Posted inଫୁରସତ

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ କରିବା ପାଇଁ, ଆଉ ପୁରୁଷପ୍ରଧାନ ଏହି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିବା ପାଇଁ। ଶେଷରେ ସେମାନେ ସଫଳ ହୋଇଛନ୍ତି ଓ ସାଜିଛନ୍ତି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ…

ହୋମି ଭାୟରାଓ୍ବାଲା- ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ହେଉଛନ୍ତି ହୋମି ଭାୟରାଓ୍ବାଲା। ସେ ତାଙ୍କର ଛଦ୍ମନାମ ‘ଡାଲଡା୧୩’ରେ ବେଶି ପରିଚିତ ଥିଲେ। ୩୦ଦଶକର ଶେଷବେଳକୁ ସେ ଫଟୋଗ୍ରାଫର ଭାବେ କାମ ଆରମ୍ଭ କରିଥିଲେ। ୧୯୭୦ରେ ଅବସର ନେଇଥିଲେ। ସେ ପଦ୍ମବିଭୂଷଣ ସମ୍ମାନରେ ବି ସମ୍ମାନିତ ହୋଇଥିଲେ। ପ୍ରଥମେ ସେ ମୁମ୍ବାଇର ‘ଦି ଇଲୁଷ୍ଟ୍ରେଟେଡ ଓ୍ବିକଲି ଅଫ୍‌ ଇଣ୍ଡିଆ’ ପତ୍ରିକାରେ କାମ କରି ପ୍ରଶଂସିତ ହୋଇଥିଲେ। ପ୍ରାରମ୍ଭିକ ସମୟରେ ସେ ଉତ୍ତୋଳନ କରୁଥିବା ଫଟୋକୁ ତାଙ୍କ ସ୍ବାମୀଙ୍କ ନାମରେ ପ୍ରକାଶ କରୁଥିଲେ। ଏମିତିକି ତାଙ୍କର ଅଧିକାଂଶ ଫଟୋ ଛଦ୍ମ ନାମରେ ପ୍ରକାଶ ପାଉଥିଲା। ଧୀରେ ଧୀରେ ତାଙ୍କ କାମ ଜାତୀୟ ସ୍ତରରେ ପ୍ରଶଂସିତ ହେଲା। ଆଉ ସେ ସାମ୍‌ନାକୁ ଆସିଲେ। ଭାୟରାଓ୍ବାଲା ବହୁ ବଡ଼ ବଡ଼ ରାଜନେତା ଯେମିତିକି, ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନାଙ୍କ ଫଟୋ ଉତ୍ତୋଳନ କରିଛନ୍ତି। ଗୁଗୁଲ ତାଙ୍କ ୧୦୪ତମ ଜନ୍ମଦିବସ ଅବସରରେ ‘ଫାଷ୍ଟ ଲେଡି ଅଫ୍‌ ଦି ଲେନ୍ସ’ଭାବେ ଡୁଡଲ୍‌ କରି ସମ୍ମାନିତ କରିଥିଲା।
ଦୟନିତା ସିଂ- ୧୯୬୧ ମସିହାରେ ଦୟନିତାଙ୍କ ଜନ୍ମ। ତାଙ୍କ ଦ୍ୱାରା ଉତ୍ତୋଳିତ ଫଟୋରେ ଥାଏ ଅନେକ କାହାଣୀ। ସେ ବିଶେଷକରି ଫଟୋସବୁକୁ ପୁସ୍ତକ କରି ପ୍ରକାଶ କରନ୍ତି। ଏହାମଧ୍ୟରେ ସେ ୧୨ଟି ଫଟୋ ସଂକଳିତ ପୁସ୍ତକ ପ୍ରକାଶ କରିସାରିଛନ୍ତି। ସେହି ପୁସ୍ତକରେ ସେ ଫଟୋ ସହ ଜଡିତ ଘଟଣାବଳୀକୁ ବେଶ୍‌ ଜୀବନ୍ତଭାବେ ବର୍ଣ୍ଣନା କରିଥାଆନ୍ତି। ୨୦୦୮ରେ ସେ ‘ପ୍ରିନ୍ସ କ୍ଲଜ୍‌’ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେକି ଲଣ୍ଡନର ହଓ୍ବୋର୍ଡ ଗ୍ୟାଲେରିରେ ସୋଲୋ ଶୋ’ କରିବାର ସୁଯୋଗ ପାଇଥିଲେ।

ପାମେଲା ବୋର୍ଡେସ୍‌- ପାମେଲାଙ୍କ ଜନ୍ମ ୧୯୬୧ରେ। ସେ ପୂର୍ବତନ ମିସ୍‌ ଇଣ୍ଡିଆ ସହ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର୍‌ ବି। ଫଟୋଗ୍ରାଫିରେ ଆଗ୍ରହ ଥିବାରୁ ସେ ଫଟୋ ଜର୍ନାଲିଜମ୍‌କୁ କ୍ୟାରିୟର୍‌ଭାବେ ଗ୍ରହଣ କରିଥିଲେ। ଦୀର୍ଘ ୨୦ ବର୍ଷ ସେ ଫଟୋଗ୍ରାଫି କରିଥିଲେ।

ସୁନି ତାରାପୋରଓ୍ବାଲା- ୧୯୫୭ରେ ଜନ୍ମିତ ସୁନି ଏକାଧାରରେ ଜଣେ ସ୍କ୍ରିନ୍‌ରାଇଟର୍‌, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଜଣେ ଚମତ୍କାର ଫଟୋଗ୍ରାଫର୍‌। ଫଟୋଗ୍ରାଫର ରଘୁବୀର ସିଂଙ୍କ ପରାମର୍ଶ କ୍ରମେ ସେ ତାଙ୍କ ‘ପାର୍ସୀ କମ୍ୟୁନିଟି’ ନାମକ ପୁସ୍ତକରେ କାମ କରିଥିଲେ। ପାର୍ସୀ ପରିବାର ଉପରେ ଉଠାଇଥିବା ଫଟୋସବୁ ସେଥିରେ ସ୍ଥାନିତ ହୋଇଥିଲା। ତାଙ୍କ ଫଟୋସବୁ ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌ ଏମିତିକି ଲଣ୍ଡନର ଟାଟେ ମଡର୍ନ ଗ୍ୟାଲେରିରେ ପ୍ରଦର୍ଶିତ ହୋଇଛି। ତାଙ୍କର ‘ଏ କଫି ଟେବୁଲ’ ଫଟୋଗ୍ରାଫି ପୁସ୍ତକ ବହୁପ୍ରଶଂସିତ ହୋଇଥିଲା। ୨୦୧୪ରେ ସେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

ରଥିକା ରାମାସାମୀ- ରଥିକା ହେଉଛନ୍ତି ଜଣେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌। ଚେନ୍ନାଇର ଛୋଟ ସହର ଭେଙ୍କଟାଚଲପୁରମ୍‌ରେ ତାଙ୍କ ଘର। ପ୍ରଥମେ ସଫ୍ଟଓ୍ବେର ଇଞ୍ଜିନିୟର୍‌ଭାବେ କାମ କରୁଥିଲେ ରଥିକା। ଉପହାରସ୍ବରୂପ ପାଇଥିବା ଏକ କ୍ୟାମେରା ତାଙ୍କ ଜୀବନ ବଦଳାଇ ଦେଇଥିଲା। ଆଉ ସେ ଫଟୋଗ୍ରାଫି ଆଡକୁ ଆକୃଷ୍ଟ ହୋଇଥିଲେ। ପକ୍ଷୀମାନଙ୍କ ଫଟୋ ଉଠାଇବାରେ ତାଙ୍କର ବେଶ୍‌ ରୁଚି ରହିଛି।

ବସୁଧା ଚକ୍ରବର୍ତ୍ତୀ- ବସୁଧା ହେଉଛନ୍ତି ଜଣେ ପ୍ରସିଦ୍ଧ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର୍‌। ସେ ନୀଳଗିରି ଜଙ୍ଗଲରେ ତିନିବର୍ଷ ରହି ପ୍ରକୃତିର ସୁନ୍ଦର ଦୃଶ୍ୟସବୁକୁ ନିଜ ଲେନ୍ସରେ ଆବଦ୍ଧ କରିଛନ୍ତି। ସେ କିଛି ସିନେମାଟୋଗ୍ରାଫରଙ୍କ ସହ ବି କାମ କରିଛନ୍ତି। ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ବସୁଧା ବନ୍ୟଜୀବଜନ୍ତୁଙ୍କ ଫଟୋ ଉତ୍ତୋଳନ କରିଥାଆନ୍ତି।

ଅନୁଷ୍କା ମେନନ୍‌- ଅନୁଷ୍କା ହେଉଛନ୍ତି ଦିଲ୍ଲୀର ଜଣେ ଯୁବ ପ୍ରତିଭାବାନ ଫ୍ୟାଶନ୍‌ ଫଟୋଗ୍ରାଫର୍‌। ତାଙ୍କ ଫ୍ୟାଶନ୍‌ ଫଟୋଗ୍ରାଫିରେ ପାରମ୍ପରିକତାର ଝଲକ ଦେଖିବାକୁ ମିଳିଥାଏ। ସେ ବହୁ ବଡ଼ ବଡ଼ ସେଲିବ୍ରିଟି ଯେମିତିକି- ଗାବ୍ରିଏଲ ରିଟ୍‌, ଶହରୁଖ ଖାଁ, ମ୍ୟୁଜିସିଆନ୍‌ ଅନୁଷ୍କା ଶଙ୍କର ଆଦିଙ୍କ ସହ କାମ କରିଛନ୍ତି। ସେହିଭଳି ରେନିକା କନ୍ଧାରୀ, ହର୍ସିନ ଜମ୍ମୁ, ସଂଯୁକ୍ତା ବାସୁ ଓ ନୈନା ରେଧୁ ବି ଫଟୋଗ୍ରାଫି କ୍ଷେତ୍ରରେ ନାଁ କମେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri