ପାନ୍ଥନିବାସରେ ରଜ ମହୋତ୍ସବ ଆରମ୍ଭ : ପିଠା, ମିଠା,ପାନ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଗୁରୁବାରଠାରୁ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଟିଡିସି ପକ୍ଷରୁ ଚଳିତବର୍ଷ ରାଜ୍ୟର ୮ ସ୍ଥାନ ଭୁବନେଶ୍ୱର, କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବଡ଼କୂଳ ଓ ପାରାଦୀପରେ ଥିବା ପାନ୍ଥନିବାସରେ ଧୁମଧାମ୍‌ରେ ରଜ ମହୋତ୍ସବ ପାଳିତ ହେଉଛି। ତେବେ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥର ପୁରୀ ଏବଂ କୋଣାର୍କ ପାନ୍ଥନିବାସରେ ରଜ ମହୋତ୍ସବ ଆୟୋଜନ କରାଯାଇନାହିଁ। ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ଆୟୋଜିତ ସ୍ବତନ୍ତ୍ର ରଜ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ପିଠାର ମହକରେ ମହକିଥିଲା ଭୁବନେଶ୍ୱର ପାନ୍ଥନିବାସ। ରଜ ଦୋଳି ସାଙ୍ଗକୁ ପିଠା, ମିଠା ଓ ପାନର ମଜା ନେଇଥିଲେ ପର୍ଯ୍ୟଟକ। ରଜ ଗୀତର ତାଳେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମନେପକାଇଥିଲେ।
ଖାସ୍‌ ରଜ ସମୟରେ ପ୍ରସିଦ୍ଧି ଲାଭ କରିଥିବା ପାନ୍ଥନିବାସ ପିଠାର ଡିମାଣ୍ଡ ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକଙ୍କ ଲାଗି ପ୍ରଥମଥର ପାଇଁ ଭୁବନେଶ୍ୱର ପାନ୍ଥନିବାସରେ ଆଦିବାସୀ ଅଞ୍ଚଳର ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ମୁଖ୍ୟ ଆକର୍ଷଣ ରହିଛି। ରଜ ଅବସରରେ ବନ୍ଧୁ ପରିଜନଙ୍କୁ ଉପହାର ଦେବା ପାଇଁ ସ୍ବତନ୍ତ୍ର ପିଠା ବାସ୍କେଟ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ପୋଡ଼ପିଠା, କାକରା, ପୂରମଣ୍ଡା, ଆରିସା, କ୍ଷୀରଗଜା, ମୁଗବୁନ୍ଦି ଆଦି ବିଭିନ୍ନ ପ୍ରକାର ପିଠା ରଖାଯାଇଛି। ଏହାଛଡ଼ା ଓଟିଡିସି ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ପିଠା ବିକ୍ରିବଟାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ପୋଡ଼ପିଠା କିଲୋ ପ୍ରତି ୩୫୦, ମୁଗବୁନ୍ଦି ୨୫୦ ଟଙ୍କା ରଖାଯାଇଥିବା ବେଳେ ଅନ୍ୟ ପିଠା ମଧ୍ୟରେ କାକରା, ପୂରମଣ୍ଡା, କ୍ଷୀରଗଜା, ଆରିସା, ଛଣା ମଣ୍ଡା ସହ ଦହିବରା ଓ ଛେନାପୋଡ଼ ଆଦି ରହିଛି। ଚଳିତବର୍ଷ ସମ୍ବଲପୁରବାସୀଙ୍କ ପାଇଁ ଖୁଦମଣ୍ଡା, କଦମ୍ବା ଓ ମୁଗ ପାପଚି ଭଳି ୩ ପ୍ରକାର ନୂଆ ପିଠାର ବ୍ୟବସ୍ଥା କରାଯାଇଛି। ପିଠା ତିଆରି କରିବାକୁ ଭୁବନେଶ୍ୱର ପାନ୍ଥନିବାସ ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ଗତବର୍ଷ ପ୍ରାୟ ୯ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପିଠା ବିକ୍ରି ହୋଇଥିବା ବେଳେ ଏ ବର୍ଷ ପାଖାପାଖି ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରଜ ମହୋତ୍ସବ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri