Posted inଖେଳ

ପାକିସ୍ତାନର ଇଂଲଣ୍ଡ ଗସ୍ତ: ୟୁନିସ୍‌ ବ୍ୟାଟିଂ, ମୁସ୍ତାକ୍‌ ସ୍ପିନ୍‌ କୋଚ୍‌ ନିଯୁକ୍ତ

କରାଚୀ,୯।୬(ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନୂଆ ବ୍ୟାଟିଂ ଓ ବୋଲିଂ କୋଚ୍‌ ନିଯୁକ୍ତ କରିଛି। ପିସିବି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌ ଖାନଙ୍କ ବ୍ୟାଟିଂ କୋଚ୍‌ ଓ ପୂର୍ବତନ ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ବୋଲିଂ କୋଚ୍‌ ରୂପେ ନିଯୁକ୍ତ କରିଛି। ମଙ୍ଗଳବାର ପିସିବି ତରଫରୁ ଏ ନେଇ ଘୋଷଣା କରାଯାଇଛି।

୪୨ ବର୍ଷୀୟ ୟୁନିସ୍‌ ୧୧୮ଟି ଟେଷ୍ଟ ଖେଳି ୧୦,୦୯୯ ରନ ସଂଗ୍ରହ କରିଛି। ସେ ମଧ୍ୟ ୩୧୩ ରନର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହାସଲ କରି ଟେଷ୍ଟରେ ତ୍ରିଶତକ ହାସଲ କରିଥିଲେ। ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ର଼୍ୟାଙ୍କିଙ୍ଗରେ ୧ ନମ୍ବର ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିଲେ। ଇଂଲଣ୍ଡ ଗସ୍ତରେ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଓ ପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ଜୁଲାଇ ୮ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବ।

ପାକିସ୍ତାନ ବ୍ୟାଟିଂ କୋଚ୍‌ ହେବା ପାଇଁ ୟୁନିସ ସବୁଠାରୁ ଯୋଗ୍ୟ ବ୍ୟକ୍ତି ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ୍‌ ଖାନ କହିଛନ୍ତି। ସେହିପରି ପୂର୍ବତନ ଲେଗ୍‌ ସ୍ପିନର ମୁସ୍ତାକ ଅହମ୍ମଦ ୫୨ ଟେଷ୍ଟ ଖେଳି ୧୮୫ ଉଇକେଟ ହାସଲ କରିଛନ୍ତି। ସ୍ପିନ୍‌ କୋଚ୍‌ ହେବା ସହିତ ସେ ଦଳର ମେଣ୍ଟର ଦାୟିତ୍ୱରେ ମଧ୍ୟ ରହିବେ। ସେ ମଧ୍ୟ ପୂର୍ବରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜର ସ୍ପିନ୍‌ ବୋଲିଂ କୋଚ୍‌ ଭାବେ ସଫଳତାର ସହ ଦାୟିତ୍ୱ ସମ୍ଭାଳିଛନ୍ତି। ଇଂଲଣ୍ଡର ପରିବେଶ ସହ ମୁସ୍ତାକ ବେଶ୍‌ ଅଭ୍ୟସ୍ତ। ସେ ମଧ୍ୟ ସେଠାରେ ଦୀର୍ଘ ସମୟ ରହି କାଉଣ୍ଟି କ୍ରିକେଟ ଖେଳିବା ସହ ଇଂଲଣ୍ଡ ଦଳ ସହ କାର୍ଯ୍ୟ କରିଛନ୍ତି। ତାଙ୍କ ଅଭିଜ୍ଞତାରୁ ପାକିସ୍ତାନ ଫାଇଦା ଉଠାଇପାରିବ ବୋଲି ଓ୍ବାସିମ କହିଛନ୍ତି। ମେଣ୍ଟର ଭାବେ ସେ ମୁସ୍ତାକ ମୁଖ୍ୟ କୋଚ୍‌ ମିସ୍‌ବା ଉଲ୍‌ ହକ୍‌ଙ୍କୁ ମ୍ୟାଚ୍‌ ପାଇଁ ଯୋଜନା ଓ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବେ। ଦ୍ରୁତ ବୋଲିଂ କୋଚ୍‌ ଓ୍ବାକର ୟୁନିସ ମଧ୍ୟ ଏହି ଗସ୍ତରେ ଦାୟିତ୍ୱରେ ରହିବେ। ନୂଆ ଦାୟିତ୍ୱ ମିଳିଥିବାରୁ ୟୁନିସ୍‌ ଓ ମୁସ୍ତାକ ଖୁସି ଜାହିର କରିଛନ୍ତି। ୟୁନିସ ଓ ମୁସ୍ତାକଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି ହେଡ୍‌ କୋଚ୍‌ ମିସ୍‌ବା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?