ପିଏମଏଓ୍ବାଇ-ବିପିଜିଏଓ୍ବାଇ ଝଗଡ଼ା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲଗାଯିବ। ଏହାକୁ ନେଇ ଭାଜପା ଘୋର ଆପତ୍ତି ଉଠାଇଛି। ଏ ପ୍ରସଙ୍ଗରେ ବୁଧବାର ମୁଲତବୀ ପ୍ରସ୍ତାବ ଆଣି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଭାଜପା। ଭାଜପାର ଅଭିଯୋଗ ହେଉଛି ପିଏମଏଓ୍ବାଇ କେନ୍ଦ୍ର ସରକାରଙ୍କ ଯୋଜନା। ଏଥିପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ସେଥିରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲାଗିବ। ସରକାର ପ୍ରଥମ ପର୍ଯ୍ୟାୟରେ ପିଏମଏଓ୍ବାଇ ଘର ଆଗରେ ୧୩ ହଜାର ୧୩୧ ଟି ଲୋଗୋ ଲଗାଇବାକୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ଚିଠି କରାଯାଇଛି। ଯାହାକୁ ଭାଜପା ବିରୋଧ କରୁଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏହାର ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ଘର କବାଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ରହିବ। ଯେଉଁ ହିତାଧିକାରୀ ପିଏମ୍‌ଏଓ୍ବାଇ ଘର ପାଇବେ ସେମାନଙ୍କ କବାଟରେ ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାର ଲୋଗୋ ଲଗାଯିବ। ଏହାର ସମ୍ପୂର୍ଣ୍ଣ ଯଥାର୍ଥତା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାକୁ ମିଶାଇ ଏଥର ବଜେଟ କରାଯାଇଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବାଂଲା ଆବାସ ଯୋଜନା କରାଯାଇଥିବା ବେଳେ ହିତାଧିକାରୀଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଲଗାଯାଉଛି। ସିକିମ୍‌ରେ ମଧ୍ୟ ହିତାଧିକାରୀଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ସେହିପରି ତାମିଲନାଡୁରେ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ଦେଉଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରୀ ଖର୍ଚ୍ଚ ଆହୁରି ୧୦ପ୍ରତିଶତ ଅଧିକ ଲାଗୁଛି। ସେହିପରି ଯେଉଁ ହିତାଧିକାରୀ ୪ ମାସରେ ଘର କାମ ଶେଷ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୨୦ହଜାର ଟଙ୍କା ବୋନସ ଆକାରରେ ପ୍ରଦାନ କରୁଛନ୍ତି। ଏହାସହ ୬ ମାସରେ ଘର କାମ ସମ୍ପୂର୍ଣ୍ଣ କରିଦେଉଥିବା ହିତାଧିକାରୀଙ୍କୁ ବୋନସ ଆକାରରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ୬୩୮ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିସାରିଲେଣି। ଏ ସମସ୍ତ ଖର୍ଚ୍ଚର ଅନୁପାତ ମିଶାଇଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୬ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ମନ୍ତ୍ରୀ କହିଛନ୍ତି।
ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇନ୍ଦିରା ଆବାସ ଯୋଜନା ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଆବାସ କରାଯାଇଛି। ଏକ ନୂଆ ସରକାର ଶାସନ କ୍ଷମତାକୁ ଆସିଲେ ରାଜ୍ୟବାସୀ କିଛି ଉପକାର ପାଇବେ ବୋଲି ଆଶା ଥିଲା। ମାତ୍ର ଏ ସରକାର ଶାସନ କ୍ଷମତାକୁ ଆସିବାପରେ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ କେନ୍ଦ୍ର ୭୫ପ୍ରତିଶତ ଅର୍ଥ ଦେଉଥିବା ବେଳେ ଏନଡିଏ ସରକାର ତାହାକୁ ୬୦ପ୍ରତିଶତକୁ ଖସାଇ ଦେଲେ। ରାଜ୍ୟ ମୁଣ୍ଡରେ ଅଧିକ ବୋଝ ଲଦିଦେଲେ। ନିୟମାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯେଉଁ ହିତାଧିକାରୀ ସକ୍ଷମ ନ ହେବେ ତାଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ଆଣିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ଦେଇଛନ୍ତି। ରାଜ୍ୟରେ ସର୍ବମୋଟ ୨୫ଲକ୍ଷ ହିତାଧିକାରୀ ପକ୍କାଘର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଏପର୍ଯ୍ୟନ୍ତ ୩ ଦଳର ଘୋଷଣା ହୋଇନି ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁ ଦଳର କେତେ ଆସନ ଅଛି ବାକି

ଭୁବନେଶ୍ୱର,୧୮।୪: ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍‌ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାପୂର୍ବରୁ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri