ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା ତିତରଡି ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡିକରେ ଝିଅ ଜନ୍ମ ନେଇଥିବା ଭିନ୍ନ ଭିନ୍ନ ବର୍ଗର ପରିବାରକୁ ୫ ହଜାର ୧ଟଙ୍କା ଲେଖାଏ ଉପହାର ଦିଆଯାଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବଚାନ୍ଦ କଟରିୟାଙ୍କ ଉପସ୍ଥିତିରେ ଏହି ପରିବାରଗୁଡିକୁ ୫ ହଜାର ୧ଟଙ୍କା ସହ ଗୋଟିଏ ଗଛ ଓ ତା’ର ସୁରକ୍ଷା ଲାଗି ଏକ ଟ୍ରି ଗାର୍ଡ ମଧ୍ୟ ପ୍ରଦାନ କରାଯାଇଛିି। ତିତରଡି ଗାଁର ସିସୋଦିୟା ପରିବାରର ଭଭୂତ ସିଂ ଓ ସ୍ତ୍ରୀ ଉମ୍ମେଦ କୁମ୍ବରଙ୍କ ପ୍ରେରଣାରେ ତାଙ୍କ ପୁଅ ରାଜେନ୍ଦ୍ର ସିଂ ଏବଂ ହମେର ସିଂ ସିସୋଦିୟା ଏହି ପ୍ରଶଂସନୀୟ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ କନ୍ୟା ସହ ପରିବେଶ ସୁରକ୍ଷା ମଧ୍ୟ ହାଇପାରିବ। ତିତରଡିର ଅମ୍ବାମାତା ମନ୍ଦିରରେ ଆୟୋଜିତ ଉତ୍ସବରେ ମାତାପିତାଙ୍କ ପ୍ରେରଣାରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ରାଜେନ୍ଦ୍ର ସିଂ ସିସୋଦିୟା। ସମାଜରେ ଝିଅମାନଙ୍କ ପ୍ରତି ରହିଥିବା ଅସମାନତା ତଥା ନିର୍ଯାତନା ବିରୋଧରେ ସଚେତନତା ଆଣିବା ଲାଗି ତାଙ୍କ ପରିବାର ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ତିତରଡି ପଞ୍ଚାୟତରେ କନ୍ୟା ସୁରକ୍ଷାକୁ ନେଇ ଆରମ୍ଭ କରାଯାଇଥିବା ସିସୋଦିୟା ପରିବାରର ଏଭଳି ଅଭିଯାନ ରାଜସ୍ଥାନରେ ପ୍ରଥମ। ଏପରି ଅଭିଯାନରେ ରାଜସ୍ଥାନର ଆହୁରି ଅଧିକ ପରିବାର ସାମିଲ ହେବେ ଓ ଉଦୟପୁରରେ ଲିଙ୍ଗ ଅନୁପାତ କମ୍‌ ଥିବାରୁ ତାହାକୁ ଦୂର କରିବାରେ ଏହା ପ୍ରମୁଖ ଭୂମିକା ନେଇପାରିବ ବୋଲି କଟରିୟା ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri