ପୋଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି : ବରିଷ୍ଠ ଅଧିକାରୀଙ୍କୁ ବିଭାଗ ବଣ୍ଟନ

କଟକ ଅଫିସ, ୫।୬: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ଜୁଲାଇ ୪ ତାରିଖରେ ଆରମ୍ଭ ହେବ। ରଥଯାତ୍ରା ପୂର୍ବରୁ ଆସନ୍ତା ୧୭ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨ ତାରିଖରେ ନେତ୍ରୋ ଉତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୪ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୧ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ, ୧୨ ତାରିଖରେ ବାହୁଡ଼ା ଯାତ୍ରା, ୧୩ ତାରିଖରେ ସୁନାବେଶ, ୧୫ ତାରିଖରେ ନିଳାଦ୍ରୀବିଜେ ଭଳି ବହୁ କାର୍ଯ୍ୟକ୍ରମ ରହିଛି। ତେବେ ସମ୍ପୂର୍ଣ୍ଣ ରଥଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେଥିପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ରୋଡ ମ୍ୟାପ ପ୍ରସ୍ତୁତି କରିଛନ୍ତି। ପରିଚାଳନା ଦାୟିତ୍ୱରେ ୧୧ ଆଇପିଏସ୍‌ ଅଧିକାରୀଙ୍କ ସମେତ ୫ ଓପିଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୂଚାରରୂପେ ସମସ୍ତ କାର୍ଯ୍ୟ ହେବ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୋଲିସ ପରିଚାଳନା ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପରେ ନ୍ୟସ୍ତ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଆଇଜି ଏସ୍‌.କେ. ପ୍ରିୟଦର୍ଶୀ ଏବଂ ପୁରୀ ଜିଲା ଏସ୍‌ପି ଉମାଶଙ୍କର ମିଶ୍ରଙ୍କୁ କୁହାଯାଇଛି। ସୁରକ୍ଷା ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ପରିଚାଳନା ଦାୟିତ୍ୱ ଗୋଇନ୍ଦା ବିଭାଗ ଆଇଜି ଆର୍‌.କେ.ଶର୍ମାଙ୍କୁ ଦିଆଯାଇଛି। ସେହିପରି ଟ୍ରାଫିକ ପରିଚାଳନା ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି। ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଜନଗହଳି ହେବାକୁ ଥିବା ଦିନଗୁଡ଼ିକରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ରହିବ। ତାଙ୍କୁ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ପି ମଡକର ସନ୍ଦୀପ ସମ୍ପତ, ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌.ଙ୍କୁ କୁହାଯାଇଛି। ରେଲୱେ ପୋଲିସ ପରିଚାଳନା ଦାୟିତ୍ୱ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଦିଆଯାଇଛି। କିପରି କେଉଁ ଜାଗାରେ ଆର୍‌ପିଏଫ୍‌ ଅଫିସର, କର୍ମଚାରୀମାନେ କାର୍ଯ୍ୟ କରିବେ ତାହା ତାଙ୍କ ତତ୍ତ୍ବାବଧାନରେ ହେବ। ସେହିପରି ମନ୍ଦିର ଭିତର ସୁରକ୍ଷା ଦାୟିତ୍ୱ ଆଇଜି ଏସ୍‌.କେ. ପ୍ରିୟଦର୍ଶୀଙ୍କୁ ଦିଆଯାଇଛି। ତାଙ୍କୁ ମନ୍ଦିର ପ୍ରଶାସନ ଏବଂ ସେବାୟତ ନିୟୋଗଙ୍କ ସହ ଆଲୋଚନା କରି ମନ୍ଦିର ଭିତରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି। ଜନଗହଳି ପରିଚାଳନା ଦାୟିତ୍ୱ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଭିଡ଼ ପରିଚାଳନା ଦାୟିତ୍ୱରେ ସେ ରହିବେ। ତାଙ୍କୁ ଏଥିରେ ଆଇଜି ବିବେକାନନ୍ଦ ଶର୍ମା ସହଯୋଗ କରିବେ। କର୍ଡନ ପରିଚାଳନା ଦାୟିତ୍ୱ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି। ବିଶେଷକରି ୩ଟି ରଥର କର୍ଡନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯୋଗାଯୋଗ ପରିଚାଳନା ଦାୟିତ୍ୱ ଓପିଏସ୍‌ ଅଧିକାରୀ ବି.ଏନ୍‌. ଦାସଙ୍କୁ ଦିଆଯାଇଛି। କ୍ୟାମ୍ପ କମାଣ୍ଡାଣ୍ଟ ଦାୟିତ୍ୱ କମାଣ୍ଡାଣ୍ଟ ବି.କେ. ନନ୍ଦଙ୍କୁ ପ୍ରଦାନ କରାଯାଇଛି। ସେ ସମସ୍ତ ଫୋର୍ସମାନଙ୍କର ଯିବା ଆସିବା ଏବଂ ରିପୋର୍ଟିଂ କରିବାରେ ସମୟ ନିର୍ଦ୍ଧାରଣ କରିବେ। ଭିଆଇପିମାନଙ୍କ ସୁରକ୍ଷା ଦାୟିତ୍ୱ କମାଣ୍ଡାଣ୍ଟ ଆର୍‌.କେ. ସାହୁଙ୍କୁ ପ୍ରଦାନ କରାଯାଇଛି। କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଓପିଏସ୍‌ ଅଧିକାରୀ ଏସ୍‌.ସି. ପାହୀଙ୍କୁ ଦିଆଯାଇଛି। ପୁରୀ ଟାଉନର କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ତାଙ୍କୁ ରଖାଯାଇଛି। ତେବେ ମୋଟ ଉପରେ ପୋଲିସ ପରିଚାଳନା ଦାୟିତ୍ୱ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ଉପରେ ନ୍ୟସ୍ତ ଥିବା ବେଳେ ପରିଚାଳନା କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri