Posted inଖେଳ

ପ୍ରତ୍ୟାଶାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା ସନ୍ତରଣରେ ଓଡ଼ିଶାର ପ୍ରତ୍ୟାଶା ରାୟଙ୍କୁ ଦ୍ୱିତୀୟ ପଦକ ମିଳିଛି। ସୋମବାର ଅନୁଷ୍ଠିତ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୨:୩୦.୮୫ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ପଶ୍ଚିମବଙ୍ଗର ସୌବ୍ରିତୀ ମଣ୍ଡଳ (୨:୨୬.୦୫) ସ୍ବର୍ଣ୍ଣ ଏବଂ ଆସାମର ରିନିତା ଗୋଗୋଇ (୨:୫୩.୭୪) ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବାଳିକା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ମଧ୍ୟ ପ୍ରତ୍ୟାଶା ରାୟ ୧:୦୯.୩୮ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ପାଇଥିଲେ।
ବାଳିକା ହକି ଦଳକୁ ବ୍ରୋଞ୍ଜ- ପ୍ରତିଯୋଗିତାର ୧୭ ବର୍ଷରୁ କମ୍‌ ବାଳିକା ହକିରେ ଓଡ଼ିଶା ବ୍ରୋଞ୍ଜ ପଦକ ପାଇଛି। ସୋମବାର ପ୍ଲେ-ଅଫ୍‌ ମ୍ୟାଚରେ ଓଡ଼ିଶା ୨-୧ ଗୋଲରେ ଆସାମକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଅଧିନାୟିକା ଜ୍ୟୋତି ଛତ୍ରି ଓ ଅସ୍ମିତା ରାଉତ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୧୭ ବର୍ଷରୁ କମ୍‌ ବାଳକ ବର୍ଗର ବ୍ରୋଞ୍ଜ ପଦକ ମୁକାବିଲାରେ କିନ୍ତୁ ଓଡ଼ିଶା ଦଳ ୨-୩ ଗୋଲରେ ପଞ୍ଜାବଠାରୁ ହାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri