Posted inଜାତୀୟ

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଭାରତରୁ ସାଉଦିଆରବ ହଜ୍‌ଯାତ୍ରାରେ ଅଧିକାଂଶ ମହିଳା, ପୁରୁଷଙ୍କ ବିନା ସେଠାକୁ ଯାଇଥାନ୍ତି। ସେଥିମଧ୍ୟରୁ ୮୬ ପ୍ରତିଶତ ମହିଳା ହେଉଛନ୍ତି କେରଳର। ଏକୁଟିଆ ଯାଉଥିବା ୨୩୪୦ ମହିଳାଙ୍କ ଠାରୁ ୨୦୧୧ ମହିଳା ହେଉଛନ୍ତି କେବଳ କେରଳର। ଚଳିତ ଥର ହଜ୍‌ରେ ଯିବା ପାଇଁ କେରଳରେ ପୁରୁଷଙ୍କ ଅପେକ୍ଷା ବେଶୀ ମହିଳା ଆବେଦନ କରିଥିବା ଜଣାପଡ଼ିଛି। କେରଳରୁ ପ୍ରାୟ ୧୧ହଜାରୁ ଊର୍ଦ୍ଧ୍ୱ ଯାତ୍ରୀ ହଜ୍‌କୁ ଯାଉଥିବା ବେଳେ ସେଥିରୁ ୬୯୫୯ ମହିଳା ଓ ୪୫୧୩ ପୁରୁଷ ରହିଛନ୍ତି। ଗତବର୍ଷ ସରକାର ନିୟମରେ ପରିବର୍ତ୍ତନ କରି ୪୫ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ବିନା କୌଣସି ପୁରୁଷ ସାଥୀଙ୍କ ସହ ସେଠାକୁ ଯାଇପାରିବେ ବୋଲି ମଞ୍ଜୁରୀ ଦେଇଥିଲେ। ତେବେ ଏହାର ପୂରା ଲାଭ କେରଳର ମହିଳାମାନେ ଉଠାଇଛନ୍ତି। ଗତବର୍ଷ ମଧ୍ୟ ଏକୁଟିଆ ଯାଇଥିବା ୧୩୪୦ ମହିଳାଙ୍କ ଠାରୁ ୧୧୨୪ ମହିଳା କେବଳ କେରଳରେ ଥିଲେ। ଚଳିତ ଥର ଉତ୍ତରପ୍ରଦେଶରୁ ୯୯ ଓ ପଶ୍ଚିମ ଭାରତରୁ କେବଳ ୩୯ ମହିଳା ଏକୁଟିଆ ହଜ୍‌କୁ ଯିବେ। ସେହିପରି ତାମିଲନାଡୁର ୩୭, ମହାରାଷ୍ଟ୍ର ୩୧, ରାଜସ୍ଥାନରୁ ୨୬ ଓ କର୍ନାଟକରୁ ୨୩ ମହିଳା ରହିଛନ୍ତି। ଅପରପକ୍ଷରେ ଦିଲ୍ଲୀରୁ ୧୨, ବିହାରରୁ ୯, ଆସାମରୁ ୮, ଝାଡ଼ଖଣ୍ଡରୁ ୫ ଓ ଛତିଶଗଡ଼ରୁ ୪ ମହିଳା ଏଥର ଏକୁଟିଆ ହଜ୍‌ଯାତ୍ରା କରିବେ ବୋଲି ସର୍ଭେରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?