ପୁରୁଣା ଅଞ୍ଚଳକୁ ରାସ୍ତା ନିର୍ମାଣରେ ଅବହେଳା ଅଭିଯୋଗ; ନିର୍ମାଣ କାମ ବନ୍ଦ କଲେ ବାପୁଜୀନଗରବାସୀ

ବ୍ରହ୍ମପୁର ଅଫିସ,୧୦ା୬-ଲୋଚାପଡା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦ ବିହାର ଅଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ରବିବାର ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ଅଧୀନରେ ଥିବା ବାପୁଜୀ ନଗର ୬ଷ୍ଠ ଓ ସପ୍ତମ ଲାଇନକୁ ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ କରାଯାଉ ନ ଥିବା ବେଳେ ଅର୍ଥ ଲାଳସାରେ ନୂତନ ଭାବେ ସ୍ବଳ୍ପ ବସତି ସ୍ଥାପନ କରିଥିବା ସାହିକୁ ରାସ୍ତା ନିର୍ମାଣ କରାଯାଉଛି। ଏହାର ପ୍ରତିବାଦ କରି ବାପୁଜୀନଗର ଅଞ୍ଚଳବାସୀ ଗୋବିନ୍ଦ ବିହାର ୧୩ଲେନ୍‌ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ବିକ୍ଷୋଭ କରିଥିଲେ। ବାପୁଜୀନଗରକୁ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ନୂତନ ଅଞ୍ଚଳରେ ନିର୍ମାଣ କାମ ହୋଇପାରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ।

ପଞ୍ଚାୟତ ଅଧୀନରେ ବାପୁଜୀନଗର ୬ଷ୍ଠ ଓ ସପ୍ତମ ଲାଇନରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବସତିସ୍ଥାପନ ହୋଇଥିଲେ ମଧ୍ୟ ଏଯାଏ ରାସ୍ତା, ଡ୍ରେନ ନାହିଁ। ଇତିମଧ୍ୟରେ ପଞ୍ଚାୟତ ପକ୍ଷରୁ ୩ ରୁ ୪ ଥର ସର୍ଭେ ହୋଇାସାରିଛି। ଏଥିପାଇଁ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ତଥାପି ସାହିରେ ରାସ୍ତା ନିର୍ମାଣ କ୍ଷେତ୍ରରେ ପଞ୍ଚାୟତ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି। ଏନେଇ ବାରମ୍ବାର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନିର୍ମାଣ ହୋଇନାହିଁ। ଫଳରେ ବର୍ଷାଦିନେ ନାନା ଅସୁବିଧା ଭୋଗିବାକୁ ପଡୁଛି। ଏପରିକି ଦୁଇ ଦୁଇ ଥର ମେଟାଲ ପଡିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟତ୍ର ସ୍ଥାନମାନ୍ତର କରାଯାଇଛି। କିନ୍ତୁ କିଛି ବର୍ଷ ମଧ୍ୟରେ ଗଢି ଉଠିଥିବା ଗୋବିନ୍ଦ ବିହାର ଅଞ୍ଚଳକୁ ରାସ୍ତା ନିର୍ମାଣ କରାଯାଉଛି। କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀ ଅର୍ଥଲୋଭରେ ନୂତନ ଲାଇନରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ମଧ୍ୟ ବାପୁଜୀନଗର ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗାବିନ୍ଦ ବିହାର ସମେତ ଆଖପାଖ ଅଞ୍ଚଳର ରାସ୍ତା ସମ୍ପର୍କିତ ସମସ୍ୟା ଓ ଅଞ୍ଚଳବାସୀଙ୍କ ଅଭିଯୋଗ ସମ୍ପର୍କରେ ବହୁବାର କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ସଭାପତି ହରିହର ନାୟକ କହିଛନ୍ତି। ବାପୁଜୀନଗର ଅଞ୍ଚଳବାସୀଙ୍କୁ ସଭାପତି ନାୟକ ବୁଝାଶୁଝା କରିବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଥିଲେ। ବାପୁଜୀନଗରକୁ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅଞ୍ଚଳରେ ରାସ୍ତା ନିର୍ମାଣ ହେଲେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଗୋପୀନାଥ ନାୟକ, ଆଦିତ୍ୟ ମିଶ୍ର ଓ ପ୍ରଣବ ମୁନୀଙ୍କ ସମେତ ବହୁ ଅଞ୍ଚଳବାସୀ ସାମିଲ ହୋଇଥିଲେ। ତେବେ ଦୀର୍ଘ ସମୟ ଧରି ଅଞ୍ଚଳବାସୀଙ୍କ ଆନ୍ଦୋଳନ ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସତ୍ତ୍ୱେ ଘଟଣାସ୍ଥଳରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କ ଅନୁପସ୍ଥିତି ଅଞ୍ଚଳବାସୀଙ୍କ ଅଭିଯୋଗର ସତ୍ୟତା ପ୍ରମାଣ କରୁଥିବାକୁ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri