ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ହେଲେ ବାତ୍ୟାରେ ଉଜୁଡ଼ିଯାଇଛି ଏହାର ସବୁଜିମା। ଏହା ପରିସରରେ ଥିବା କଟେଜ୍ରୁ ଆଜ୍ବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଭାଙ୍ଗି ପଡିଛି। ତେବେ କ୍ଷୟକ୍ଷତିର ମରାମତି କରାଯାଇ ପର୍ଯ୍ୟଟନ ଋତୁ ଆରମ୍ଭରୁ ଅର୍ଥାତ୍ ନଭେମ୍ବର ୧ ତାରିଖ ପୂର୍ବରୁ ପ୍ରକୃତି ନିବାସ ଖୋଲାଯିବ ବୋଲି ପୁରୀ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦ୍ଗାତା କହିଛନ୍ତି।
ଡିଏଫ୍ଓଙ୍କ ସୂଚନା ମୁତାବକ, ବାତ୍ୟା ପୂର୍ବରୁ ପ୍ରକୃତି ନିବାସର ତମ୍ବୁ, ଏସି, ସୋଲାର, ଲାଇଟ୍ ପ୍ରଭୃତି ସରଞ୍ଜାମ ଖୋଲି ଦିଆଯାଇଥିଲା। ତେଣୁ ଅଧିକ କିଛି ନଷ୍ଟ ହୋଇନାହିଁ। ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ କଟେଜ୍ର ଟିଣ ଆଜ୍ବେଷ୍ଟସ ଉଡିଯାଇଛି। ସେହିପରି ପ୍ରକୃତି ନିବାସକୁ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସହରର ବିଦ୍ୟୁତ୍ ପୁନରୁଦ୍ଧାର କାମ ସରିବା ପରେ ପ୍ରକୃତି ନିବାସରେ କାମ ଆରମ୍ଭ କରାଯିବ। ଯାହା ସ୍ବଳ୍ପ କ୍ଷୟକ୍ଷତି ହୋଇଛି ତାହା ବେଶିଦିନ ଲାଗିବ ନାହିଁ, ମାସକ ମଧ୍ୟରେ ସବୁ ଠିକ୍ଠାକ ହୋଇଯିବ। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପର୍ଯ୍ୟଟନ ଋତୁ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଏହାକୁ ପ୍ରସ୍ତୁତ କରିଦିଆଯିବ। ବୋଟର କିଛି କ୍ଷତି ହୋଇ ନ ଥିବାରୁ ବୋଟିଂ ପାଇଁ କିଛି ସମସ୍ୟା ହେବ ନାହିଁ। ପୂର୍ବପରି ଶୀତଦିନରେ ପର୍ଯ୍ୟଟକମାନେ ପ୍ରକୃତି ନିବାସକୁ ଆସି ରହିପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ ବୋଲି ଡିଏଫ୍ଓ କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ମୁହାଣର ଅନତି ଦୂର ନୂଆନଈ କଡ଼ରେ ପ୍ରକୃତି ନିବାସ ତିଆରି କରାଯାଇଛି। ଏଠାରେ ଆକର୍ଷଣୀୟ ୧୦ଟି କଟେଜ ରହିଛି। ରେଷ୍ଟୁରାଣ୍ଟ ଏବଂ ନୂଆନଈରେ ବୋଟିଂ ସୁବିଧା ବି ରହିଥିଲା। ୨୦୧୭ ଫେବୃୟାରୀ ୧ ତାରିଖରେ ଏହା ଉଦ୍ଘାଟିତ ହେବା ପରେ ପର୍ଯ୍ୟଟକମାନେ ଏଠାରେ ରାତିରେ ରହିବା ସହ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ। ଘଞ୍ଚ ଜଙ୍ଗଲ ଭିତରେ ରାତିରେ ହରିଣକୁ ମଧ୍ୟ ପାଖରେ ଦେଖିବାକୁ ପାଉଥିଲେ ପର୍ଯ୍ୟଟକ। ବିଶେଷକରି ଶୀତଦିନେ ଏହାର ଚାହିଦା ଅଧିକ ରହୁଥିଲା।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

