Posted inଖେଳ

ଓଡ଼ିଶା ଏଫସି ସହ ନନ୍ଦକୁମାରଙ୍କ ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଣ୍ଡିଆନ ସୁପର ଲିଗ୍‌ ଦଳ ଓଡ଼ିଶା ଏଫସି ଓ୍ବିଙ୍ଗର ନନ୍ଦକୁମାର ସେକରଙ୍କ ଚୁକ୍ତିମିଆଦକୁ ବୃଦ୍ଧି କରିଛି। ଏହି ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭୁବନେଶ୍ୱର ଭିତ୍ତିକ କ୍ଲବ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ଏ ସମ୍ପର୍କରେ କ୍ଲବ ଏବଂ ନନ୍ଦକୁମାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ନନ୍ଦଙ୍କ ପ୍ରଦର୍ଶନରେ ବହୁତ ଉନ୍ନତି ହୋଇଛି। ତାଙ୍କ ସହ ଆଉ ୩ ବର୍ଷ ଚୁକ୍ତି ମିଆଦ ବଢ଼ାଇ ଆମେ ଖୁସି। ଆମେ ତାଙ୍କୁ ଜଣେ ଏଲିଟ ଓ୍ବିଙ୍ଗରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଓଡ଼ିଶା ଏଫସି ମାଲିକ ରୋହନ ଶର୍ମା ପ୍ରକାଶ କରିଛନ୍ତି। ଚୁକ୍ତି ସମୟସୀମା ବୃଦ୍ଧିରେ ନନ୍ଦକୁମାର ସ୍ବାଭାବିକ ଖୁସି ଜାହିର କରିଛନ୍ତି। ମୁଁ ଭୁବନେଶ୍ୱରରେ ଆଉ ୩ ବର୍ଷ ଖେଳିବାକୁ ବ୍ୟଗ୍ର। ଏଠାକାର ପ୍ରଶଂସକ ଆମକୁ ସମର୍ଥନ କରି ଆସିଛନ୍ତି ଏବଂ ଓଡ଼ିଶା ଏଫସି ପ୍ରତି ସେମାନଙ୍କର ଭଲ ପାଇବା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଗତ ଶୁକ୍ରବାର ଓଡ଼ିଶା ଏଫସି ଭାରତର ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟଙ୍କ ସହ ମଧ୍ୟ ୨୦୨୩ ପର୍ଯ୍ୟନ୍ତ ଚୁକ୍ତି ମିଆଦ ବୃଦ୍ଧି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri