ପିଡିଏସ୍‌ ସାମଗ୍ରୀ ବିକ୍ରି ବେଳେ ଠକିଥିବା ଅଭିଯୋଗ: ଟୁଇଟର ଅଭିଯୋଗ ଉପରେ ଯୋଗାଣ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ସ୍ବରୂପ ହିତାଧିକାରୀଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଯିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଲକ୍‌ଡାଉନ କାରଣରୁ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେଥିପ୍ରତି ରାଜ୍ୟସ୍ତରରୁ ବ୍ଲକସ୍ତରୀୟ ମନିଟରିଂ ହେଉଛି। ସର୍ବୋପରି ବିଭିନ୍ନ ଟୁଇଟ ଜରିଆରେ ଆସିଥିବା ଅଭିଯୋଗ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି।
ପିଡିଏସ୍‌ ସାମଗ୍ରୀ ବିକ୍ରି ବେଳେ ମାପ ଓ ଓଜନରେ ଠକିଥିବା ଅଭିଯୋଗରେ ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ରିଟେଲ୍‌ ଲାଇସେନ୍ସକୁ ପୁରୀ ଉପଜିଲାପାଳ ରଦ୍ଦ କରିଛନ୍ତି। ହରିପୁର ଗ୍ରାମବାସୀଙ୍କଠାରୁ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ ପାଇବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲାର ଦୋରାଗୁଡ ଗ୍ରାମପଞ୍ଚାୟତର କେନ୍ଦୁଗୁଡା ଗ୍ରାମର ହିତାଧିକାରୀ ଡମଣି ପାମିଆଙ୍କ ରାଶନ କାର୍ଡ ଅଚଳ ହୋଇଯାଇଥିଲା। ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ପାମିଆଙ୍କୁ ଆଗୁଆ ୩ ମାସ ପାଇଁ ରାଶନ ପ୍ରଦାନ କରାଯାଇଛି। ଏଥିସହିତ କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକର ଉତ୍କେଳା ଗାଁର ବିଧବା ବୃଦ୍ଧା ନିପୁର ପଟେଲଙ୍କ ରାଶନ କାର୍ଡ଼ ନଥିବାରୁ ରିହାତି ଚାଉଳ ପାଇ ନ ଥିବା ଖବର ପ୍ରକାଶ ପାଇଥିଲା। ଏହା ପରେ ମନ୍ତ୍ରୀଙ୍କ ପକ୍ଷରୁ ତୁରନ୍ତ ଏ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା। ଅପରପକ୍ଷେ ଏକ ବିଶେଷ ସୂତ୍ରରୁ ଖବର ପାଇଁ ଯୋଗାଣ ଅଧିକାରୀଙ୍କୁ ଜିଲାରେ ରାଶନ ପ୍ରଦାନ କିପରି ଚାଲିଛି, ତାହା ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲାର ମୁଖ୍ୟ ଯୋଗାଣ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ଏହା ପରେ ପଦ୍ମପୁର ଗ୍ରାମପଞ୍ଚାୟତ ଅଧୀନ ରେଙ୍ଗିଆଗୁଡା ଗ୍ରାମର ଅନ୍ତ୍ୟୋଦୟ କାର୍ଡଧାରୀ ଗୌରୀମାଳ କୁଳଦୀପଙ୍କୁ ସରକାରୀ ଯୋଜନା ମୁତାବକ ୩ ମାସ ପାଇଁ ୧୦୫ କି.ଗ୍ରା ଚାଉଳ ଏବଂ ୧୦୦୦ ଟଙ୍କାର ନଗଦ ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri