ପୁରୁଣା ହସ୍ତଶିଳ୍ପ ଉଜ୍ଜୀବିତ ପାଇଁ ଗୁରୁତ୍ୱନିଖିଳ ଉକତ୍ଳ କଂସାରି ସମାଜର ୪୭ ତମ ଅଧିବେଶନ ଉଦ୍‌ଯାପିତ

ଖଣ୍ଡପଡା,୧୧।୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ କଲ୍ୟାଣ ମଣ୍ଡପଠାରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନିଖିଳ ଉକତ୍ଳ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ୪୭ ତମ ବାର୍ଷିକ ଅଧିବେଶନ ତଥା ରାଜ୍ୟସ୍ତରୀୟ ସାଙ୍ଗଠନିକ ଆଲୋଚନା ସଭା ସୋମବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟଅତିଥି, ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟବକ୍ତା ଓ ରାଜ୍ୟ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଂସା ପିତ୍ତଳ ବାସନ ଶିଳ୍ପକୁ ଉଜ୍ଜୀବିତ ରଖିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ଅଧିବେଶନରେ ସଭାପତି ଅଖିଳ କୁମାର ମହାରଣା ଅଧ୍ୟକ୍ଷତା କରିଥିଲେ।
ପିତ୍ତଳ ବାସନ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚା ମାଲର ଅଭାବ, ବଜାର ଚାହିଦା ଓ ନୂତନ ବୈଷୟିକ ଜ୍ଞାନକୌଶଳର ଅଭାବ ମୁଖ୍ୟ ପ୍ରତିବନ୍ଧକ ସାଜିଛି ା ଫଳରେ ଏ ହସ୍ତଶିଳ୍ପକୁ ବୃତ୍ତି ଭାବେ ଆଦରି ନେଇଥିବା କାରିଗରମାନେ ଜୀବନ ଜୀବିକା ହରାଇ ଅନ୍ୟ ବୃତ୍ତି ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ବିଶେଷ କରି ବାହାର ରାଜ୍ୟରେ ମେଶିନ ଦ୍ୱାରା ପ୍ରସ୍ତୁତ ହାଲକା ସାମଗ୍ରୀର ବଜାର ଚାହିଦା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଥିବା କଂସା ପିତ୍ତଳ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଓଜନିଆ ସାମଗ୍ରୀକୁ ଗ୍ରାହକମାନେ ପସନ୍ଦ କରୁ ନାହାନ୍ତି । ଯଦି କାରିଗରମାନଙ୍କୁ ନୂତନ ଜ୍ଞାନକୌଶଳରେ ସାମଗ୍ରୀ ତିଆରି ପାଇଁ ତାଲିମ ଦିଆ ଯାଆନ୍ତା ତେବେ କାରିଗରମାନେ ଏହି ବୃତ୍ତି ପାଇଁ ଆକୃଷ୍ଟ ହୋଇ ପାରନ୍ତେ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି କଂସାରି ସମାଜର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ କାରିଗରମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ନୟାଗଡ ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ ଚିତ୍ତରଞ୍ଜନ ମିଶ୍ର ଓ ନୟାଗଡ ନାବାର୍ଡ ପରିଚାଳକ ଜୟନ୍ତ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଂସାରି କାରିଗରମାନଙ୍କ ଭତ୍ତା ପ୍ରଦାନ ପାଇଁ ଚିହ୍ନଟ ପ୍ରକ୍ରିୟା କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ା ଅନୁଷ୍ଠାନର ସମ୍ପାଦକ ଶ୍ରୀପତି ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ଶରତ ଚନ୍ଦ୍ର ମହାରଣା ଓ ବିଶିଷ୍ଟ କାରିଗର ତଥା ପୂର୍ବତନ ସମ୍ପାଦକ ଦଣ୍ଡପାଣି ସାହୁ, ଭୁବନେଶ୍ୱର କଂସାରି ସମାଜ ଉନ୍ନୟନ ପରିଷଦର ସମ୍ପାଦକ ସୁଦର୍ଶନ ମହାପାତ୍ର କାରିଗରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୋମବାର ଅଧିବେଶନରେ କଂସାରି ଜାତିର ଅଧ୍ୟୟନରତ ବିଭିନ୍ନ ଅଞ୍ଚଳର ୧୦ ଜଣ ଛାତ୍ରୀଛାତ୍ରଙ୍କୁ ମହାସଭା ପକ୍ଷରୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ଉକ୍ତ ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ପୁରୀ, କଟକ, ଫୁଲବାଣୀ ଅଞ୍ଚଳରୁ ୨ଶହରୁ ଊର୍ଦ୍ଧ୍ୱ କାରିଗରମାନଙ୍କ ପ୍ରତିନିଧି ଯୋଗଦେଇଥିଲେ । ଆସନ୍ତା ଦୁଇ ବର୍ଷ ପାଇଁ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ସଭାପତି ଭାବେ ଚତୁର୍ଭୁଜ ମହାରଣା, ଉପ ସଭାପତି କାନପୁରର ସରୋଜ କୁମାର ମହାରଣା, ସମ୍ପାଦକ ସୁନୀଲ କୁମାର ମହାପାତ୍ର, ସହକାରୀ ସମ୍ପାଦକ ମାୟାଧର ସାହୁ ଓ କୋଷାଧ୍ୟକ୍ଷ ଭାବେ ରାଜ କିଶୋର ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଉଦ୍‌ଯାପନୀ ଦିବସ ଅବସରରେ କଣ୍ଠ ଶିଳ୍ପୀ ପ୍ରାଣକୃଷ୍ଣ ମହାରଣା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭାପତି ମହାରଣା କଂସାରି ସମାଜ ଜାତିର ପତାକା ଅବତରଣ କରିଥିଲେ ା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ମହାଦେବ ମହାରଣା, ଦଣ୍ଡପାଣି ସାହୁ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାରଣା, ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, ସହ ସମ୍ପାଦକ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ପୁରୀସ୍ଥିତ ଜଗନ୍ନାଥ ଆଶ୍ରମର ପ୍ରତିଷ୍ଠାତା ଡ. ସ୍ବାମୀ ନାରାୟଣ ନନ୍ଦଜୀ ମହାରାଜା ଧନ୍ୟବାଦ ପ୍ରଦାନ କରିବା ସହ କଂସା ଓ ପିତ୍ତଳ ସାମଗ୍ରୀରେ ଖାଦ୍ୟ ପରିବେଷଣ କରିବା ଓ ଖାଇବାରେ ଯେଉଁ ଔଷଧୀୟ ପ୍ରକ୍ରିୟା ରହିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ...

ଭାଜପା ପ୍ରାର୍ଥୀ ଚୟନକୁ ନେଇ ବିବାଦ

ନୟାଗଡ଼, ୭।୪(ଲୋକନାଥ ମିଶ୍ର) ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ରାଘବ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଦଳର କେତେଜଣ ନେତା ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri