Posted inପୁରୀ

ପୂରଣ ହୋଇନି ଏସ୍‌ଡିଏମ୍‌ଆଇଏସ୍‌ ଡାଟା

ପୁରୀ ଅଫିସ, ୨।୮: ଆରମ୍ଭ ହୋଇଛି ୨୦୧୯-୨୦ ଶିକ୍ଷାବର୍ଷ। ହେଲେ ଏ ପର୍ଯ୍ୟନ୍ତ ପୁରୀ ଜିଲାର ଛାତ୍ରୀ ଛାତ୍ରଙ୍କ ସବିଶେଷ ତଥ୍ୟ ବା ଷ୍ଟୁଡେଣ୍ଟ ଡାଟା ମ୍ୟାନେଜମେଣ୍ଟ ଇନ୍‌ଫରମେଶନ ସିଷ୍ଟମ (ଏସ୍‌ଡିଏମ୍‌ଆଇଏସ୍‌) ତଥ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଫଳରେ ସରକାରୀ ପୋର୍ଟାଲରେ ଏହି ତଥ୍ୟ ପ୍ରଦାନରେ ବିଳମ୍ବ ହେଉଛି। ବର୍ତ୍ତମାନ ଜିଲାର ଆହୁରି ୫ ପ୍ରତିଶତ ସ୍କୁଲ ଏହି ଡାଟା ଦେଇନାହାନ୍ତି। ସେମାନେ ୨/୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା କହିଛନ୍ତି, ଏସ୍‌ଡିଏମ୍‌ଆଇଏସ୍‌ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଏହାଦ୍ୱାରା ପିଲାଙ୍କ ପାଠପଢା ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଥାଏ। ଗୋଟିଏ ବିଦ୍ୟାଳୟରେ କେତେ ପିଲା ଅଛନ୍ତି ତାହାର ତଥ୍ୟ ଥିଲେ ସରକାର ଯଦି ଛାତ୍ରୀଛାତ୍ରଙ୍କ ପାଇଁ କୌଣସି ଯୋଜନା କରନ୍ତି ତେବେ ତାହା କାର୍ଯ୍ୟକାରୀ ପାଇଁ ସହଜ ହୋଇପାରିବ। ଏତଦ୍‌ବ୍ୟତୀତ କେତେ ସଂଖ୍ୟକ ପିଲା ପାଠ ପଢୁଛନ୍ତି ଓ କେତେ ପିଲା ଉଚ୍ଚତର ଶିକ୍ଷାଲାଭ କରିବାକୁ ଆଗକୁ ବଢୁଛନ୍ତି ତାହା ଏଥିରୁ ଜଣାପଡ଼ିିଥାଏ। ଏହି ଡାଟା ପ୍ରତିବର୍ଷ ରଖାଯାଇଥାଏ। ତେବେ ଚଳିତବର୍ଷ ଜୁଲାଇ ୨୦ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ ପାଇଁ ଜିଲାର ସବୁ ସ୍କୁଲକୁ ଚିଠି କରାଯାଇଥିଲା। ହେଲେ ସମୟସୀମା ମଧ୍ୟରେ ବହୁ ସଂଖ୍ୟକ ଘରୋଇ ବିଦ୍ୟାଳୟ ଏହା କରିପାରି ନ ଥିଲେ। ତେଣୁ ପୁନଶ୍ଚ ୬ଦିନ ବଢାଯାଇଥିଲା। ଘରୋଇ ବିଦ୍ୟାଳୟଗୁଡ଼ିକୁ ଲଗ୍‌ ଇନ ପାସ୍‌ୱାର୍ଡ ଦିଆଯାଇ ଏହି ଡାଟା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏହାପରେ ୭୦ପ୍ରତିଶତ ବିଦ୍ୟାଳୟ ଏହା ସମ୍ପୂର୍ଣ୍ଣ କରିଥିଲେ। ଅବଶିଷ୍ଟ ୩୦ ପ୍ରତିଶତ ଘରୋଇ ସ୍କୁଲ ଏହାକୁ ପ୍ରସ୍ତୁତ ନ କରି ବିଭିନ୍ନ ପ୍ରକାର କାରଣ ଦର୍ଶାଇଥିଲେ। ସେମାନେ ସମୟ ଗଡାଇବାରୁ ଜିଲାପାଳଙ୍କ ଦସ୍ତଖତରେ ସମ୍ପୃକ୍ତ ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଯଦି ଆପଣ ନ ଦେବେ, ତେବେ ଏନ୍‌ଓସି ବାତିଲ କରିଦିଆଯିବ ବୋଲି କୁହାଯାଇଥିଲା। ଏହାପରେ ବିଦ୍ୟାଳୟଗୁଡ଼ିକ ତତ୍ପରତା ପ୍ରକାଶ କରି ଏହାକୁ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ବିଦ୍ୟାଳୟ ଏସ୍‌ଡିଏମ୍‌ଆଇଏସ୍‌ ପ୍ରସ୍ତୁତ କରିସାରିଛନ୍ତି। ଆଉ ଯେଉଁ ୫ ପ୍ରତିଶତ ସ୍କୁଲ ରହିଛି ସେମାନେ ୨/୪ ଦିନ ମଧ୍ୟରେ ଶେଷ କରିଦେବେ ବୋଲି କହିଛନ୍ତି। ବିଶେଷକରି ଗୋପ ବ୍ଲକ ଏବଂ ସଦର ବ୍ଲକର ଅଧିକାଂଶ ସ୍କୁଲ ଏହା ଦେଇ ନ ଥିବା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?