ପୋତି ହୋଇ ଚିଲିକା ସଙ୍କୁଚିତ

ବାଲୁଗାଁ,୧୦।୬(ଡି.ଏନ୍‌.ଏ.) : ଚିଲିକା ହ୍ରଦ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସିଡିଏର ବୈମାତୃକ ମନୋଭାବ ଯୋଗୁଁ ବର୍ତ୍ତମାନ ଏହି ହ୍ରଦଟି କ୍ରମେ ପୋତି ହେବାରେ ଲାଗିଛି। ବିଶେଷକରି ଶୀତଋତୁରେ ବିଦେଶରୁ ଲକ୍ଷ ଲକ୍ଷ ପକ୍ଷୀଙ୍କ ଆଗମନରେ ଚିଲିକାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ଏହାକୁ ଉପଭୋଗ କରିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ତେବେ କ୍ରମଶଃ ବିଭିନ୍ନ କାରଣ ନେଇ ଏହାର ଆୟତନ ହ୍ରାସ ପାଇବା ହେତୁ ଚିଲିକାଟି ଶ୍ରୀହୀନ ହେବାରେ ଲାଗିଛି।
ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର ପ୍ରାୟ ୧୪୫ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଚିଲିକା ଉପରେ ଆମତ୍ନିର୍ଭରଶୀଳ। ଦୈନିକ ମତ୍ସ୍ୟଜୀବୀ ଚିଲିକାରେ ମାଛ ମାରି ନିଜର ଭରଣପୋଷଣ କରିଥାନ୍ତି। ହେଲେ ଚିଲିକା ଦାୟିତ୍ୱରେ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଓ ପ୍ରଶାସନର ଉଦାସୀନତା ଏବଂ ଚିଲିକା ନଳଘାସ ସହ ଅନ୍ୟାନ୍ୟ କାରଣ ଯୋଗୁଁ ପୋତି ହୋଇ ଯାଉଥିବା ଦେଖାଦେଇଛି। ବିଗତ ବର୍ଷରେ ଚିଲିକାର ଆୟତନ ପ୍ରାୟ ୨୦୦୦ ବର୍ଗ କି.ମି ଥିବା ସ୍ଥଳେ ଏବେ କିନ୍ତୁ ନଳଘାସ, ନଦୀ ପାଣିର ପଟୁମାଟି ଓ ବିଭିନ୍ନ ଅଳିଆ ଆବର୍ଜନା ଯୋଗୁଁ ଏହା କାଳକ୍ରମେ ପୋତିହୋଇ ୧୧୬୫ ବର୍ଗ କି.ମି.ରେ ପହଞ୍ଚିଛି। ବର୍ଷା ଦିନେ ଚିଲିକା ମଧ୍ୟକୁ ଶାଳିଆ, ମଲାଗୁଣି, କଂସାରି, ଦୟା, ଭାର୍ଗବୀ, ଖଇଗଁା ବନ୍ଧ ପ୍ରଭୃତି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ନଦୀ ଚିଲିକା ସହ ସଂଯୋଗ ଥିବାରୁ ବଢ଼ିପାଣି ସହ ପଟୁମାଟି ଏବଂ ଅଳିଆ ଆବର୍ଜନା ପ୍ରବେଶ କରିବାରୁ ଚିଲିକା ତଟରେ ଜମା ହୋଇ ପୋତି ହେବାରେ ଲାଗିଛି। ଆଉ ମଧ୍ୟ ରାଜଦଳ, ବାଉଁଶ ଘାସ, ନଳଘାସ ଦିନକୁଦିନ ବୃଦ୍ଧି ପାଇବାରେ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ମତ୍ସ୍ୟଜୀବୀଙ୍କ ମାଛ ମାରିବାରେ ବାଧା ଉପୁଜିଛି। ମତ୍ସ୍ୟଜୀବୀମାନେ ଚିଲିକାରେ ମାଛ ନ ପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଚିଲିକାରେ ପ୍ରାୟ ୨୨୫ ପ୍ରଜାତିର ମାଛ, ଚିଙ୍ଗୁଡି, କଙ୍କଡା ଆଦି ଦେଖାଯାଉଥିବା ସ୍ଥଳେ ଏବେ କିନ୍ତୁ ପୋତି ହୋଇ ଯାଉଥିବା ହେତୁ ମାଛ ସଂଖ୍ୟା ହ୍ରାସ ହେଉଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଚିଲିକା ଚତୁଃପାର୍ଶ୍ୱ ତଟାଞ୍ଚଳରେ ଆବର୍ଜନା ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ଫଳରେ ପର୍ଯ୍ୟଟକ ନାକରେ ହାତ ଦେଇ ଚିଲିକା ଭ୍ରମଣରେ ଯିବା ପାଇଁ ବାଧ୍ୟ ହେଉଛନ୍ତି।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଲିକା ଉନ୍ନୟନ ନିମନ୍ତେ କୋଟିି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ପ୍ରକୃତପକ୍ଷେ ଏହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବା ଅଭିଯୋଗ ହୋଇଛି। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତରେ ଚିଲିକା କ୍ରମେ ପର୍ଯ୍ୟଟନ ମାନଚିତ୍ରରୁ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତୁରନ୍ତ ଆଗାମୀ ବର୍ଷାଋତୁ ଆସିବା ପୂର୍ବରୁ ଚିଲିକାର ସୁରକ୍ଷା ଦିଗରେ ପଦକ୍ଷେପ ନେବା ନିମନ୍ତେ ମତ୍ସ୍ୟଜୀବୀ, ପରିବେଶବିତ୍‌, ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ସିଡିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ରାଟ ଗୌଡଙ୍କୁ ପଚାରିବାରୁ ସେ କହିଥିଲେ, ଚିଲିକାର ପରିବେଶ ପ୍ରଦୂଷିତ ଓ ଅବକ୍ଷୟ ନେଇ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଚିଲିକାକୁ ସଂଯୋଗ କରୁଥିବା ବିଭିନ୍ନ ନଦୀ, ନାଳ ଆଦି ସ୍ଥାନରୁ ମାଟି ଓ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପର୍ଯ୍ୟାୟକ୍ରମେ ସମଗ୍ର ଚିଲିକା ଚତୁଃପାର୍ଶ୍ୱ ଅଞ୍ଚଳରେ ଏହି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri