ପ୍ରଥମ ଦରମା ଖର୍ଚ୍ଚ କରିବାକୁ ନେଇ ଚିନ୍ତିତ କି? ଏସବୁ ଟିପ୍ସ ଜାଣିରଖନ୍ତୁ

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରିଟିଏ ନିତାନ୍ତ ଆବଶ୍ୟକ। ତେବେ ଚାକିରିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି ଚିନ୍ତାରେ ପକାଇଥାଏ। ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଅନେକେ ଚିନ୍ତାରେ ପଡ଼ିଯାନ୍ତି। ମାତ୍ର ଭୁଲ୍‌ ଉପାୟରେ ଖର୍ଚ୍ଚ କରିବା ଫଳରେ ଟଙ୍କା କିପରି ବରବାଦ ହୋଇଯାଏ ଜଣାପଡ଼ି ନ ଥାଏ। ଏହିଭଳି ଅଭ୍ୟାସରୁ ବଞ୍ଚିବାପାଇଁ ଯୋଜନା ପ୍ରସ୍ତୁତକରି ଟଙ୍କା ଖର୍ଚ୍ଚ କରନ୍ତୁ। ତେବେ ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ବଜେଟ
ପ୍ରଥମେ ଆପଣଙ୍କୁ ଆୟ ଓ ବ୍ୟୟର କଳନା କରିବାକୁ ପଡ଼ିବ। ଯଦି ଖର୍ଚ୍ଚ ଅଧିକ ହୋଇଥାଏ ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ କଷ୍ଟାର୍ଜିତ ଟଙ୍କା କେଉଁଥିରେ ଖର୍ଚ୍ଚ କରିଛନ୍ତି ।

ସଞ୍ଚୟ
ଖର୍ଚ୍ଚର ହିସାବ ପରେ କିଛି ଟଙ୍କା ସଞ୍ଚୟ ରଖିବା ଜରୁରୀ । ସଞ୍ଚୟ ଟଙ୍କାର ମାତ୍ରା ଯେତେ ଛୋଟ ହୋଇଥାଉ ନା କାହିଁକ, ଏହା ଆପଣଙ୍କ ଖର୍ଚ୍ଚକୁ କମ୍‌ କରିଥାଏ। ଏହା ସହ ଆବଶ୍ୟକ ବେଳେ ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ପଡ଼ିବନି।

ନିବେଶ
ଟଙ୍କାକୁ କେବଳ ସଞ୍ଚୟକରି ନୁହେଁ ବରଂ ଏହାକୁ ଅନ୍ୟ ସ୍ଥାନରେ ନିବେଶ କରିବା ମଧ୍ୟ ଶିଖନ୍ତୁ। ଆପଣ ମ୍ୟୁଚୁଆଲ ଫଣ୍ଡ, ଫିକ୍ସ ଡିପୋଜିଟ ଆଦିରେ ନିବେଶ କରିପାରିବେ।

କ୍ରେଡିଟ୍‌ କାର୍ଡ ପ୍ରୟୋଗ ବନ୍ଦ କରନ୍ତୁ
ଅଧିକାଂଶ ଯୁବପିଢ଼ିଙ୍କ ଏହା ଅଭ୍ୟାସ ହୋଇଗଲାଣି ବ୍ୟାଙ୍କରୁ କ୍ରେଡିଟ୍‌ କାର୍ଡ ନେଇ ଆବଶ୍ୟକରୁ ଅଧିକ ଟଙ୍କା ଖର୍ଚ୍ଚ କରିବା। ଏହା ବନ୍ଦ କରିବା ଆବଶ୍ୟକ। ନଚେତ୍‌ କରଜରେ ବୁଡ଼ିବା ଥୟ।

ଜରୁରୀ ପରିସ୍ଥିତି
ଜରୁରୀ ପରିସ୍ଥିତି ପାଇଁ ନିଜ ପାଖରେ କିଛି ଟଙ୍କା ରଖିଥାନ୍ତୁ, ଯାହା ଅନେକ କାମରେ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri