Posted inଫୁରସତ

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ଶାନ୍ତବାତାବରଣ ଭିତରେ କିଛି ସମୟ କଟାଇବା ପାଇଁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମେ ଏଠାରେ…


ଜମ୍ମୁ ଓ କଶ୍ମୀରର ଲେହ ଜିଲା ଅନ୍ତର୍ଗତ ଏକ ଛୋଟ ଗାଁ ହେଉଛି ଅଲ୍‌ଛି। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା। ତା’ସାଙ୍ଗକୁ ଏଠାରେ ରହିଛି ପ୍ରସିଦ୍ଧ ଅଲ୍‌ଛି ମଠ, ଯାହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦର୍ଶନୀୟସ୍ଥାନ।

କେବେ ଯିବେ
କୁହାଯାଏ ଅଲ୍‌ଛିରେ କୁଆଡେ ଖୁବ୍‌ ଥଣ୍ଡା ହୋଇଥାଏ। ହେଲେ ଖରାଦିନେ ସାଧାରଣ ଗରମ ହୁଏ। ସେହିପରି ବର୍ଷା ବି ଏଠାରେ ମଧ୍ୟମ ଧରଣର ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁଯାୟୀ ଯେତେବେଳେ ଚାହିଁବେ ସେତେବେଳେ ଏଠାକୁ ବୁଲିବାକୁ ଯାଇପାରିବେ। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅଲ୍‌ଛିକୁ ବୁଲିଯିବା ପାଇଁ ମେ’ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ।

କେମିତି ଯିବେ
ଲେହଠାରୁ ପ୍ରାୟ ୭୦ କି.ମି. ଦୂରରେ ଅଲ୍‌ଛି ଅବସ୍ଥିତ। ଲେହସ୍ଥିତ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଦେଶର ବହୁ ପ୍ରମୁଖ ସହର ଯେମିତିକି ପୁଣେ, ଦିଲ୍ଲୀ, ଶ୍ରୀନଗର ସହିତ ସଂଯୋଗ କରିଥାଏ। ସେହିପରି ପଠାନକୋଟ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ଏବଂ ଚଣ୍ଡିଗଡ଼ ଷ୍ଟେଶନ ହେଉଛି ଏହାର ଦୁଇ ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବହୁ ପ୍ରମୁଖ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ଯା’ଆସ କରିଥାଏ।

କ’ଣ ଦେଖିବେ
ଅଲ୍‌ଛି ଗୋଟିଏ ଛୋଟ ଗାଁ ହୋଇଥିଲେ ବି ଏଠାରେ ଦେଖିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀମାନ ରହିଛି। ଖାସ୍‌ କରି ଏଠାରେ ଥିବା ଅଲ୍‌ଛି ମଠ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ହେଉଛି ଏକ ପୁରୁଣା ବୌଦ୍ଧମଠ। ଉକ୍ତ ମଠର ବାସ୍ତୁକଳା ବେଶ୍‌ ଆକର୍ଷଣୀୟ। ତା’ଛଡ଼ା ଏହି ମଠର କାନ୍ଥଗୁଡ଼ିକରେ ଗୌତମ ବୁଦ୍ଧଙ୍କର ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଏହି ଗାଁ ଭିତରେ ଅନେକ ଛୋଟ ଛୋଟ ମନ୍ଦିର ବି ରହିଛି। ଅନ୍ୟପକ୍ଷେ ସିନ୍ଧୁ ନଦୀର ଆକର୍ଷଣୀୟ ଦୃଶ୍ୟ ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ତା’ଛଡ଼ା ଅଲ୍‌ଛିର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଛୋଟ ଛୋଟ ମଠ ଏବଂ ଶାନ୍ତିସ୍ତୂପ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ।

ଫଟୋଗ୍ରାଫିର ମଜା ନେବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅଲ୍‌ଛିରେ ଫଟୋଗ୍ରାଫି ପାଇଁ ଭଲ ସ୍ଥାନମାନ ମଧ୍ୟ ରହିଛି। ଖାସ୍‌ କରି ସିନ୍ଧୁ ନଦୀର ତଟଦେଶ ତଥା ଅଲ୍‌ଛି ମଠ ନିକଟରେ ଫଟୋ ଉଠାଇବା ପାଇଁ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri