Posted inଜାତୀୟ

ପୋଲିସ କାର୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର: ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୪ ଗିରଫ

ନୂଆଦିଲ୍ଲୀ, ୫ା୧୨:ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ଏହାକୁ ନେଇ ଦେଶବ୍ୟାପୀ ଅଭିଯୁକ୍ତଙ୍କ ବିରୋଧରେ ଜନଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଏବେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇ କାର୍‌ ଭିତରେ ଗଣବଳାତ୍କାର କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଛି।
ଘଟଣାରୁ ଜଣାଯାଇଛି ଯେ, ଛାତ୍ରୀଙ୍କୁ ଗତ ସୋମବାର ଗଣବଳାତ୍କାର କରାଯାଇଥିବାବେଳେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଆର୍‌ପିଏଫ୍‌ ଯବାନ ଥିବାବେଳେ ଆଉ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ବ୍ରିଜ୍‌ଲାଲ ମୌର୍ଯ୍ୟଙ୍କ ପୁଅ ଜୟପ୍ରକାଶ ବୋଲି ଜଣାପଡ଼ିଛି। ପୋଲିସ ଲୋଗୋ ଥିବା ବାପାଙ୍କ କାର୍‌ରେ ଜୟପ୍ରକାଶ ଓ ତାଙ୍କ ୩ ବନ୍ଧୁ ଛାତ୍ରୀଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ହଲିଆରେ ଜୟପ୍ରକାଶଙ୍କ ଭଉଣୀ ରହୁଥିବାବେଳେ ସେ ସେଠାକୁ ଯିବାଆସିବା କରନ୍ତି। ଛାତ୍ରୀଙ୍କ ସହ ତାଙ୍କର ସେଠାରେ ଦେଖାସାକ୍ଷାତ ହୋଇଥାଏ। ସୋମବାର ଜୟପ୍ରକାଶ ସେଠାକୁ ଯାଇ ଛାତ୍ରୀଙ୍କୁ ଫୋନ୍‌କରି ଡାକିବା ସହ ୩ ବନ୍ଧୁଙ୍କ ସହ କାର୍‌ରେ ବଳପୂର୍ବକ ଉଠାଇନେଇ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବଳାତ୍କାର ସହ ପୋକ୍‌ସୋ ଆଇନ ଲଗାଯାଇଥିବା ହଲିଆ ଥାନା ଇନ୍ସପେକ୍ଟର ଦେବିବର ଶୁକ୍ଳା କହିଛନ୍ତି।
ପୀଡ଼ିତାଙ୍କ ବାପା ଏନେଇ ଥାନାରେ ୪ ଅଭିଯୁକ୍ତ ଜୟପ୍ରକାଶ, ଲଭ୍‌ କୁମାର ପାଲ୍‌, ଗଣେଶ ପ୍ରସାଦ ଓ ସିଆର୍‌ପିଏଫ୍‌ କନ୍‌ଷ୍ଟେବଳ ମହେନ୍ଦ୍ର କୁମାର ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୀଡ଼ିତା ଓ ୪ ଅଭିଯୁକ୍ତଙ୍କୁ ଜେରା କରାଯାଇ ପରେ ଡାକ୍ତରୀମାଇନା ଲାଗି ପଠାଯାଇଥିଲା। ଏ ସମ୍ପର୍କରେ ତଦନ୍ତ ଜାରି ରହିଥିବା ମିର୍ଜାପୁର ଏସ୍‌ପି ଧର୍ମବୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri