ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ ହଇରାଣ ହେଉଥିବାବେଳେ ପ୍ରକୃତ ଦୋଷୀ ଖସିଯିବାରେ ସକ୍ଷମ ହେଉଛି। ଅନ୍ୟପକ୍ଷେ ପୋଲିସ ଲୋକଙ୍କ ନିକଟତର ହେବାକୁ ଆମ ପୋଲିସ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରୁଛି। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁ ନ ଥିବା ଦେଖାଯାଉଛି। ଫଳସ୍ବରୂପ କୌଣସିଠାରେ ଅପରାଧମୂଳକ ଘଟଣା ଘଟିଲେ ଲୋକେ ଥାନାକୁ ଯିବା ବଦଳରେ ଗାଁରେ ବୈଠକ (କଙ୍ଗାରୁ କୋର୍ଟ) କରି ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କାହାକୁ ଅଟକ ରଖାଯାଉଛି ତ କାହାକୁ ନିଆଁ ପାଣି ବାସନ୍ଦ ସହ ଦୋକାନ ବଜାର ମନା କରାଯାଉଛି। ଏ ବିଷୟରେ କୌଣସି ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଅଭିଯୋଗ କଲେ ଗ୍ରାମବାସୀ ଅଧିକ ହଇରାଣ କରିବେ ଭାବି ସମ୍ପୃକ୍ତ ବ୍ୟକ୍ତି ନୀରବ ରହିବାକୁ ଶ୍ରେୟସ୍କର ମଣୁଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ଝରଣା ଗ୍ରାମରେ ଏକ ପରିବାରକୁ ହଇରାଣ କରାଯାଇଥିବା ବେଳେ ସିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗ୍ରାମର ଯୁଧିଷ୍ଠିର ନାୟକ ଦୁଇବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇଛନ୍ତି। ସେହିପରି କୋରଡା ପଞ୍ଚାୟତ ମହିତମା ଗ୍ରାମର ସନ୍ତୋଷ ସାହୁ ଓ ଜାକେଡା ପଞ୍ଚାୟତର କରଡାପଲ୍ଲୀ ଓ କେନ୍ଦୁବଣିଆ ଗ୍ରାମରେ ଦୁଇଟି ପରିବାର କଙ୍ଗାରୁ କୋର୍ଟ ଜରିଆରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।
କ’ଣ କୁହନ୍ତି ଏମାନେ…
କୌଣସି ଗାଁରେ କଙ୍ଗାରୁ କୋର୍ଟ କରି ଲୋକଙ୍କୁ ହଇରାଣ ନ କରିବା ନେଇ ଆମେ ଗ୍ରାମ ସଭାଗୁଡିକରେ ଆଲୋଚନା କରୁଛ। ଭୁଲକୁ ସୁଧାରିବା ପାଇଁ କଙ୍ଗାରୁ କୋର୍ଟ ନ କରି ଗ୍ରାମ, ପଞ୍ଚାୟତ କିମ୍ବା ପୋଲିସ ସହାୟତାରେ ଆଲୋଚନା କରି ସମାଧାନ କରିବା ଆବଶ୍ୟକ।
ପର୍ଶୁରାମ ସ୍ବାଇଁ, ମାଳିସାହି ସରପଞ୍ଚ।
ଗାଁ ଗାଁରେ କଙ୍ଗାରୁ କୋର୍ଟ ମାଧ୍ୟମରେ କାହାକୁ ଗାଁରୁ ବାସନ୍ଦ ଓ ହଇରାଣ କରିବା ଠିକ୍‌ ନୁହେଁ। କଙ୍ଗାରୁ କୋର୍ଟ ନ କରିବା ପାଇଁ ଆମେ ଆମ ପୋଲିସ କାର୍ଯ୍ୟକ୍ରମରେ ସଚେତନ କରିଆସୁଛୁ । ତଥାପି ଲୋକମାନେ ସଚେତନ ନ ହୋଇ ଆଇନକୁ ହାତକୁ ନେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇପାରିଲେ ଏହା କମିଯିବ।
ମନୋରମା ମଲ୍ଲିକ, ଆଇଆଇସି, ନୂଆଗାଁ ଥାନା
ଆମ ପୋଲିସ କାର୍ଯ୍ୟକ୍ରମ କେବଳ ଥାନା ପରିସରରେ ନ ହୋଇ ଗାଁ ଗାଁରେ ହେଲେ ଲୋକ ସଚେତନ ହୁଅନ୍ତେ ଓ କଙ୍ଗାରୁ କୋର୍ଟ ହୁଅନ୍ତା ନାହିଁ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଲେ ଏହା ବନ୍ଦ ହୋଇପାରିବ।
ପତିତପାବନ ସାହୁ, ଶିକ୍ଷାବିତ୍‌, ନୂଆଗାଁ
ଆମ ପୋଲିସ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରି କଙ୍ଗାରୁ କୋର୍ଟ ନ କରିବା ପାଇଁ ଜନସଚେତନତା କରିବାକୁ ପ୍ରୋସିଡିଂରେ ସ୍ଥାନିତ ହୋଇଥିଲେ ମଧ୍ୟ ତାହା କରାଯାଉ ନାହିଁ । ଏପରି କି ୩/୪ ମାସ ହେଲା ଆମ ପୋଲିସ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ଯେଉଁଥି ପାଇଁ କଙ୍ଗାରୁ କୋର୍ଟ ବୃଦ୍ଧି ପାଉଛି।
ଦେବରାଜ ଖଣ୍ଡୁଆଳ, ବୁଦ୍ଧିଜୀବୀ, ନୂଆଗାଁ


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri