ପୁରୁଣା ହସ୍ତଶିଳ୍ପ ଉଜ୍ଜୀବିତ ପାଇଁ ଗୁରୁତ୍ୱନିଖିଳ ଉକତ୍ଳ କଂସାରି ସମାଜର ୪୭ ତମ ଅଧିବେଶନ ଉଦ୍‌ଯାପିତ

ଖଣ୍ଡପଡା,୧୧।୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ କଲ୍ୟାଣ ମଣ୍ଡପଠାରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନିଖିଳ ଉକତ୍ଳ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ୪୭ ତମ ବାର୍ଷିକ ଅଧିବେଶନ ତଥା ରାଜ୍ୟସ୍ତରୀୟ ସାଙ୍ଗଠନିକ ଆଲୋଚନା ସଭା ସୋମବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟଅତିଥି, ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟବକ୍ତା ଓ ରାଜ୍ୟ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଂସା ପିତ୍ତଳ ବାସନ ଶିଳ୍ପକୁ ଉଜ୍ଜୀବିତ ରଖିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ଅଧିବେଶନରେ ସଭାପତି ଅଖିଳ କୁମାର ମହାରଣା ଅଧ୍ୟକ୍ଷତା କରିଥିଲେ।
ପିତ୍ତଳ ବାସନ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚା ମାଲର ଅଭାବ, ବଜାର ଚାହିଦା ଓ ନୂତନ ବୈଷୟିକ ଜ୍ଞାନକୌଶଳର ଅଭାବ ମୁଖ୍ୟ ପ୍ରତିବନ୍ଧକ ସାଜିଛି ା ଫଳରେ ଏ ହସ୍ତଶିଳ୍ପକୁ ବୃତ୍ତି ଭାବେ ଆଦରି ନେଇଥିବା କାରିଗରମାନେ ଜୀବନ ଜୀବିକା ହରାଇ ଅନ୍ୟ ବୃତ୍ତି ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ବିଶେଷ କରି ବାହାର ରାଜ୍ୟରେ ମେଶିନ ଦ୍ୱାରା ପ୍ରସ୍ତୁତ ହାଲକା ସାମଗ୍ରୀର ବଜାର ଚାହିଦା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଥିବା କଂସା ପିତ୍ତଳ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଓଜନିଆ ସାମଗ୍ରୀକୁ ଗ୍ରାହକମାନେ ପସନ୍ଦ କରୁ ନାହାନ୍ତି । ଯଦି କାରିଗରମାନଙ୍କୁ ନୂତନ ଜ୍ଞାନକୌଶଳରେ ସାମଗ୍ରୀ ତିଆରି ପାଇଁ ତାଲିମ ଦିଆ ଯାଆନ୍ତା ତେବେ କାରିଗରମାନେ ଏହି ବୃତ୍ତି ପାଇଁ ଆକୃଷ୍ଟ ହୋଇ ପାରନ୍ତେ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି କଂସାରି ସମାଜର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ କାରିଗରମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ନୟାଗଡ ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ ଚିତ୍ତରଞ୍ଜନ ମିଶ୍ର ଓ ନୟାଗଡ ନାବାର୍ଡ ପରିଚାଳକ ଜୟନ୍ତ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଂସାରି କାରିଗରମାନଙ୍କ ଭତ୍ତା ପ୍ରଦାନ ପାଇଁ ଚିହ୍ନଟ ପ୍ରକ୍ରିୟା କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ା ଅନୁଷ୍ଠାନର ସମ୍ପାଦକ ଶ୍ରୀପତି ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ଶରତ ଚନ୍ଦ୍ର ମହାରଣା ଓ ବିଶିଷ୍ଟ କାରିଗର ତଥା ପୂର୍ବତନ ସମ୍ପାଦକ ଦଣ୍ଡପାଣି ସାହୁ, ଭୁବନେଶ୍ୱର କଂସାରି ସମାଜ ଉନ୍ନୟନ ପରିଷଦର ସମ୍ପାଦକ ସୁଦର୍ଶନ ମହାପାତ୍ର କାରିଗରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୋମବାର ଅଧିବେଶନରେ କଂସାରି ଜାତିର ଅଧ୍ୟୟନରତ ବିଭିନ୍ନ ଅଞ୍ଚଳର ୧୦ ଜଣ ଛାତ୍ରୀଛାତ୍ରଙ୍କୁ ମହାସଭା ପକ୍ଷରୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ଉକ୍ତ ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ପୁରୀ, କଟକ, ଫୁଲବାଣୀ ଅଞ୍ଚଳରୁ ୨ଶହରୁ ଊର୍ଦ୍ଧ୍ୱ କାରିଗରମାନଙ୍କ ପ୍ରତିନିଧି ଯୋଗଦେଇଥିଲେ । ଆସନ୍ତା ଦୁଇ ବର୍ଷ ପାଇଁ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ସଭାପତି ଭାବେ ଚତୁର୍ଭୁଜ ମହାରଣା, ଉପ ସଭାପତି କାନପୁରର ସରୋଜ କୁମାର ମହାରଣା, ସମ୍ପାଦକ ସୁନୀଲ କୁମାର ମହାପାତ୍ର, ସହକାରୀ ସମ୍ପାଦକ ମାୟାଧର ସାହୁ ଓ କୋଷାଧ୍ୟକ୍ଷ ଭାବେ ରାଜ କିଶୋର ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଉଦ୍‌ଯାପନୀ ଦିବସ ଅବସରରେ କଣ୍ଠ ଶିଳ୍ପୀ ପ୍ରାଣକୃଷ୍ଣ ମହାରଣା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭାପତି ମହାରଣା କଂସାରି ସମାଜ ଜାତିର ପତାକା ଅବତରଣ କରିଥିଲେ ା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ମହାଦେବ ମହାରଣା, ଦଣ୍ଡପାଣି ସାହୁ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାରଣା, ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, ସହ ସମ୍ପାଦକ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ପୁରୀସ୍ଥିତ ଜଗନ୍ନାଥ ଆଶ୍ରମର ପ୍ରତିଷ୍ଠାତା ଡ. ସ୍ବାମୀ ନାରାୟଣ ନନ୍ଦଜୀ ମହାରାଜା ଧନ୍ୟବାଦ ପ୍ରଦାନ କରିବା ସହ କଂସା ଓ ପିତ୍ତଳ ସାମଗ୍ରୀରେ ଖାଦ୍ୟ ପରିବେଷଣ କରିବା ଓ ଖାଇବାରେ ଯେଉଁ ଔଷଧୀୟ ପ୍ରକ୍ରିୟା ରହିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?