର୍‌ ଭାବେ ପ୍ରମୋଶନ ପାଇ ଶେଷରେ ୨୦୧୦ ଅକ୍ଟୋବର ୩୧ରେ ଚାକିରିରୁ ଅବସର ନେଇଥିଲି। ଏଠାରେ ମୁଁ ଦୀର୍ଘ ୩୬ ବର୍ଷ ଅଧ୍ୟାପନା କରିଥିଲି। ଆଉ ତା’ରି ଭିତରେ ‘ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି’ ଉପରେ ଥେସିସ୍‌ ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୮ରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିବା ସହ ‘ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା’ ଉପରେ ରିସର୍ଚ୍ଚ କରି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ୧୯୯୨ରେ ଡି.ଲିଟ୍‌ ପାଇଥିଲି। ଏ ତ ଥିଲା ମୋ ପାଠପଢ଼ା ଓ ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ସ୍କୁଲ୍‌ ପଢ଼ା ସମୟରୁ କବିତା ଲେଖୁଥିଲି। କିନ୍ତୁ ଚାକିରି କରିବା ପରେ କବିତା ସହିତ ସମାଲୋଚନା ଭିତ୍ତିକ ଲେଖା, ନାଟକ, ପ୍ରବନ୍ଧ ତଥା ଅନୁବାଦ କରିବା ଆରମ୍ଭ କଲି। ଫଳରେ ୨୦ଟି ସମାଲୋଚନା ଭିତ୍ତିକ ପୁସ୍ତକ, ୧୦ଟି କବିତା ସଂକଳନ, ୧୦ଟି ଅନୁବାଦ ପୁସ୍ତକ ଓ ୨୫ଟି ନାଟ୍ୟପୁସ୍ତକ ମୋର ପ୍ରକାଶ ପାଇସାରିଛି। ତନ୍ମଧ୍ୟରୁ ”ଭୀମ ଭୋଇଙ୍କ ସନ୍ଧାନରେ, ସ୍ବର୍ଗାରୋହଣ, ମୁଣ୍ଡ ଉପରେ ଛାତ, କଲୁରୀ ବେଣ୍ଟ, ସତ୍ୟ ସଂଶୟ ସାଲବେଗ“ ଇତ୍ୟାଦି ନାଟ୍ୟପୁସ୍ତକକୁ ଆଧାର କରି କେତେକ ସ୍ଥାନରେ ନାଟକ ପରିବେଷଣ ମଧ୍ୟ ହୋଇଛି। ସେହିପରି ମୋର କବିତା ସଂକଳନ ଭିତରେ ”ନୀଳ ଚନ୍ଦନର ଭୁଲ୍‌ ଠିକଣା, ସମ୍ବୋଧନ ହୀନ, ନିର୍ବୋଧ ଲୋକର ପୃଥିବୀ, ଅଚାନକ ବୃହନଳା, ଇତିହାସ ଲେଖିବାର ମୁହୂର୍ତ୍ତ, ସମୁଦ୍ର ନିରୁତ୍ତର, ଆଉ ଗୋଟିଏ ଜନ୍ମର ଅପେକ୍ଷା, ସୌନ୍ଦର୍ଯ୍ୟ ଖୋଜି ଖୋଜି ଈଶ୍ୱର“ ଇତ୍ୟାଦି ହେଉଛି ଅନ୍ୟତମ। ଏହି ଲେଖାଲେଖି ପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ବି ମିଳିଛି। ଯେମିତିକି: ପ୍ରବନ୍ଧ ଓ ସମାଲୋଚନା ଭିତ୍ତିକ ଲେଖା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଝଙ୍କାର ପୁରସ୍କାର ଓ ନାଟକ ପାଇଁ ଜଷ୍ଟିସ୍‌ ହରିହର ମହାପାତ୍ର ବିଷୁବ ପୁରସ୍କାର, ପ୍ରବନ୍ଧ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ନାଟକ ପାଇଁ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଓ ଆକାଶବାଣୀ କଟକ ପୁରସ୍କାର, କବିତା ପାଇଁ ଜୀବନ ରଙ୍ଗ ପୁରସ୍କାର ଓ ଗଙ୍ଗାଧର ରଥ ଫାଉଣ୍ଡେଶନ ତରଫରୁ ଭାନୁଜୀ ରାଓ କବିତା ପୁରସ୍କାର ଇତ୍ୟାଦି ଥିଲା ପ୍ରମୁଖ। ସେହିପରି ସାମଗ୍ରିକ କୃତି ପାଇଁ ଶାରଳା ସାହିତ୍ୟ ସଂସଦ ତରଫରୁ ମିଳିଛି ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ଯାହା ମୋତେ ଅନେକ ଖୁସି ଆଣି ଦେଇଛି। ତେବେ ଲେଖାଲେଖିର ଧାରା ମୋର ଏବେ ବି ଜାରି ରହିଛି। ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ମଧ୍ୟ ମୋ ଲେଖା ବାହାରୁଛି। ବିଶେଷକରି ପୂଜା ବିଶେଷାଙ୍କରେ ମୋର ଅନେକ ଲେଖା ପ୍ରକାଶ ପାଉଛି। ଲେଖାଲେଖି ସହିତ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ତଥା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ସେମିନାରରେ ଯୋଗଦେବାକୁ ଅତିଥି ଭାବେ ଆମନ୍ତ୍ରିତ ହୋଇ ବି ଯାଉଛି। ଭଗବାନଙ୍କ କୃପାରୁ ଆଜିଯାଏଁ ସବୁ ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ସବୁ ଭଲ ରହିବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri