Posted inଫୁରସତ

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ କରିବା ପାଇଁ, ଆଉ ପୁରୁଷପ୍ରଧାନ ଏହି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିବା ପାଇଁ। ଶେଷରେ ସେମାନେ ସଫଳ ହୋଇଛନ୍ତି ଓ ସାଜିଛନ୍ତି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ…

ହୋମି ଭାୟରାଓ୍ବାଲା- ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ହେଉଛନ୍ତି ହୋମି ଭାୟରାଓ୍ବାଲା। ସେ ତାଙ୍କର ଛଦ୍ମନାମ ‘ଡାଲଡା୧୩’ରେ ବେଶି ପରିଚିତ ଥିଲେ। ୩୦ଦଶକର ଶେଷବେଳକୁ ସେ ଫଟୋଗ୍ରାଫର ଭାବେ କାମ ଆରମ୍ଭ କରିଥିଲେ। ୧୯୭୦ରେ ଅବସର ନେଇଥିଲେ। ସେ ପଦ୍ମବିଭୂଷଣ ସମ୍ମାନରେ ବି ସମ୍ମାନିତ ହୋଇଥିଲେ। ପ୍ରଥମେ ସେ ମୁମ୍ବାଇର ‘ଦି ଇଲୁଷ୍ଟ୍ରେଟେଡ ଓ୍ବିକଲି ଅଫ୍‌ ଇଣ୍ଡିଆ’ ପତ୍ରିକାରେ କାମ କରି ପ୍ରଶଂସିତ ହୋଇଥିଲେ। ପ୍ରାରମ୍ଭିକ ସମୟରେ ସେ ଉତ୍ତୋଳନ କରୁଥିବା ଫଟୋକୁ ତାଙ୍କ ସ୍ବାମୀଙ୍କ ନାମରେ ପ୍ରକାଶ କରୁଥିଲେ। ଏମିତିକି ତାଙ୍କର ଅଧିକାଂଶ ଫଟୋ ଛଦ୍ମ ନାମରେ ପ୍ରକାଶ ପାଉଥିଲା। ଧୀରେ ଧୀରେ ତାଙ୍କ କାମ ଜାତୀୟ ସ୍ତରରେ ପ୍ରଶଂସିତ ହେଲା। ଆଉ ସେ ସାମ୍‌ନାକୁ ଆସିଲେ। ଭାୟରାଓ୍ବାଲା ବହୁ ବଡ଼ ବଡ଼ ରାଜନେତା ଯେମିତିକି, ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନାଙ୍କ ଫଟୋ ଉତ୍ତୋଳନ କରିଛନ୍ତି। ଗୁଗୁଲ ତାଙ୍କ ୧୦୪ତମ ଜନ୍ମଦିବସ ଅବସରରେ ‘ଫାଷ୍ଟ ଲେଡି ଅଫ୍‌ ଦି ଲେନ୍ସ’ଭାବେ ଡୁଡଲ୍‌ କରି ସମ୍ମାନିତ କରିଥିଲା।
ଦୟନିତା ସିଂ- ୧୯୬୧ ମସିହାରେ ଦୟନିତାଙ୍କ ଜନ୍ମ। ତାଙ୍କ ଦ୍ୱାରା ଉତ୍ତୋଳିତ ଫଟୋରେ ଥାଏ ଅନେକ କାହାଣୀ। ସେ ବିଶେଷକରି ଫଟୋସବୁକୁ ପୁସ୍ତକ କରି ପ୍ରକାଶ କରନ୍ତି। ଏହାମଧ୍ୟରେ ସେ ୧୨ଟି ଫଟୋ ସଂକଳିତ ପୁସ୍ତକ ପ୍ରକାଶ କରିସାରିଛନ୍ତି। ସେହି ପୁସ୍ତକରେ ସେ ଫଟୋ ସହ ଜଡିତ ଘଟଣାବଳୀକୁ ବେଶ୍‌ ଜୀବନ୍ତଭାବେ ବର୍ଣ୍ଣନା କରିଥାଆନ୍ତି। ୨୦୦୮ରେ ସେ ‘ପ୍ରିନ୍ସ କ୍ଲଜ୍‌’ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେକି ଲଣ୍ଡନର ହଓ୍ବୋର୍ଡ ଗ୍ୟାଲେରିରେ ସୋଲୋ ଶୋ’ କରିବାର ସୁଯୋଗ ପାଇଥିଲେ।

ପାମେଲା ବୋର୍ଡେସ୍‌- ପାମେଲାଙ୍କ ଜନ୍ମ ୧୯୬୧ରେ। ସେ ପୂର୍ବତନ ମିସ୍‌ ଇଣ୍ଡିଆ ସହ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର୍‌ ବି। ଫଟୋଗ୍ରାଫିରେ ଆଗ୍ରହ ଥିବାରୁ ସେ ଫଟୋ ଜର୍ନାଲିଜମ୍‌କୁ କ୍ୟାରିୟର୍‌ଭାବେ ଗ୍ରହଣ କରିଥିଲେ। ଦୀର୍ଘ ୨୦ ବର୍ଷ ସେ ଫଟୋଗ୍ରାଫି କରିଥିଲେ।

ସୁନି ତାରାପୋରଓ୍ବାଲା- ୧୯୫୭ରେ ଜନ୍ମିତ ସୁନି ଏକାଧାରରେ ଜଣେ ସ୍କ୍ରିନ୍‌ରାଇଟର୍‌, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଜଣେ ଚମତ୍କାର ଫଟୋଗ୍ରାଫର୍‌। ଫଟୋଗ୍ରାଫର ରଘୁବୀର ସିଂଙ୍କ ପରାମର୍ଶ କ୍ରମେ ସେ ତାଙ୍କ ‘ପାର୍ସୀ କମ୍ୟୁନିଟି’ ନାମକ ପୁସ୍ତକରେ କାମ କରିଥିଲେ। ପାର୍ସୀ ପରିବାର ଉପରେ ଉଠାଇଥିବା ଫଟୋସବୁ ସେଥିରେ ସ୍ଥାନିତ ହୋଇଥିଲା। ତାଙ୍କ ଫଟୋସବୁ ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌ ଏମିତିକି ଲଣ୍ଡନର ଟାଟେ ମଡର୍ନ ଗ୍ୟାଲେରିରେ ପ୍ରଦର୍ଶିତ ହୋଇଛି। ତାଙ୍କର ‘ଏ କଫି ଟେବୁଲ’ ଫଟୋଗ୍ରାଫି ପୁସ୍ତକ ବହୁପ୍ରଶଂସିତ ହୋଇଥିଲା। ୨୦୧୪ରେ ସେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

ରଥିକା ରାମାସାମୀ- ରଥିକା ହେଉଛନ୍ତି ଜଣେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌। ଚେନ୍ନାଇର ଛୋଟ ସହର ଭେଙ୍କଟାଚଲପୁରମ୍‌ରେ ତାଙ୍କ ଘର। ପ୍ରଥମେ ସଫ୍ଟଓ୍ବେର ଇଞ୍ଜିନିୟର୍‌ଭାବେ କାମ କରୁଥିଲେ ରଥିକା। ଉପହାରସ୍ବରୂପ ପାଇଥିବା ଏକ କ୍ୟାମେରା ତାଙ୍କ ଜୀବନ ବଦଳାଇ ଦେଇଥିଲା। ଆଉ ସେ ଫଟୋଗ୍ରାଫି ଆଡକୁ ଆକୃଷ୍ଟ ହୋଇଥିଲେ। ପକ୍ଷୀମାନଙ୍କ ଫଟୋ ଉଠାଇବାରେ ତାଙ୍କର ବେଶ୍‌ ରୁଚି ରହିଛି।

ବସୁଧା ଚକ୍ରବର୍ତ୍ତୀ- ବସୁଧା ହେଉଛନ୍ତି ଜଣେ ପ୍ରସିଦ୍ଧ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌। ସେ ନୀଳଗିରି ଜଙ୍ଗଲରେ ତିନିବର୍ଷ ରହି ପ୍ରକୃତିର ସୁନ୍ଦର ଦୃଶ୍ୟସବୁକୁ ନିଜ ଲେନ୍ସରେ ଆବଦ୍ଧ କରିଛନ୍ତି। ସେ କିଛି ସିନେମାଟୋଗ୍ରାଫରଙ୍କ ସହ ବି କାମ କରିଛନ୍ତି। ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ବସୁଧା ବନ୍ୟଜୀବଜନ୍ତୁଙ୍କ ଫଟୋ ଉତ୍ତୋଳନ କରିଥାଆନ୍ତି।

ଅନୁଷ୍କା ମେନନ୍‌- ଅନୁଷ୍କା ହେଉଛନ୍ତି ଦିଲ୍ଲୀର ଜଣେ ଯୁବ ପ୍ରତିଭାବାନ ଫ୍ୟାଶନ୍‌ ଫଟୋଗ୍ରାଫର୍‌। ତାଙ୍କ ଫ୍ୟାଶନ୍‌ ଫଟୋଗ୍ରାଫିରେ ପାରମ୍ପରିକତାର ଝଲକ ଦେଖିବାକୁ ମିଳିଥାଏ। ସେ ବହୁ ବଡ଼ ବଡ଼ ସେଲିବ୍ରିଟି ଯେମିତିକି- ଗାବ୍ରିଏଲ ରିଟ୍‌, ଶହରୁଖ ଖାଁ, ମ୍ୟୁଜିସିଆନ୍‌ ଅନୁଷ୍କା ଶଙ୍କର ଆଦିଙ୍କ ସହ କାମ କରିଛନ୍ତି। ସେହିଭଳି ରେନିକା କନ୍ଧାରୀ, ହର୍ସିନ ଜମ୍ମୁ, ସଂଯୁକ୍ତା ବାସୁ ଓ ନୈନା ରେଧୁ ବି ଫଟୋଗ୍ରାଫି କ୍ଷେତ୍ରରେ ନାଁ କମେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri