ପିଆଜ ସଙ୍କଟ ଟଳିନାହିଁ

ନଟବର ଖୁଣ୍ଟିଆ
ଦେଶର ପିଆଜ ସଙ୍କଟ ବିଷୟରେ ଆଜି ସର୍ବତ୍ର ଆଲୋଚନା ହେଉଛି। ଗତ ଅଗଷ୍ଟ ମାସରେ ପିଆଜ ଦର କେଜି ପ୍ରତି ୨୫ରୁ ୩୦ ଟଙ୍କା ମଧ୍ୟରେ ଥିଲାବେଳେ ଆଜି ତାହା ୧୫୦ ଟଙ୍କା ଟପିଲାଣି। ପିଆଜ ଏପରି ଏକ ମସଲା ଜାତୀୟ ପରିବା ଯାହାକି ଦୈନିକ ଖାଦ୍ୟ ମେନୁରେ ଅପରିହାର୍ଯ୍ୟ। ୧୯୯୮ରେ ପିଆଜର ଦର ବୃଦ୍ଧି ଯୋଗୁ ଦିଲ୍ଲୀର ଭାଜପା ସରକାର ନିର୍ବାଚନରେ ହାରିଯାଇଥିଲା।
ରବି ପିଆଜ ଯଥେଷ୍ଟ ପରିମାଣରେ ଅମଳ ହୋଇଥିବା ବେଳେ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଦର ୧୫ରୁ ୩୦ ଟଙ୍କା ମଧ୍ୟରେ ସୀମିତ ଥିଲା। କିନ୍ତୁ ଖରିଫ ପିଆଜ ଫସଲ ଭଲ ହୋଇଥିଲେ ମଧ୍ୟ ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ଅଚାନକ ବର୍ଷା ଓ ବନ୍ୟା ହେବାରୁ କ୍ଷେତରୁ ଅମଳ ହୋଇ ନ ପାରି ଅଧିକାଂଶ ପଚି ନଷ୍ଟ ହୋଇଗଲା। ରବି ଋତୁରେ ଅମଳ ହୋଇଥିବା ପିଆଜକୁ ଚାଷୀମାନେ କିଲୋପ୍ରତି ମାତ୍ର ୬ରୁ ୭ ଟଙ୍କା ମଧ୍ୟରେ ବିକିଦେଇଥିଲେ ବ୍ୟବସାୟୀମାନଙ୍କୁ। ଆମ ଓଡ଼ିଶାର ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ଅନୁଗୋଳ ଜିଲାର ଚାଷୀମାନେ ମଧ୍ୟ ଦରଅଦରରେ ବିକ୍ରି କରିଥିଲେ। ଏହାର କାରଣ ହେଲା ପିଆଜ ସାଇତି ରଖିବାକୁ ଆବଶ୍ୟକ ପରିମାଣରେ ସାଇତା ଭଣ୍ଡାର ନାହିଁ। ଓଡ଼ିଶାର ଚାଷୀ ଗତ ଏପ୍ରିଲରେ ୫ରୁ ୬ଟଙ୍କା ମୂଲ୍ୟରେ ଛତିଶଗଡ଼ ଓ ନାସିକ ଅଞ୍ଚଳର ବ୍ୟବସାୟୀଙ୍କୁ ବିକି ଆଜି ପିଆଜ କିଣୁଛି ୧୫୦ ଟଙ୍କାରେ।
ଆମ ଦେଶରେ ପିଆଜ ଅମଳ ହୁଏ ୨୪ ନିୟୁତ ଟନ୍‌ ଆଉ ଆମର ବାର୍ଷିକ ଆବଶ୍ୟକତା ୧୩ ନିୟୁତ ଟନ୍‌। ଅର୍ଥାତ୍‌ ଆମ ଦେଶ ପିଆଜରେ ଆତ୍ମନିର୍ଭରଶୀଳ ହେବା ସହ ଆମେ ପିଆଜ ରପ୍ତାନି ମଧ୍ୟ କରୁ। କିନ୍ତୁ ବର୍ଷେ ବର୍ଷେ ପାଣିପାଗର ଦୌରାତ୍ମ୍ୟରେ ପିଆଜ ଫସଲ କେତେକ ଅଞ୍ଚଳରେ ନଷ୍ଟ ହେଲେ ସମସ୍ୟା ଦେଖାଯାଏ। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ମାତ୍ର ପନ୍ଥା ହେଲା ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଉଦ୍ୟମ କରି ଆମର ବାର୍ଷିକ ଆବଶ୍ୟକ ହେଉଥିବା ପିଆଜର ଅନ୍ତତଃ ୨୦ ପ୍ରତିଶତ ଅମଳ ବେଳେ ଚାଷୀକୁ ଲାଭଜନକ ମୂଲ୍ୟ ଦେଇ କିଣି ବଫର ଷ୍ଟକ୍‌ ଭାବେ ସାଇତି ରଖିବା। କୌଣସି ଋତୁରେ ପିଆଜ ଅମଳ ଦୈବୀ ଦୁର୍ବିପାକ ଯୋଗୁ ନଷ୍ଟ ହେଲେ ଏହି ବଫର ଷ୍ଟକ୍‌ରୁ ବଜାରକୁ ଛାଡି ପିଆଜର ମୂଲ୍ୟ ନିୟନ୍ତ୍ରଣ କରାଯାଇ ପାରିବ। ଯେଉଁ ବର୍ଷ ଫସଲ ନଷ୍ଟ ନ ହେବ ସେ ବର୍ଷ ଏହି ପିଆଜକୁ ରପ୍ତାନି କରିଦେଇ ନୂତନ ଫସଲ କିଣି ପୁନଃ ବଫର ଷ୍ଟକ୍‌ ରୂପେ ସାଇତି ରଖିବାକୁ ହେବ। ଏହି ବ୍ୟବସ୍ଥା ସରକାରମାନେ କରୁ ନାହାନ୍ତି। ଓଡ଼ିଶା କଥା ବିଚାରକୁ ନିଅନ୍ତୁ। ଆମର ବାର୍ଷିକ ହାରାହାରି ୪ ଲକ୍ଷ ଟନ ପିଆଜ ଅମଳ ହେଉଛି, ଯାହା ଆମର ଆବଶ୍ୟକତା ପାଇଁ ଯଥେଷ୍ଟ। କିନ୍ତୁ ଭଣ୍ଡାର ନ ଥିବାରୁ ଅମଳବେଳେ ଚାଷୀମାନେ ଶସ୍ତାରେ ବିକିଦିଅନ୍ତି ବ୍ୟବସାୟୀମାନଙ୍କୁ। ଛତିଶଗଡ଼ ଓ ନାସିକର ବ୍ୟବସାୟୀମାନେ କିଣି ନେଇ ପୁନଶ୍ଚ ଆମକୁ ଅଧିକ ମୂଲ୍ୟରେ ବିକନ୍ତି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଯଥେଷ୍ଟ ଅନୁଦାନ ପିଆଜ ସାଇତା ଭଣ୍ଡାର ପାଇଁ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାହାର ଠିକ୍‌ ଉପଯୋଗ କରିପାରୁ ନ ଥିବାରୁ ଭଣ୍ଡାର ନିର୍ମାଣ ହୋଇପାରୁନାହିଁ।
ଦେଶରେ ଖରିଫ ଋତୁରେ ପିଆଜ ଫସଲ ନଷ୍ଟ ହେବାରୁ ବ୍ୟବସାୟୀମାନେ ଯେଉଁ ପିଆଜ ରବି ଫସଲରୁ ସଂଗ୍ରହ କରି ରଖିଥିଲେ ତାକୁ ବଜାରକୁ ଧୀରେ ଧୀରେ ଅଧିକ ମୂଲ୍ୟରେ ଅଳ୍ପ ଅଳ୍ପ ଛାଡି ଲାଭବାନ ହେଉଛନ୍ତି। ଏଥିରେ ଚାଷୀର କିଛି ଲାଭ ହେଉନାହିଁ। ଚାଷୀ ପାଖରେ ପିଆଜ ନାହିଁ। ଜଣେ ପାଇକାରୀ ବ୍ୟବସାୟୀ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ତା’ ଗୋଦାମରେ ରଖିବାକୁ ନିର୍ଦ୍ଦେଶ ଥିବାବେଳେ ଜଣେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୧୦୦ କୁଇଣ୍ଟାଲ ରଖିପାରିବ। ତାକୁ ମାନୁଛି କିଏ? ଧରପଗଡ କଥା ବି କେଉଁଠି ଶୁଣାଯାଉନାହିଁ। ବର୍ତ୍ତମାନର ସ୍ଥିତିକୁ ଲାଘବ କରିବା ପାଇଁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ୨୧ ହଜାର ଟନ୍‌ ପିଆଜ ଆମଦାନି କରିବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ବିଦେଶରୁ ଜାହାଜରେ ପିଆଜ ଆଣି ଦେଶରେ ପହଞ୍ଚାଇବାକୁ ଜାନୁୟାରୀ ପ୍ରଥମ ସପ୍ତାହ ହୋଇଯିବ। ସେ ପିଆଜ ଆସିଲେ ମୂଲ୍ୟ କେଜି ପ୍ରତି ୬୦ରୁ ୬୫ ଟଙ୍କା ହେବ ବୋଲି କୁହାଯାଉଛି। ସେ ପର୍ଯ୍ୟନ୍ତ ଖାଉଟିମାନଙ୍କୁ ୧୫୦ରୁ ଅଧିକ ଟଙ୍କାରେ ପିଆଜ କିଣିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏକମାତ୍ର ବିକଳ୍ପ ହେଉଛି, ଆମେ ପିଆଜ କିଛିଦିନ ପାଇଁ ଖାଇବାନି। ଏବେ ଜିଡିପିର ଅଭିବୃଦ୍ଧି ଖସି ୫ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିବା ପରେ ମୋଦି ସରକାର ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବା ବେଳେ ପିଆଜ ଦର ୧୫୦ ଟଙ୍କା ଛୁଇଁବା କଟାଘାରେ ଚୂନ ଦେବା ପରି ହୋଇଛି।
ବର୍ତ୍ତମାନ ଯେଉଁସବୁ ପଦକ୍ଷେପ ନିଆଯାଇଛି, ସେସବୁ ‘ବାହାଘର ବେଳେ ବାଇଗଣ ରୁଆ’ ପରି। ଏହାର ଦୀର୍ଘସ୍ଥାୟୀ ସମାଧାନର ଏକମାତ୍ର ପନ୍ଥା ହେଲା ଆବଶ୍ୟକ ପରିମାଣର ପିଆଜ ସାଇତା ଭଣ୍ଡାର ପ୍ରତି ପିଆଜ ଚାଷ ହେଉଥିବା ଅଞ୍ଚଳରେ ନିର୍ମାଣ କରିବା ସହିତ ସରକାର ଅନ୍ତତଃ ଦୁଇ ନିୟୁତ ଟନ୍‌ର ବଫର ଷ୍ଟକ୍‌ ରଖିଲେ ପିଆଜ ସଙ୍କଟ ଉପୁଜିବ ନାହିଁ। ପିଆଜ ଚାଷୀ ଦର ଅଦରରେ ବିକି କ୍ଷତିଗ୍ରସ୍ତ ହେବେ ନାହିଁ ଏବଂ ପିଆଜ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଶୋଷଣ କରିପାରିବେ ନାହିଁ।
ଏ ୫୦୨, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri